ଭୁବନେଶ୍ୱର: କିଟ୍ ଛାତ୍ରୀ ପ୍ରକୃତି ଲାମସାଲଙ୍କ ମୃତଦେହ ପରିବାରକୁ ହସ୍ତାନ୍ତର । ଏମ୍ସରେ ପୋଷ୍ଟମର୍ଟମ୍ ପରେ ପରିବାରକୁ ଦିଆଯାଇଛି ଛାତ୍ରୀଙ୍କ ଶବ ।
ମଙ୍ଗଳବାର ବିଳମ୍ବିତ ରାତିରେ ପ୍ରକୃତିଙ୍କ ମୃତଦେହ ପରିବାରକୁ ଦିଆଯିବା ପରେ ନେପାଳ ନେଇଯାଇଛନ୍ତି ପରିବାର । ସେଠାରେ ନେପାଳୀ ରିତିନୀତି ଅନୁସାରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ ।
ନେପାଳୀ ଛାତ୍ରୀ ପ୍ରକୃତିଙ୍କ ମୃତ୍ୟୁ ନେଇ କିଟ୍ କ୍ୟାମ୍ପସରେ ଛାତ୍ରଛାତ୍ରୀ ପ୍ରତିବାଦ କରିଛନ୍ତି । କଲେଜରେ ଥିବା ଆଇ ଏଭ୍ କିଟ୍ ଫଳକକୁ ମଧ୍ୟ ଭାଙ୍ଗିଛନ୍ତି ଅସନ୍ତୁଷ୍ଟ ଛାତ୍ରଛାତ୍ରୀ ।
ପ୍ରକୃତିଙ୍କୁ ନ୍ୟାୟ ଦାବିରେ କ୍ୟାଣ୍ଡେଲ ଜାଳି ପ୍ରତିବାଦ ପ୍ରଦର୍ଶନ କରିଛନ୍ତି ଛାତ୍ରଛାତ୍ରୀ ।