fbpx

ପାରାଦୀପରେ ଚାଞ୍ଚଲ୍ୟ : ପୁଅକୁ ପିଟି ପିଟି ମାରିଦେଲେ ବାପା-ସାବତ ମା’!

ଭୁବନେଶ୍ୱର(ଓଡିଶା ଭାସ୍କର): ପୁଅକୁ ପିଟି ପିଟି ମାରିଦେଲେ ବାପା-ସାବତ ମା । ଏଭଳି ଅଭାବନୀୟ ଘଟଣା ଘଟିଛି ପାରାଦୀପ ଅଭୟଚାନ୍ଦପୁର ଥାନା ତ୍ରିଲୋଚନପୁର ଗ୍ରାମରେ । ତ୍ରିଲୋଚନପୁର ଗ୍ରାମରେ ୧୫ ବର୍ଷର ପୁଅକୁ ବାପା ଓ ସାବତ ମା’ ମିଶି ପିଟିପିଟି ମାରିଦେଇଥିବା ଅଭିଯୋଗ ହୋଇଛି । ଏଭଳି ଅଭିଯୋଗ ଆଣିଛନ୍ତି ନାବାଳକଙ୍କ ମାମୁଁଘର ଲୋକେ । ଏହି ଖବର ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଂଚି ଗାଁ ସ୍କୁଲ ପଛପଟ ବାଡିରୁ ମୃତଦେହକୁ ଉଦ୍ଧାର କରିଥିବା ସୂଚନା ମିଳିଛି । ଅଭିଯୋଗକୁ ଭିତ୍ତିକରି ପୋଲିସ ବାପା ଓ ସାବତ ମା’କୁ ଅଟକ ରଖି ପଚରାଉଚରା କରୁଥିବା ଜଣାପଡିଛି ।

ସୂଚନା ଯୋଗ୍ୟ ଯେ, ପ୍ରାୟ ୮ରୁ ୧୦ ବର୍ଷ ତଳେ ସନ୍ଦେହଜନକ ଭାବେ ମୃତ ନାବାଳକଙ୍କ ମା’ଙ୍କର ସନ୍ଦେହଜନକ ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଥିଲା । ଏହି ଘଟଣାକୁ ନେଇ ପୋଲିସ ସ୍ୱାମୀକୁ କିଛିଦିନ ପର୍ଯ୍ୟନ୍ତ ଜେଲରେ ମଧ୍ୟ ରଖିଥିଲେ । ତେବେ ଘଟଣାଟି ଲୋକଙ୍କ ମନରୁ ଲିଭି ନ ଥିବାବେଳେ ଆଜି ପୁଅର ମୃତଦେହ ଉଦ୍ଧାର ହେବା ଘଟଣାକୁ ନେଇ ଏବେ ଗାଁରେ ଚାଞ୍ଚଲ୍ୟ ଖେଳିଯାଇଛି ।

Get real time updates directly on you device, subscribe now.