ଭିଜିଲାନ୍ସ ଜାଲରେ ଖଣ୍ଡପଡା ଥାନା SI , ମଦ ବେପାରୀଙ୍କ ଠାରୁ ଟଙ୍କା ନେବାବେଳେ ମାଡିବସିଲା ଭିଜିଲାନ୍ସ

ଖଣ୍ଡପଡ଼ା: ପୁଣି ପୋଲିସ ଖାକିରେ ଲାଗିଲା କଳଙ୍କର ଦାଗ । ଭିଜିଲାନ୍ସ ଜାଲରେ ଧରାପଡ଼ିଲେ ଖଣ୍ଡପଡ଼ା ପୋଲିସ୍ ଏସ୍ଆଇ । ମଦ ବେପାରୀଙ୍କ ନାଁରେ ହୋଇଥିବା ମାମଲାକୁ ରଫା ଦଫା କରିବା ପାଇଁ ଟଙ୍କା ନେଉଥିବା ବେଳେ ମାଡ଼ିବସିଲା ଭିଜିଲାନ୍ସ ।

ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ଥାନାରେ କାର୍ଯ୍ୟରତ ଏସ୍ଆଇ ଏସ୍.କେ ରେହେମାନ ଆଜି ଅନ୍ ଡ୍ୟୁଟି ଥିବା ସମୟରେ ମଦ ବେପାରୀ ସୁଦର୍ଶନ ସାହୁଙ୍କ ଠାରୁ ଲାଞ୍ଚ ନେଉଥିବା ବେଳେ ଭିଜଲାନ୍ସ ହାତରେ ଧରାପଡ଼ିଛନ୍ତି । ଖଳିସାହି ଗ୍ରାମର ମଦ ବେପାରୀ ସୁଦର୍ଶନ ସାହୁଙ୍କ ଏକ ମାମଲାକୁ ରଫା ଦଫା କରିବା ପାଇଁ ଏସ୍ଆଇ ଏସ୍.କେ ରେହେମନ୍ ତାଙ୍କ ଠାରୁ ୩ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ତାଙ୍କ ଠାରୁ ଲାଞ୍ଚ ଟଙ୍କା ଜବତ କରିବା ସହ ସମ୍ପୃକ୍ତ SIଙ୍କୁ ଭିଜିଲାନ୍ସ ଟିମ୍ ଗିରଫ କରାଯାଇଥିବା ନେଇ ନୟାଗଡ଼ ଭିଜିଲାନ୍ସ ଡିଏସପି ସୂଚନା ଦେଇଛନ୍ତି ।

 

Get real time updates directly on you device, subscribe now.