fbpx
BJD
BJD SKY
BJD SKY

ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ରାହୁଲଙ୍କ ଖେଳିବା ମୁସ୍କିଲ, ଦିନିକିଆ ଏବଂ ଟି-୨୦ରୁ ବି ବାଦ୍ ପଡି ପାରନ୍ତି

BJD

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜରେ କେଏଲ ରାହୁଲଙ୍କୁ ଦଳର ନେତୃତ୍ଵ ଦାୟିତ୍ଵ ମିଳିଥିଲା। ହେଲେ ଆହତ ହେବା କାରଣରୁ ସେ ସିରିଜରୁ ବାଦ୍ ପଡିଛନ୍ତି। ତାଙ୍କ ସ୍ଥାନରେ ଋଷଭ ପନ୍ତ ଦଳର ନେତୃତ୍ଵ ନେଇଛନ୍ତି। ସଂପ୍ରତି ଭାରତ ସିରିଜରେ ୧-୨ରେ ପଛରେ ରହିଛି। ଏହା ମଧ୍ୟରେ କେଏଲ ରାହୁଲଙ୍କ ଆଘାତ ସମସ୍ୟାକୁ ନେଇ ଆସିଛି ବଡ ଖବର। ରାହୁଲ ଏବେ ମଧ୍ୟ ଆହତରୁ ସୁସ୍ଥ ହୋଇ ନାହାନ୍ତି। ତେଣୁ ଜୁଲାଇ ୧ରୁ ଇଂଲଣ୍ଡ ବିପକ୍ଷ ଏକ ମାତ୍ର ଟେଷ୍ଟରୁ ସେ ବାଦ୍ ପଡି ପାରନ୍ତି। ଏପରିକି ତାଙ୍କର ଦିନିକିଆ ଏବଂ ଟି-୨୦ ସିରିଜ୍ ଖେଳିବା ମଧ୍ୟ ମୁସ୍କିଲ ଲାଗୁଛି।

କ୍ରିକବଜର ରିପୋର୍ଟ ଅନୁଯାୟୀ, ରାହୁଲ କେବେ ପଡିଆକୁ ଓହ୍ଲାଇବେ ତାହା ସ୍ପଷ୍ଟ ହୋଇ ନାହିଁ। ସେ ଏବେ ବେଙ୍ଗାଲୁରୁ ସ୍ଥିତ ଜାତୀୟ କ୍ରିକେଟ୍ ଏକାଡେମୀ(ଏନସିଏ)ରେ ରିହାବରେ ଅଛନ୍ତି। ହେଲେ ସଂପୂର୍ଣ୍ଣ ସୁସ୍ଥ ହୋଇ ନାହାନ୍ତି। ତେଣୁ ଇଂଲଣ୍ଡ ସିରିଜରେ ତାଙ୍କର ଖେଳିବା ନେଇ ସନ୍ଦେହ ରହିଛି। ଭାରତୀୟ ଦଳର ପ୍ରଥମ ଗ୍ରୁପ ଜୁନ ୧୬ରେ ଇଂଲଣ୍ଡ ଅଭିମୁଖେ ଗସ୍ତ କରିବେ। କୋଚ୍ ରାହୁଲ ଦ୍ରାବିଡ, ଋଷଭ ପନ୍ତ ଏବଂ ଶ୍ରେୟସ ଆୟର ସହିତ ଦ୍ଵିତୀୟ ଗ୍ରୁପ ଜୁନ ୨୦ରେ ଇଂଲଣ୍ଡ ଗସ୍ତ କରିବେ। ଏବେ ଦକ୍ଷିଣ ଆଫ୍ରିକା ବିପକ୍ଷ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜରେ ଭାରତ ବ୍ୟସ୍ତ ରହିଛି।

ଏହା ମଧ୍ୟ ସ୍ପଷ୍ଟ ହୋଇ ନାହିଁ ଯେ, ଯଦି ରାହୁଲ ଇଂଲଣ୍ଡ ଗସ୍ତରେ ଖେଳିବେ ନାହିଁ ତେବେ ତାଙ୍କ ବଦଳ ଖେଳାଳି ଭାବେ କାହାକୁ ଦଳରେ ସାମିଲ୍ କରାଯିବ। ଇଂଲଣ୍ଡ ଗସ୍ତ ପାଇଁ ୧୭ ଜଣିଆ ଦଳ ଘୋଷଣା ହୋଇ ସାରିଛି। ରାହୁଲଙ୍କ ଅନୁପସ୍ଥିତିରେ ଅଧିନାୟକ ରୋହିତ ଶର୍ମା ଏବଂ ଶୁଭମାନ ଗିଲ୍ ଓପନିଂ କରିବେ। ତେବେ ମୟଙ୍କ ଅଗ୍ରଓ୍ଵାଲଙ୍କୁ ଦଳରେ ସାମିଲ୍ କରାଯିବାର ଆଶା କରାଯାଉଛି। ଗତ ବର୍ଷ କରୋନା କାରଣରୁ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ୍ ପୂରା ହୋଇ ପାରିନଥିଲା। ଭାରତ ସଂପ୍ରତି ଉକ୍ତ ସିରିଜରେ ୨-୧ରେ ଅଗ୍ରଣୀ ରହିଛି।

 

Get real time updates directly on you device, subscribe now.