ମାଛ ଭାଜିବା ପରେ ରୋଷେଇ ଘରୁ କେମତି ଦୂର କରିବେ ଗନ୍ଧ, ଆପଣାନ୍ତୁ ଏହି ୭ଟି ଉପାୟ
ମାଛ ଭାଜିବା ପରେ ରୋଷେଇ ଘରେ ରହିଯାଉଛି କି ଦୁର୍ଗନ୍ଧ, ଜାଣନ୍ତୁ କେମିତି କରିବେ ଦୂର
ନୂଆଦିଲ୍ଲୀ: ସାଧାରଣତଃ ଆମେ ମାଛ ଭଜିବା ପରେ ତା’ର ଗନ୍ଧ ଆମ ରୋଷେଇ ଘର ସାରା ହୋଇଯାଏ। ଏଥିସହ ଆମେ ବି ବାହାରକୁ ଆସିବା ପରେ ମାଛ ମାଛ ଗନ୍ଧାଇଥାଉ।
ଯଦି ଆପଣ ରୋଷେଇ ଘରେ ଚିମିନି ଲଗାଇଛନ୍ତି ତେବେ ଏହି ଗନ୍ଧ ବାହାରକୁ ପଳାଇଥାଏ। କିନ୍ତୁ ଏହାର କିଛି ଗନ୍ଧ ରୋଷେଇ ଘରେ ରହିଯାଇଥାଏ। ତେବେ ଆସନ୍ତୁ ଜାଣିବା ଏହାକୁ କେମିତି ଦୂର କରିବା।
ଉପାୟ:
-ଆପଣ ଲବଙ୍ଗ, ଡାଲଚିନିକୁ ପାଣିରେ ଭଲଭାବେ ଫୁଟାନ୍ତୁ। ଏଥିରେ ଦୁର୍ଗନ୍ଧ ଦୂର ହୋଇଥାଏ। ଏଥିସହ କିଚେନ୍ ଫ୍ରେସ୍ ହୋଇଯାଇଥାଏ।
-ମାଛର କିଛି ଅଂଶ କିଚେନ୍ର ବେସିନରେ ଜମିଯାଇଥାଏ। ଏଥିରେ କିଛି ବେକିଂ ସୋଡା ନାଲିରେ ପକାଇବା ଦ୍ୱାରା ଏହା ସଫା ହୋଇଯାଏ ଏବଂ ଦୁର୍ଗନ୍ଧ ଉତ୍ପନ୍ନ ହୁଏନି।
-ଲେମ୍ବୁରେ ବାସନକୁ ଭଲଭାବେ ଧୋଇପାରିବେ। ଏହା ମାଛର ଦୁର୍ଗନ୍ଧକୁ ଦୂର କରିବାରେ ସାହାଯ୍ୟ କରିଥାଏ।
-ଦୁର୍ଗନ୍ଧ ଦୂର କରିବା ଲାଗି କଫି ପାଉଡର ମଧ୍ୟ ଭଲ ହୋଇଥାଏ। କଫି ପାଉଡର ବା ବେକିଂ ସୋଡାକୁ ଏକ ପାତ୍ରରେ ନେଇ ରୋଷେଇ ଘରେ ଖୋଲା ରଖିଦିଅନ୍ତୁ। ଏଥିରେ ଦୁର୍ଗନ୍ଧ ଦୂର ହୋଇଥାଏ।
-ମାଛକୁ ଫ୍ରିଜରେ ରଖିବା ସମୟରେ ଖୋଲା ରଖନ୍ତୁନି। ଯଦି ସମ୍ଭବ ତେବେ ଆପଣ ଏଥିରେ କଦଳୀ ଚୋପା ରଖିପାରିବେ। ଏଥିରେ ଦୁର୍ଗନ୍ଧ ହୁଏନି।
-ସର୍ବଦା ମାଛ ଭାଜିଲା ବେଳେ ଝରକା କବାଟ ଖୋଲା କରି ରଖନ୍ତୁ।
-ଏକ ପାତ୍ରରେ କିଛି ଭିନେଗାରକୁ ଅଳ୍ପ ଫୁଟାନ୍ତୁ। ବାୟୁରେ ପ୍ରଦୂଷିତ ଦୁର୍ଗନ୍ଧକୁ ଏହା ବିଷୁଦ୍ଧ କରିଥାଏ। ଏଥିସହ କିଚେନର ପରିବେଶ ସ୍ୱଚ୍ଛ ହୋଇଥାଏ।
-ଗ୍ୟାସରେ କିଛି ଡାଲଚିନି ବା ତେଜପତ୍ର ସେକନ୍ତୁ। ଏହା କରିବା ଦ୍ୱାରା ଦୁର୍ଗନ୍ଧ ଦୂର ହୋଇଥାଏ।