ଛୋଟ ଛୁଆଙ୍କୁ ଗାଲରେ ଚୁମ୍ବନ ଦେଉଛନ୍ତି କି? ହୋଇପାରେ ଏହି ମାରାତ୍ମକ…

ନୂଆଦିଲ୍ଲୀ: ଛୋଟ ଛୁଆଙ୍କୁ ଦେଖିବା ମାତ୍ରେ ସମସ୍ତେ ଚୁମ୍ବନ ଦେଇଥାନ୍ତି । ଯେକୌଣସି ବ୍ୟକ୍ତି ଛୁଆକୁ ଦେଖିବା ମାତ୍ରେ କୋଳେଇ ଗେଲ କରିଥାନ୍ତି । ତେବେ ଏହା ସ୍ବାସ୍ଥ୍ୟପକ୍ଷେ ହାନିକାରକ ବୋଲି କୁହାଯାଇଛି । ଉଭୟ ମାଆ ଏବଂ ଛୁଆଙ୍କୁ କ୍ଷତି ପହଞ୍ଚାଏ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି । ଗାଲକୁ ଗେଲ କରିବା ଦ୍ବାରା ସଂକ୍ରମଣର ଆଶଙ୍କା ବୃଦ୍ଧି ପାଇଥାଏ । ଛୋଟ ଛୁଆଙ୍କ କ୍ଷେତ୍ରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇନଖଥିବା ବେଳେ ଏହି ସମୟରେ ଗାଲକୁ ଗେଲ କଲେ ଉକ୍ତ ଲୋକର ସଂକ୍ରମଣ ଛୁଆଙ୍କୁ ହୋଇଥାଏ । କେତେକ କ୍ଷେତରେ ଏହା ପ୍ରାଣଘାଟି ହୋଇଥିବାରୁ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଏଥିରୁ ନିବୃତ୍ତ ରହିବା ପାଇଁ ପରାମର୍ଶ ଦେଇଥାନ୍ତି ।

ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ଗାଲକୁ ଗେଲ କରିବା ଦ୍ବାରା ସଂକ୍ରମଣ ସହିତ ଚର୍ମ ସମସ୍ୟା ଦେଖାଯିବାର ସମ୍ଭାବନା ରହିଥାଏ । ଏହାସହିତ ଓଠ ଏବଂ ଗାଲରେ ଘା ହେବାର ସମ୍ଭାବନା ମଧ୍ୟ ରହିଥାଏ । ସେହିପରି ଓଠକୁ କିସ୍ କରିବା ଦ୍ବାରା ଶ୍ବାସକ୍ରିୟାରେ ସମସ୍ୟା ଦେଖାଯିବାର ସମ୍ଭାବନା ଅଧିକ ରହିଥାଏ । ଯଦି ଶିଶୁକୁ ଚୁମ୍ବନ ଦେବାକୁ ଚାହଁଛନ୍ତି, ଏହା ପୂର୍ବରୁ ପ୍ରଥମେ ପରିଷ୍କାର ପରିଚ୍ଛନ୍ନତା ଜରୁରୀ ଅଟେ । 6 ମାସ ପରେ ଶିଶୁକୁ ଚୁମ୍ବନ ଦେବା ପ୍ରାଣଘାତି ବୋଲି ମନେ କରାଯାଏ ନାହିଁ ।