ଖୋଖୋ ବିଶ୍ବକପ: ସେମିଫାଇନାଲରେ ଭାରତୀୟ ମହିଳା ଓ ପୁରୁଷ ଦଳ, ଦକ୍ଷିଣ ଆଫ୍ରିକା ସହ ହେବ ଲଢେଇ
ଶୁକ୍ରବାର ଖେଳାଯାଇଥିବା କ୍ୱାର୍ଟର ଫାଇନାଲରେ ଭାରାତୀୟ ପୁରୁଷ ଓ ମହିଳା ଦଳ ବିଜୟୀ ହୋଇ ସେମିଫାଇନାଲରେ ସ୍ଥାନ ସୁରକ୍ଷିତ କରିଛନ୍ତି।
ନୂଆଦିଲ୍ଲୀ: ଖୋଖୋ ବିଶ୍ବକପର ପ୍ରଥମ ସଂସ୍କରଣରେ ଭାରତୀୟ ପୁରୁଷ ଓ ମହିଳା ଦଳ ସେମିଫାଇନାଲରେ ପହଞ୍ଚିଛନ୍ତି। ଖୋଖୋ ଫେଡେରେସନ ଅଫ ଇଣ୍ଡିଆ ଆନୁକୂଲ୍ୟରେ ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡ଼ିୟମରେ ଚାଲିଥିବା ଉକ୍ତ ପ୍ରତିଯୋଗିତାର ଶୁକ୍ରବାର ଖେଳାଯାଇଥିବା କ୍ୱାର୍ଟର ଫାଇନାଲରେ ଭାରାତୀୟ ପୁରୁଷ ଓ ମହିଳା ଦଳ ବିଜୟୀ ହୋଇ ସେମିଫାଇନାଲରେ ସ୍ଥାନ ସୁରକ୍ଷିତ କରିଛନ୍ତି। ଭାରତୀୟ ପୁରୁଷ ଓ ମହିଳା ଦଳ ସେମିଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ଭେଟିବେ।
ମହିଳା କ୍ୱାର୍ଟରଫାଇନାଲ୍ରେ ଭାରତ ଏକତରଫା ଭାବେ ୧୦୯- ୧୬ରେ ବାଂଲାଦେଶକୁ ମାତ୍ ଦେଇଛି। ପ୍ରିୟଙ୍କା ଇଲେଙ୍କ ନେତୃତ୍ବାଧୀନ ଭାରତ ସମସ୍ତ ୪ ଟର୍ଷରେ ଆଧିପତ୍ୟ ବିସ୍ତାର କରିଥିଲା । ଏହି ଦଳ ଲଗାତାର ପଞ୍ଚମ ମ୍ୟାଟ୍ରେ ୧୦୦ରୁ ଊର୍ଦ୍ଧ୍ବ ପଏଣ୍ଟ କରିଥିଲା । ଓଡ଼ିଆ ଝିଅ ମାଗାଇ ମାଝୀ ଶ୍ରେଷ୍ଠ ଆଟାକର୍ ପୁରସ୍କାର ପାଇଥିଲା ବେଳେ ରିତୁରାଣୀ ସେନ ଓ ଅଶ୍ବିନୀ ସିନ୍ଦେ ଯଥାକ୍ରମେ ଶ୍ରେଷ୍ଠ ଡିଫେଣ୍ଡର ଏବଂ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି।
ଭାରତ ଶନିବାର ସେମିଫାଇନାଲ୍ରେ ଦକ୍ଷିଣ ଆଫ୍ରିକାକୁ ଭେଟିବା ଦକ୍ଷିଣ ଆଫ୍ରିକା ୫୧-୪୬ରେ କେନିଆକୁ ହରାଇଥିଲା । ଅନ୍ୟଏକ ସେମିଫାଇନାଲ୍ରେ ଉଗାଣ୍ଡା-ନେପାଳ ମୁହାଁମୁହିଁ ହେବ। ଉଗାଣ୍ଡା ୭୧-୨୬ରେ ନ୍ୟୁଜିଲାଣ୍ଡକୁ ଏବଂ ନେପାଳ ୧୦୩-୮ରେ ଇରାନକୁ ହରାଇଛି। ଅପରାଜେୟ ପୁରୁଷ ଦଳ କ୍ୱାର୍ଟରଫାଇନାଲ୍ରେ ଶ୍ରୀଲଙ୍କାକୁ ୧୦୦-୪୦ରେ ପରାସ୍ତ କରିଛି।
ଶନିବାର ସେମିଫାଇନାଲ୍ରେ ଏହି ଦଳ ଦକ୍ଷିଣ ଆଫ୍ରିକାକୁ ଭେଟିବା ଦକ୍ଷିଣ ଆଫ୍ରିକା ୫୮-୩୮ରେ ଇଂଲଣ୍ଡକୁ ହରାଇଛି। ଅନ୍ୟଏକ ସେମିଫାଇନାଲ୍ରେ ନେପାଳକୁ ଭେଟିବ ଇରାନା ନେପାଳ ୬୭- ୧୮ରେ ବାଂଲାଦେଶକୁ ଏବଂ ଇରାନ ୮୬-୧୮ରେ କେନିଆକୁ ମାତ୍ ଦେଇଛି।