fbpx

ବିଶ୍ୱ ବ୍ୟାଡମିଣ୍ଟନ ଚାମ୍ପିୟନସିପରେ ଭାରତକୁ ୨ଟି ପଦକ: ଫାଇନାଲରେ ପହଞ୍ଚିଲେ ଶ୍ରୀକାନ୍ତ

ନୂଆଦିଲ୍ଲୀ: ବିଶ୍ୱ ବ୍ୟାଡମିଣ୍ଟନ ଚାମ୍ପିୟନସିପରେ ଭାରତ ଇତିହାସ ରଚିଛି । ଭାରତୀୟ ଷ୍ଟାର ଶଟଲର କିଦାମ୍ବୀ ଶ୍ରୀକାନ୍ତ ଫାଇନାଲକୁ ଉନ୍ନୀତ ହୋଇଛନ୍ତି । ଗତକାଲି ଖେଳାଯାଇଥିବା ପ୍ରଥମ ସେମିଫାଇନାଲରେ ଶ୍ରୀକାନ୍ତ ଭାରତୀୟ ଖେଳାଳି ଲକ୍ଷ୍ୟ ସେନଙ୍କୁ ୧୭-୨୧, ୨୧-୧୪, ୨୧-୧୭ରେ ପରାସ୍ତ କରିଥିଲେ । ଦୁଇ ଭାରତୀୟ ଶଟଲରଙ୍କ ମଧ୍ୟରେ ୬୯ ମିନିଟ୍ ଧରି ରୋମାଞ୍ଚକର ମୁକାବିଲା ହୋଇଥିଲା ।

ଦ୍ୱିତୀୟ ସେମିଫାଇନାଲ ଡେନମାର୍କର ଏଣ୍ଡର୍ସ ଏଣ୍ଟୋନସନ ଓ ସିଙ୍ଗାପୁରର କୀନ ୟେବ ଲୋହଙ୍କ ମଧ୍ୟରେ ଅନୁଷ୍ଠିତ ହେବ । ୧୨ ନମ୍ବର ରାଙ୍କଧାରୀ ଶ୍ରୀକାନ୍ତ ଏହି ମ୍ୟାଚର ବିଜେତାଙ୍କୁ ଫାଇନାଲରେ ଭେଟିବେ । ସେମିଫାଇନାଲରେ ଶ୍ରୀକାନ୍ତ ୧୯ ନମ୍ବର ଯୋଗ୍ୟତାପ୍ରାପ୍ତ ଲକ୍ଷ୍ୟଙ୍କୁ ପରାସ୍ତ କରିଥିବାରୁ ଲକ୍ଷ୍ୟଙ୍କୁ ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ହେବାକୁ ପଡ଼ିଛି । ତେବେ ଶ୍ରୀକାନ୍ତ ସ୍ୱର୍ଣ୍ଣ କି ରୋପ୍ୟ ପାଇବେ ତାହା ଫାଇନାଲର ଫଳାଫଳ ଉପରେ ନିର୍ଭର କରେ । ଏହି ସଫଳତା ପରେ ଭାରତୀୟ ବ୍ୟାଡମିଣ୍ଟନ ସଂଘ (ବାଇ) ପକ୍ଷରୁ ଶ୍ରୀକାନ୍ତ ଓ ଲକ୍ଷ୍ୟଙ୍କୁ ଅଭିନନ୍ଦନ ଜ୍ଞାପନ କରାଯାଇଛି । ୧୯୮୩ ମସିହା ୱାର୍ଲ୍ଡ ଚାମ୍ପିୟନସିପିରେ ଭାରତର ପ୍ରକାଶ ପାଦୁକୋନ ପ୍ରଥମ ଥର ପାଇଁ କାଂସ୍ୟ ପଦକ ହାସଲ କରିଥିଲେ । ଏହାପରେ ୨୦୧୯ରେ ସାଈ ପ୍ରଣୀତ ମଧ୍ୟ ଏହି ପଦକ ଜିତିବାରେ ସକ୍ଷମ ହୋଇଥିଲେ ।

Get real time updates directly on you device, subscribe now.