fbpx

ଦିନିକିଆ କ୍ରିକେଟ ଦଳରୁ ବାଦ୍ ପଡ଼ିଲେ କେ.ଏଲ ରାହୁଲ: ଶତକ ପରେ ବି ମିଳିଲାନି ସ୍ଥାନ

Advertisement

ନୂଆଦିଲ୍ଲୀ: ଦିନିକିଆ ବିଶ୍ୱକପରେ ଶତକ ହାସଲ କରିବା ପରେ ମଧ୍ୟ କେ.ଏଲ ରାହୁଲ ଦିନିକିଆ ଦଳରୁ ବାଦ୍ ପଡ଼ିଛନ୍ତି । ରାହୁଲଙ୍କ ବ୍ୟତୀତ ଜଶପ୍ରୀତ ବୁମରାହ ଏବଂ ରବିନ୍ଦ୍ର ଜାଡେଜା ମଧ୍ୟ ଏହି ଦଳରେ ସ୍ଥାନ ପାଇନାହାନ୍ତି । ଯାହାକୁ ନେଇ ଖୁବ ଚର୍ଚ୍ଚା ହେବାରେ ଲାଗିଛି । ଅଧିନାୟକ ରୋହିତ ଶର୍ମା, ଷ୍ଟାର ଓପନର ଶୁଭମନ ଗିଲ ଏବଂ ବିରାଟ କୋହଲିଙ୍କୁ ଦିନିକିଆ ଦଳରେ ସୁଯୋଗ ମିଳିଛି । କିନ୍ତୁ ରାହୁଲ, ଜାଡେଜା ଏବଂ ବୁମରାହଙ୍କୁ ଦଳରୁ ବାଦ୍ ଦିଆଯାଇଛି ।

ଟିମ ଇଣ୍ଡିଆର ପୂର୍ବତନ ଓପନର ଆକାଶ ଚୋପ୍ରା ୨୦୨୩ ବର୍ଷ ପାଇଁ ବେଷ୍ଟ ଦିନିକିଆ ଦଳ ଘୋଷଣା କରିଛନ୍ତି । ଏହି ଦଳରେ ବିଶ୍ୱକପ ଚମ୍ପିଆନ୍ ଅଷ୍ଟ୍ରେଲିଆ ଦଳର କୌଣସି ଖେଳାଳି ସ୍ଥାନ ପାଇନାହାନ୍ତି । ତେବେ ଭାରତର ଶତକବୀର କେ.ଏଲ ରାହୁଲ ଏବଂ ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜାଙ୍କ ସହ ଜଶପ୍ରୀତ ବୁମରାହ ମଧ୍ୟ ଆକାଶଙ୍କ ପ୍ଲେଇଙ୍ଗ-୧୧ରୁ ବାଦ୍ ପଡ଼ିଛନ୍ତି । ତେବେ ଟିମ ଇଣ୍ଡିଆର ୬ ଜଣ ଖେଳାଳିଙ୍କୁ ଏହି ଦଳରେ ସ୍ଥାନ ଦେଇଛନ୍ତି ଆକାଶ ଚୋପ୍ରା । ଅଷ୍ଟ୍ରେଲିଆ ତରଫରୁ ବିଶ୍ୱକପରେ ସର୍ବାଧିକ ସ୍କୋରର ତାଲିକାରେ ସ୍ଥାନ ପାଇଥିବା ଡାଭିଡ ୱାର୍ଣ୍ଣର ଏବଂ ମିଚେଲ ମାର୍ଶ ମଧ୍ୟ ଦଳରୁ ବାଦ୍ ପଡ଼ିଛନ୍ତି ।

ତେବେ ଆକାଶ ନିଜର ଏହି ଦଳରେ ଭାରତର ଅଧିନାୟକ ରୋହିତ ଶର୍ମାଙ୍କୁ ଅଧିନାୟକ ଭାବରେ ସାମିଲ କରିଥିବା ବେଳେ ତାଙ୍କ ସହ ସାଥୀ ଓପନର ଶୁଭମନ ଗିଲଙ୍କୁ ଦଳରେ ସୁଯୋଗ ଦେଇଛନ୍ତି । ଏହପରେ ୩ ନମ୍ବର ପାଇଁ ବିରାଟ କୋହଲିଙ୍କୁ ସ୍ଥାନ ମିଳିଥିବା ବେଳେ ସ୍ପିନ ବୋଲର କୁଳଦୀପ ଯାଦବ ଆକାଶଙ୍କ ପ୍ଲେଇଙ୍ଗ-୧୧ରେ ସ୍ଥାନ ପାଇଛନ୍ତି । ତେବେ ଫାଷ୍ଟ ବୋଲର ଭାବରେ ମହମ୍ମଦ ଶାମୀ ଏବଂ ମହମ୍ମଦ ସିରାଜ ଆକାଶଙ୍କ ଦଳରେ ସ୍ଥାନ ହାସଲ କରିଛନ୍ତି । କିନ୍ତୁ ଅଷ୍ଟ୍ରେଲିଆ ତରଫରୁ ବିଶ୍ୱକପରେ ଦ୍ୱିଶତକ ହାସଲ କରିଥିବା ଗ୍ଲେନ ମ୍ୟାକ୍ସୱେଲଙ୍କ ସହ ଫାଇନାଲର ଶତକବୀର ଟ୍ରାଭିସ ହେଡଙ୍କୁ ମଧ୍ୟ ଏହି ଦଳରେ ସ୍ଥାନ ମିଳିନାହିଁ ।

ଆକାଶଙ୍କ ପ୍ଲେଇଙ୍ଗ-୧୧: ରୋହିତ ଶର୍ମା (ଅଧିନାୟକ), ଶୁଭମନ ଗିଲ୍, ବିରାଟ କୋହଲି, ଡାରିଲ ମିଚେଲ, ମହମ୍ମଦ ରିଜୱାନ୍, ଶାକିବ ଅଲ୍ ହାସନ୍, ମାକ୍ରୋ ଜାନସେନ, ଗେରାଲ୍ଡ କୋଏଟଜୀ, କୁଳଦୀପ ଯାଦବ, ମହମ୍ମଦ ଶାମୀ, ମହମ୍ମଦ ସିରାଜ
ରିଜର୍ଭ ପ୍ଲେୟର: ଶାହୀନ ଆଫ୍ରିଦି, କେ.ଏଲ ରାହୁଲ, ଆଡାମ୍ ଜାମ୍ପା ଏବଂ ରଚିନ୍ ରବିନ୍ଦ୍ର ।

Get real time updates directly on you device, subscribe now.