KKRର ଷ୍ଟାର କ୍ରିକେଟର, ଖେଳ ଛାଡ଼ି ହେବେ ‘ଡକ୍ଟର’… IPL-2025 ପାଇଁ ମିଳିଥିଲା ବଡ଼ ଆମାଉଣ୍ଟ

ନୂଆଦିଲ୍ଲୀ: ଆଇପିଏଲ-୨୦୨୫ ପାଇଁ ବଡ଼ ବଡ଼ ଖେଳାଳିଙ୍କୁ ଦଳରେ ସାମିଲ କରିଛି ପୂର୍ବତନ ଚମ୍ପିଆନ୍ କୋଲକାତା ନାଇଟ ରାଇଡର୍ସ । ରିଟେନସନ ପରେ ଅକ୍ସନରେ ମଧ୍ୟ ଅନେକ ବଡ଼ ଖେଳାଳିଙ୍କୁ ଦଳରେ ସାମିଲ କରିଛି କୋଲକାତା । ତେବେ ଦଳର ଜଣେ ଷ୍ଟାର କ୍ରିକେଟର ଏବେ ଡକ୍ଟର ହେବାକୁ ଯାଉଛନ୍ତି । ପିଏଚଡି ଡିଗ୍ରୀ ହାସଲ କରିବା ପାଇଁ ବର୍ତ୍ତମାନ ପାଠପଢା ଉପରେ ଫୋକସ କରୁଥିବା କହିଛନ୍ତି କେଲକାତାର ଏହି ଷ୍ଟାର ଅଲରାଉଣ୍ଡର । ଖୁବଶୀଘ୍ର ତାଙ୍କ ନାମ ଆଗରେ ଲାଗିବାକୁ ଯାଉଛି ‘ଡକ୍ଟର’ ଉପାଧି ।

ଆମେ କହୁଛୁ କୋଲକାତା ନାଇଟ ରାଇଡର୍ସର ଷ୍ଟାର ଅଲରାଉଣ୍ଡର ଭେଙ୍କଟେଶ ଆୟରଙ୍କ କଥା । ଆଇପିଏଲ-୨୦୨୫ ମେଗା ଅକ୍ସନରେ କୋଲକାତା ଭେଙ୍କଟେଶଙ୍କୁ ୨୩.୭୫ କୋଟିରେ ଦଳରେ ସାମିଲ କରିଛି । ତେବେ ଅକ୍ସନ ପରେ ଏହି ଷ୍ଟାର କ୍ରିକେଟରଙ୍କୁ ନେଇ ଏକ ବଡ଼ ଖବର ସାମନାକୁ ଆସିଛି । ଖୁବଶୀଘ୍ର ସେ ନିଜ ପିଏଚଡି ଡିଗ୍ରୀ ହାସଲ କରିବେ ବୋଲି ପ୍ରସ୍ତୁତ ହେଉଛନ୍ତି । ଭେଙ୍କଟେଶ ବର୍ତ୍ତମାନ ଫାଇନାନ୍ସରେ ପିଏଚଡି କରୁଛନ୍ତି । ଏଥିରେ ସଫଳ ହେବା ପରେ ଭେଙ୍କଟେଶ ଆୟରଙ୍କ ନାମ ଆଗରେ ‘ଡକ୍ଟର’ ଉପାଧି ସାମିଲ ହୋଇଯିବ । ଏହାପରେ ତାଙ୍କ ନାମ ହୋଇଯିବ ଡକ୍ଟର ଭେଙ୍କଟେଶ ଆୟର ।

ଏ ନେଇ ଭେଙ୍କଟେଶ କହିଛନ୍ତି ଯେ, ଯଦି ମୁଁ ଗୋଟିଏ ସମୟରେ ୨ଟି କାମ କରିପାରିବି, ନିଶ୍ଚୟ କରିବି । ପାଠ ପଢିବା ଦ୍ୱାରା ମଇଦାନରେ ବଡ଼ ନିଷ୍ପତ୍ତି ନେବା ସମୟରେ ମଧ୍ୟ ଖୁବ ସହଜ ହୋଇଥାଏ । କ୍ରିକେଟର କ୍ରିକେଟ ଜ୍ଞାନ ସହସମସ୍ତ ଜ୍ଞାନ ରଖିବା ଉଚିତ୍ । ମୁଁ ବର୍ତ୍ତମାନ ଫାଇନାନ୍ସରେ ପିଏଚଡି କରୁଛି ଏବଂ ଆଗାମୀ ଥର ଆପଣ ମୋ ଇଣ୍ଟଭ୍ୟୁ ଡକ୍ଟର ଭେଙ୍କଟେଶ ଆୟର ଭାବରେ ନେବେ ବୋଲି କହିଛନ୍ତି କୋଲକାତାର ଷ୍ଟାର ଅଲରାଉଣ୍ଡର । ଏହାସହିତ ଭାରତର ସାଥୀ ଖେଳାଳିମାନଙ୍କୁ ମଧ୍ୟ ସେ ପାଠପଢିବା ପାଇଁ ପ୍ରୋତ୍ସାହନ ଦେଇଛନ୍ତି । ଜୀବନରେ କିଛି କରିବାକୁ ହେଲେ ପାଠ ପଢିବା ନିହାତି ଜରୁରୀ । କାରଣ ଜଣେ ଖେଳାଳି ୬୦ବର୍ଷ ପର୍ଯ୍ୟନ୍ତ ଖେଳିପାରିବ ନାହିଁ । କିନ୍ତୁ ଶିକ୍ଷା ସାରା ଜୀବନ ଆପଣଙ୍କ ସହ ରହିବ ।