Breaking: କେକେଆରକୁ ମିଳିଲା ନୂଆ କ୍ୟାପ୍ଟେନ୍, ଏଥର ରହାଣେଙ୍କ ପାଳି

ନୂଆଦିଲ୍ଲୀ: ଆଗାମୀ ଦିନରେ ହେବାକୁ ଥିବା ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ରେ କୋଲକାତା ନାଇଫ୍ ରାଇଡା (କେକେଆର୍) ଅଧିନାୟକ ଦାୟିତ୍ୱରେ ରାହିବେ ଆଜିଙ୍କ୍ୟ ରହାଣେ ।

ତିନିଥର ଆଇପିଏଲ୍ ମ୍ୟାଚ୍ ଜିତିଥିବା କେକେଆର୍ ଭେଙ୍କଟେସ ଅୟର ଭାଇସ କ୍ୟାପ୍ଟେନ ଦାୟିତ୍ୱରେ ରହିବେ ।

ରହାଣେଙ୍କୁ ଅଧିନାୟକ ଭାବେ ବାଛି ଟିମ୍ ଉତ୍ତମ ପଦକ୍ଷେପ ନେଇଥିବା କହିଛି । ଆଗାମୀ ଦିନରେ ରହଣେଙ୍କ କ୍ୟାପ୍ଟେନ୍ସିରେ ଦଳ ଭଲ ପଦର୍ଶନ କରିବ ବୋଲି ଟିମ୍ ଆଶାୟୀ ଅଛି ।

ମାର୍ଚ୍ଚ ୨୨ରେ ଆରମ୍ଭ ହେବ ଆଇପିଏଲ୍ ମ୍ୟାଚ୍ । ପ୍ରଥମ ଦିନ କେକେଆର୍ ଏବଂ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୁରୁ ମଧ୍ୟରେ କଡ଼ା ମୁକାବିଲା ହେବ ।