(Video) କେଏଲ ରାହୁଲ IPLରେ ମାରିଲେ ୫ମ ଶତକ

ନୂଆଦିଲ୍ଲୀ: ଷ୍ଟାର ଭାରତୀୟ ବ୍ୟାଟ୍ସମ୍ୟାନ କେଏଲ ରାହୁଲ ଆଇପିଏଲରେ ଆଉ ଏକ ଶତକ ସାମିଲ କରିଛନ୍ତି। ଏହା ତାଙ୍କ ଆଇପିଏଲ କ୍ୟାରିୟରର ୫ମ ସେଞ୍ଚୁରୀ ଅଟେ।

ଆଇପିଏଲ ୨୦୨୫ର ୬୦ତମ ମ୍ୟାଚରେ ଗୁଜରାଟ ଟାଇଟନ୍ସ ବିପକ୍ଷରେ ଦିଲ୍ଲୀ କ୍ୟାପିଟାଲ୍ସର ଏହି ବ୍ୟାଟ୍ସମ୍ୟାନ ୬୦ ବଲରେ ଶତକ ପୂରଣ କରିଛନ୍ତି।

ସେ ଛକା ସହ ଏହି ସେଞ୍ଚୁରୀ ପୂରଣ କରିଛନ୍ତି। କେଏଲ ରାହୁଲ ମୁକାବିଲାରେ ଅପରାଜିତ ରହିଛନ୍ତି। ସେ ୬୫ ବଲରେ ୧୧୫ ରନ କରିଛନ୍ତି। ଏହି ଭାରତୀୟ ବ୍ୟାଟ୍ସମ୍ୟାନ ୧୭୨ର ଘାତକ ଷ୍ଟ୍ରାଇକ ରେଟରେ ବ୍ୟାଟିଂ କରିଛନ୍ତି।

କେଏଲ ରାହୁଲ ଆଇପିଏଲ ଟୁର୍ଣ୍ଣାମେଣ୍ଟରେ ନିଜର ଏହି ପଞ୍ଚମ ଶତକ ହାସଲ କରିଛନ୍ତି। ଦିଲ୍ଲୀ କ୍ୟାପିଟାଲ୍ସ ଗୁଜରାଟ ଟାଇଟନ୍ସକୁ ୨୦୦ ରନର ଟାର୍ଗେଟ ଦେଇଛି। କେଏଲ ରାହୁଲ ୬୫ ବଲରେ ୧୧୨ ରନ କରିଛନ୍ତି।