ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ୨୦୨୫ ଚଳିତ ବର୍ଷ ନଭେମ୍ବରରେ ରାଜସ୍ଥାନର ଜୟପୁରରେ ଅନୁଷ୍ଠିତ ହେବ। ଚଳିତ ବର୍ଷ ୨୦୦ରୁ ଅଧିକ ବିଶ୍ୱବିଦ୍ୟାଳୟରୁ ୪ ହଜାରରୁ ଅଧିକ ଖେଳାଳି ଅଂଶଗ୍ରହଣ କରିବେ ବୋଲି ଆଶା କରାଯାଉଛି, ଯେଉଁମାନେ ୨୦ଟି ବିଭାଗରେ ପ୍ରତିଯୋଗିତା କରିବେ।
ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ ଆଜି ଏହା ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ଏହି କ୍ରୀଡ଼ା ଆମର ଅନେକ ଖେଳାଳିମାନଙ୍କୁ ଶ୍ରେଷ୍ଠ ପ୍ରତିଭା ଲକ୍ଷ୍ୟ ହାସଲ ପାଇଁ ସୁଯୋଗ ପ୍ରଦାନ କରିବ। ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ୨୫ ବର୍ଷରୁ କମ୍ ବୟସର ଖେଳାଳିଙ୍କ ପାଇଁ ଉଦ୍ଦିଷ୍ଟ।