ଭୁବନେଶ୍ୱର: କିଟ୍ରେ ଆତ୍ମହତ୍ୟା କରିଥିବା ନେପାଳାୀ ଛାତ୍ରୀ ପ୍ରକୃତି ଲମସାଲଙ୍କ ଶବ ବ୍ୟବଚ୍ଛେଦ ଆଜି କରାଯିବ । ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ମୃତା ଛାତ୍ରୀଙ୍କ ଘର ଲୋକ ଆସିବା ପରେ ବ୍ୟବଚ୍ଛେଦ କରାଯିବ ।
ଭୁବନେଶ୍ୱର ଏମ୍ସରେ ହେବ ଶବ ବ୍ୟବଚ୍ଛେଦ । ଛାତ୍ରୀ ଆତ୍ମହତ୍ୟା ନେଇ ଅସନ୍ତୁଷ୍ଟ ଛାତ୍ରଛାତ୍ରୀ କଲେଜରେ ବ୍ୟାପକ ଭଙ୍ଗାରୁଜା କରିଛନ୍ତି ।
ମୃତା ଛାତ୍ରୀଙ୍କ ପ୍ରେମିକ ଅଦ୍ଭିକ ଶ୍ରୀବାସ୍ତବ ଫେରାର୍ ହେବାକୁ ଚାହୁଁଥିବାବେଳେ ବିମାନବନ୍ଦରଙ୍କୁ ତାଙ୍କୁ ଗିରଫ କରାଯାଇଛି । ଅଦ୍ଭିକଙ୍କ ଘର ଉତ୍ତର ପ୍ରଦେଶରେ ବୋଲି ଜଣାପଡ଼ିଛି ।
ଯିଏ ଦୋଷୀ ସେ ଦଣ୍ଡ ପାଇବ ବୋଲି କହିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ।