fbpx

ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲା: ସ୍ୱାମୀକୁ ଆଜୀବନ, ସ୍ତ୍ରୀକୁ ୨୦ ବର୍ଷ ଜେଲ୍

କଟକ(ଓଡ଼ିଶା ଭାସ୍କର): କଟକ ବିଡ଼ାନାସୀ ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲାରେ ହୋଇଛି ଶୁଣାଣି । ଏହି ମାମଲାରେ ବଡ଼ ଦଣ୍ଡାଦେଶ ଦେଇଛନ୍ତି କୋର୍ଟ । ଦୋଷୀ ଦମ୍ପତ୍ତିଙ୍କୁ କଡ଼ା ଦଣ୍ଡ ଦେଇଛନ୍ତି କଟକ ସ୍ପେଶାଲ ପୋକ୍ସୋ କୋର୍ଟ । ସ୍ୱାମୀ ଅମିତ ବିନ୍ଧାଣୀକୁ ଆଜୀବନ କାରାଦଣ୍ଡ ସହିତ ସ୍ତ୍ରୀ ଚୁନିଆକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଦିଆଯାଇଛି ।

ଏହା ସହିତ ଜରିମାନା ଅନାଦେୟ ଅଧିକ ୬ ମାସ ଜେଲଦଣ୍ଡ ନିର୍ଦ୍ଦେଶ ଦିଆଯାଇଛି । ପୀଡ଼ିତାଙ୍କୁ ୫ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ଆଇନସେବା ପ୍ରାଧିକରଣକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ୨୦୧୯ରେ ସତୀଚଉରା ଅଞ୍ଚଳରେ ଘଟିଥିଲା ଏହି ଅପହରଣ ଓ ଦୁଷ୍କର୍ମ । ୧୦ ବର୍ଷର ବାଳିକାକୁ ଝାଡ଼ଖଣ୍ଡକୁ ଅପହରଣ କରି ନେଇଥିଲେ ଦମ୍ପତ୍ତି । ସେଠାରେ ପତ୍ନୀ ସହରଯୋଗରେ ଅମିତ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ବାରମ୍ବାର ଦୁଷ୍କର୍ମ ସହ ନାବାଳିକାକୁ ବିକ୍ରି ଯୋଜନା କରିଥିଲେ ଦମ୍ପତ୍ତି ।

Get real time updates directly on you device, subscribe now.