fbpx
BJD
BJD SKY
BJD SKY

ନିଲାମ ହେବ କିଙ୍ଗ ଚାର୍ଲ୍ସ ଏବଂ ରାଜକୁମାରୀ ଡାଏନାଙ୍କ ୧୯୮୧ ବିବାହ କେକ୍

ନୂଆଦିଲ୍ଲୀ: ଇଂଲଣ୍ଡର ରାଜା ଚାଲର୍ସ ଏବଂ ରାଜକୁମାରୀ ଡାଏନାଙ୍କ ବିବାହର କେକ୍ ନିଲାମ ହେବ। ପୁର୍ବରୁ ଆପଣ ବିଭିନ୍ନ ସଂଗ୍ରାଳୟରେ ଥିବା ମୂଲ୍ୟବାନ ବସ୍ତୁର ନିଲାମ କିମ୍ବା ଐତିହାସିକ ଜିନିଷର ନିଲାମ ବିଷୟରେ ଶୁଣିଥିବେ। ତେବେ ବ୍ରିଟେନର ବର୍ତ୍ତମାନର ରାଜା ଏବଂ ରାଣୀଙ୍କର ବିବାହ କେକ୍ ନିଲାମ ଖବର ଶୁଣିବାକୁ ମିଳିଛି। ୧୯୮୧ ମସିହାରେ ଏହି ରାଜପରିବାର ବିବାହରେ ୩ ହଜାରରୁ ଅଧିକ ଲୋକେ ସାମିଲ ହୋଇଥିଲେ। ଏମାନଙ୍କ ମଧ୍ୟରେ ନିଗେଲ ରିକେଟସ ନାମକ ଜଣେ ଅତିଥୀ ଥିଲେ, ଯାହାଙ୍କର ଗତବର୍ଷ ମୃତ୍ୟୁ ହୋଇଯାଇଥିବା ନିଉୟର୍କ ପୋଷ୍ଟ ରିପୋର୍ଟ କରିଛି।

ନିଗେଲଙ୍କ ମୃତ୍ୟୁ ପରେ ଏହା ଜଣାପଡିଛି ଯେ, ସେ ରାଜାରାଣିଙ୍କ ବିବାହର କେକ୍ ଖଣ୍ଡକୁ ୪୧ ବର୍ଷ ଧରି ସାଇତି ରଖିଥିଲେ। ଯାହାକୁ ଏବେ ନିଲାମ କରାଯାଉଛି ବୋଲି ସୂଚନା ନିୟୁୟର୍କ ପୋଷ୍ଟ ରିପୋର୍ଟ କରିଛି। ନ୍ୟୁୟର୍କ ପୋଷ୍ଟ ଅନୁଯାୟୀ, କେକ୍ ଖଣ୍ଡରେ ଜିବିପି ୩୦୦ ର ପୂର୍ବ ବିକ୍ରୟ ଆକଳନ ରହିଛି ଯାହା ₹ ୨୭,୦୦୦ ରୁ ଅଧିକ (ବର୍ତ୍ତମାନର ରୂପାନ୍ତର ହାର ଅନୁଯାୟୀ) ଟଙ୍କା ଅଟେ। କେକ୍ ଏହାର ମୂଳ ବକ୍ସରେ ପ୍ୟାକେଜ୍ ହୋଇଛି ଏବଂ ଅଧିକରୁ ଅଧିକ ବିକ୍ରି ହେବାର ଆଶା କରାଯାଉଛି।

ଦି ପୋଷ୍ଟ ଅନୁଯାୟୀ, ଯଦିଓ ବିବାହ ପାଇଁ ୨୩ ଟି କେକ୍ ତିଆରି କରାଯାଇଥିଲା, ତଥାପି ଖଣ୍ଡଟି ପାଞ୍ଚଟି ସ୍ତର ବିଶିଷ୍ଟ ଏବଂ ପାଞ୍ଚ ଫୁଟ ଉଚ୍ଚ ଥିବା ସେଣ୍ଟ୍ରିପେସ୍ ଫ୍ରୁଟକେକ୍ ରୁ ଆସିଥିବା ଜଣାପଡିଛି। ସମାନ କେକ୍ ର ଏକ ଖଣ୍ଡ ୨୦୧୪ ରେ ଜିବିପି ୧,୩୭୫ ରେ ବିକ୍ରି ହୋଇଥିଲା, ଯାହା ଭାରତୀୟ ଟଙ୍କାରେ ୧,୨୭,୦୦୦ ରୁ ଅଧିକ।

Get real time updates directly on you device, subscribe now.