fbpx

୧୦୮ ଆମ୍ବୁଲାନ୍ସରେ ଅପହରଣ !

ଭଦ୍ରକ, ୧ା୩ (ଓଡିଶା ଭାସ୍କର): ଭଦ୍ରକରେ ୧୦୮ ଆମ୍ବୁଲାନ୍ସରେ ଅପହରଣ କରାଯାଉଥିବା ଅଭିଯୋଗରେ ୩ ଜଣଙ୍କୁ ଅଟକ ରଖାଯାଇଛି । ଅପହରଣକାରୀମାନେ ଆମ୍ବୁଲାନ୍ସକୁ କଟକ ନେବା ପରିବର୍ତ୍ତେ ବାଲେଶ୍ୱର ନେଉଥିବା ଅଭିଯୋଗ ହୋଇଛି ।

ସୂଚନା ଅନୁଯାୟୀ, ରମ୍ବିଳା ଗାଁର ଗୋଟିଏ ଶିଶୁ ଗଛରୁ ପଡ଼ି ଆହତ ହୋଇଥିଲା । ଡାକ୍ତର ଶିଶୁଟିକୁ କଟକ ରେଫର କରିଥିଲେ । ଶିଶୁଟିକୁ ଆମ୍ବୁଲାନ୍ସରେ କଟକ ନେବା ବଦଳରେ ଆମ୍ବୁଲାନ୍ସ କର୍ମଚାରୀମାନେ ବାଲେଶ୍ୱର ନେଉଥିଲେ । ଏନେଇ ରୋଗୀଙ୍କ ବାପା, ମାଆ ପ୍ରତିବାଦ କରିବା ପରେ ମଧ୍ୟ ଅପହରଣକାରୀମାନେ କିଛି ଶୁଣିନଥିଲେ । ଫଳରେ ରୋଗୀଙ୍କ ବାପା, ମାଆ ଚିକ୍ରାର କରିବାରୁ ସ୍ଥାନୀୟ ଲୋକେ ଆମ୍ବୁଲାନ୍ସର ପିଛା କରିଥିଲେ । ଚରମ୍ପା କେନାଲ ଛକ ନିକଟରେ ଆମ୍ବୁଲାନ୍ସକୁ ସ୍ଥାନୀୟ ଲୋକେ ଅଟକାଇଥିଲେ । ଖବର ପାଇ ଟାଉନଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ୩ ଅପହରଣକାରୀଙ୍କୁ ଅଟକ ରଖିଥିବା ଜଣାପଡ଼ିଛି । ଆମ୍ବୁଲାନ୍ସ ଡ୍ରାଇଭର, ହେଲପର ଓ ଫାର୍ମାସିଷ୍ଟଙ୍କୁ ପୋଲିସ ଜେରା କରୁଛି ।

Get real time updates directly on you device, subscribe now.