fbpx

‘ଭାଇମାନଙ୍କ ପାଇଁ ଖୁଦୁରୁକୁଣୀ ଓଷା’, ଜାଣନ୍ତୁ ଏହି ଉକ୍ତିର ଯଥାର୍ଥ ଏବଂ ପୂଜା ବିଧି

ଓଡ଼ିଶା ଭାସ୍କର: ଆଜି ଭାଦ୍ରବ ମାସର ପ୍ରଥମ ରବିବାର। ଏହି ଦିନ ଝିଅମାନେ ଖୁଦୁରୁକୁଣୀ ଓଷା ପାଳିଥାଆନ୍ତି। ପ୍ରତ୍ୟେକ ଭାଇ-ଭଉଣୀ ସଂପର୍କ ଏହି ଓଷା ଦୃଢ କରିଥାଏ। ପରିବାର ଭିତରେ ସଂପର୍କର ଡୋରି ବାନ୍ଧିବାର ପର୍ବ ହେଉଛି ଖୁଦୁରୁକୁଣୀ ଓଷା। ରାଜ୍ୟରେ କୁଆଁରୀ ଝିଅମାନେ ଭାଦ୍ରବମାସର ପ୍ରତି ରବିବାର ଦିନ ଏହି ପୂଜା ମାଆ ମଙ୍ଗଳାଙ୍କୁ ପୂଜା କରିଥାଆନ୍ତି। ଅନେକ ଓଡ଼ିଆ ବୋହୂମାନେ ମଧ୍ୟ ଏହି ପର୍ବ ପାଳନ କରିଥାଆନ୍ତି।

ଏହି ଖୁଦୁରୁକୁଣୀ ଓଷା ତଅପୋଇର ହୃଦୟସ୍ପର୍ଶୀ କାହାଣୀ। ଗୋପିନାଥ ଦାସଙ୍କ ରଚିତ ଲୋକକଥା ହେଉଛି ଏହି ଓଷା। ଓଡ଼ିଶାର ସାଧବପୁଅମାନେ ପୂର୍ବରୁ ବିଦେଶ ଯାତ୍ରା କରି ବାଣିଜ୍ୟ କରୁଥିଲେ। ସେଠାରୁ ସେମାନେ ଆମ ପ୍ରଦେଶକୁ ଅମାପ ଧନ ସଂପତ୍ତି ଧରି ଆସୁଥିଲେ। ଏହିପରିଭାବେ ଏକ ସାଧବ ପରିବାରର ସାତ ଭାଇ ଯାଉଥିଲେ ବିଦେଶେ ବଣିଜ କରିବା ପାଇଁ ଏବଂ ଘରେ ରହୁଥିଲା ତଅପୋଇ। ଭାଇମାନେ ବିଦେଶ ଗଲାପରେ ସାନ ଭାଉଜଙ୍କୁ ଛାଡି ସମସ୍ତେ ତଅପୋଇକୁ ବିଧବା ବ୍ରାହ୍ମଣୀ କଥାରେ ପଡି କଷ୍ଟ ଦେଇଥିଲେ। ଏହି ସମୟରେ ତାକୁ ଛେଳି ଜଗିବାକୁ ପଡୁଥିଲା। ଦିନେ ଜଙ୍ଗଲରେ ଛେଳି ଘରମଣିକୁ ସେ ହଜାଇ ଦେଇଥିଲା, ଏଥିପାଇଁ ତାଙ୍କ ବଡ଼ ଭାଉଜ ତାକୁ ଘରୁ ତଡିଦେଇଥିଲେ। ଘରମଣିକୁ ନ ଆଣିବା ପର୍ଯ୍ୟନ୍ତ ଘରକୁ ଫେରିବ ନାହିଁ ବୋଲି ତଅପୋଇକୁ ନିର୍ଦ୍ଦେଶ ଦିଆଯାଇଥିଲା।

ଏହି ସମୟରେ ସେ ପାଖ ଗ୍ରାମରେ ହେଉଥିବା ଖୁଦୁରୁକୁଣୀ ଓଷା ହେଉଥିବା ବିଷୟରେ ଜାଣିବାକୁ ପାଇଥିଲା ଏବଂ ସେଠାରେ ସେ ମାନସିକ କରିଥିଲା। ଏହାପରେ ସେ ଘରମଣିକୁ ପାଇଥିଲା ଏବଂ ସେ ଭାଇମାନଙ୍କ ପାଇଁ ଖୁଦୁରୁକୁଣୀ ଓଷା କରିଥିଲା। ଏହି ଦିନଠାରୁ ଖୁଦୁରୁକୁଣୀ ଓଷା ଭାଇମାନଙ୍କୁ ଉତ୍ସର୍ଗ କରାଯାଇ ପାଳନ କରାଯାଇଥାଏ।

ପୂଜାବିଧି: ସକାଳୁ ଉଠି ଝିଅମାନେ ଫୁଲତୋଳିବା ସହ ପୋଖରୀ କୁଳରେ ବାଲୁକା ପୂଜା କରିଥାଆନ୍ତି। ଏହାପରେ ବ୍ରତ ପିନ୍ଧନ୍ତି। ଏହାପରେ ଦିନସାରା ଫୁଲମାଳ ଗୁନ୍ଥାଗୁନ୍ଥି ଏବଂ ଅନ୍ୟାନ୍ୟ ପୂଜା ସହ ଜଡିତ କାର୍ଯ୍ୟ କରିଥାଆନ୍ତି। ସଂଧ୍ୟାବେଳେ ଢିଙ୍କି ସହ ମାଆ ମଙ୍ଗଳାଙ୍କ ମୂତ୍ତି ରଖି ପୂଜା କରିଥାଆନ୍ତି। ତେବେ ଖୁଦୁରୁକୁଣୀ ମୂର୍ତ୍ତି ମଧ୍ୟ କାରିଗରମାନେ ବିକ୍ରି କରି ଗୁଜୁରାଣ ମେଣ୍ଟାଇଥାଆନ୍ତି।

Get real time updates directly on you device, subscribe now.