fbpx

କାର୍ତ୍ତିକଙ୍କ ପାଇଁ ମୁଣ୍ଡବିନ୍ଧା ପାଲଟିଥିଲା ଚୁମ୍ବନ ଦୃଶ୍ୟ, ଗୋଟିଏ ସଟ୍ ପାଇଁ ଦେବାକୁ ପଡ଼ିଲା ୩୭ ରିଟେକ୍

ନୂଆଦିଲ୍ଲୀ: କାର୍ତ୍ତିକ ଆରିୟନ୍ ଖୁବ୍ କମ୍ ସମୟରେ ବଲିଉଡ୍ ଜଗତରେ ନିଜର ସ୍ୱତନ୍ତ୍ର ପରିଚୟ ତିଆରି କରିବାରେ ସଫଳ ହୋଇପାରିଛନ୍ତି । ପ୍ୟାର୍ କା ପଞ୍ଚନାମା ଫିଲ୍ମରୁ ରାତାରାତି ଷ୍ଟାର୍ ହୋଇଥିବା ଏହି ଅଭିନେତା ବଲିଉଡ୍ ରେ ଏବେ ରାଜ୍ କରୁଛନ୍ତି । ଗୋଟିଏ ପରେ ଗୋଟିଏ ହିଟ୍ ଫିଲ୍ମ ଦେଇଛନ୍ତି । ତେବେ କ୍ୟାମେରା ଆଗରେ କିସ୍ ସିନ୍ କରିବାକୁ ସେ କେବେ ବି କୁଣ୍ଠାପ୍ରକାଶ କରନ୍ତି ନାହିଁ । ହେଲେ ଥରେ ତାଙ୍କୁ କିସିଂ ସିନ୍ ପାଇଁ ୩୭ ରିଟେକ୍ ଦେବାକୁ ପଡ଼ିଥିଲା । ସେ ଏହି ଚୁମ୍ବନ ଦୃଶ୍ୟ କରି କରି ଚିନ୍ତିତ ହୋଇପଡ଼ିଥିଲେ ।

ବାସ୍ତବରେ ଫିଲ୍ମ “କାଞ୍ଚି: ଅନବ୍ରେକେବଲ୍” ରେ କାର୍ତ୍ତିକ କାମ କରୁଥିଲେ, ଯାହାର ନିର୍ଦ୍ଦେଶକ ସୁଭାଷ ଘଇ ଥିଲେ । ଫିଲ୍ମରେ କାର୍ତ୍ତିକଙ୍କୁ ଲିଡ୍ ରୋଲରେ ଥିବା ଅଭିନେତ୍ରୀ ମିଷ୍ଟିଙ୍କୁ ଚୁମ୍ବନ ଦୃଶ୍ୟ କରିବାର ଥିଲା, ଯାହା ତାଙ୍କ ପାଇଁ ସହଜ ନଥିଲା । କାରଣ ତାଙ୍କୁ କିସ୍ କରିବା ଆସୁନଥିଲା । ଏ ବିଷୟରେ କାର୍ତ୍ତିକ ନିଜେ ଏକ ଇଣ୍ଟରଭିୟୁରେ ଖୁଲାସା କରିଛନ୍ତି ।

 

View this post on Instagram

 

A post shared by KARTIK AARYAN (@kartikaaryan)

ସେ ଇଣ୍ଟରଭିୟୁରେ କହିଛନ୍ତି ଯେ, “ଫିଲ୍ମର ଏକ ସିନ୍ ରେ ସୁଭାଷଙ୍କୁ ଅଭ୍ୟାସଗତ ଚୁମ୍ବନ ଦୃଶ୍ୟ ଦରକାର ଥିଲା ଓ ଆଉ ମୋତେ କିସ୍ ଠିକ୍ ଭାବରେ ଆସୁନଥିଲା । ମୁଁ ତାଙ୍କୁ ପଚାରିବାକୁ ଯାଉଥିଲି ଯେ ସାର୍ ଆପଣ କରିକି ଦେଖାନ୍ତୁ କେମିତି କରାଯାଏ? ମୁଁ କେବେ ଭାବିନଥିଲି ଯେ, କିସ୍ ସିନ୍ ଏତେ ମୁଣ୍ଡବିନ୍ଧା ଦେବ ବୋଲି । ସେ ଦିନ ଆମେ ଲର୍ଭସ ଭଳି ବ୍ୟବହାର କରୁଥିଲୁ । ଶେଷରେ ଭଲ ସଟ୍ ହୋଇଥିଲା ଯେପରି ସୁଭାଷ ଚାହୁଁଥିଲେ” । ମିଷ୍ଟିଙ୍କ ସହିତ ସେହି ଚୁମ୍ବନ ଦୃଶ୍ୟ କରିବାକୁ କାର୍ତ୍ତିକଙ୍କୁ ୩୭ ରିଟେକ୍ ଦେବାକୁ ପଡ଼ିଥିଲା ।

 

Get real time updates directly on you device, subscribe now.