fbpx

କମ ବୟସରୁ ଆଣ୍ଠୁଗଣ୍ଠି ସମସ୍ୟା କାହିଁକି ହୁଏ ? ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ: ବର୍ତ୍ତମାନ ବୟସ ବଢ଼ିବା ସହିତ ନୂଆ ନୂଆ ରୋଗ ସାମ୍ନାକୁ ଆସୁଛି । ଲୋକମାନଙ୍କୁ ଏବେ କମ ସମୟରେ ହିଁ ନାନାଦି ପ୍ରକାରର ରୋଗଗ୍ରାସ କରୁଛି । ତେବେ ଏହା ପଛରେ ବର୍ତ୍ତମାନ ଲୋକମାନଙ୍କ ଶରୀରରେ ଥିବା କମ ରୋଗପ୍ରତିରୋଧ ଶକ୍ତି ହେଉଛି ମୁଖ୍ୟ କାରଣ ।କେବଳ ଏତିକି ନୁହେଁ ମେଦ ବହୁଳତା ,କମ ବ୍ୟାୟମ, ତେଲମସଲା ଯୁକ୍ତ ଖାଦ୍ୟ ମଧ୍ୟ ରୋଗକୁ ଆହ୍ୱାନ ଦେଉଛି । ଏବେ କମ ବୟସରୁ ହିଁ ଲୋକମାନଙ୍କ ଶରୀରରେ କମ କ୍ୟାଲସିୟମ ଦେଖିବାକୁ ମିଳୁଛି । କମ କ୍ୟାଲସିୟମ ଯାହାକି ଶରୀରରେ ହାଡ, ଗଣ୍ଠିବିନ୍ଧା ଆଦି ସମସ୍ୟା ପାଇଁ ଦାୟୀ । ତେବେ ଆଣ୍ଠୁଗଣ୍ଠି ବିନ୍ଧା କାହିିଁକି ହୁଏ ? ଏବଂ ଏହାକୁ ସମୟପୂର୍ବରୁ କିପରି ଏଡାଇ ହେବ? ଏବଂ ଏହା ପାଇଁ ଉପଚାର କଣ ଆସନ୍ତୁ ଜାଣିବା..

ଆପଣ ଅନେକ ଚଳଚିତ୍ରରେ ଦେଖିଥିବେ ରାଜାରଜୱାଡା ମାନଙ୍କର ସେବା କରିବା ପାଇଁ ଅନେକ ଲୋକରହିଥାନ୍ତି । ସେଥିମଧ୍ୟରୁ କିଛି ଲୋକ ରାଜ ମାନଙ୍କର ଆଣ୍ଠୁ ମୋଡୁ ଥିବାର ମଧ୍ୟ ଦେଖିବାକୁ ମିଳେ । ତେବେ ଏହା ପଛରେ ମଧ୍ୟ କାରଣ ରହିଛି । ମୁଖ୍ୟତ ରାଜା ମାନଙ୍କୁ ଆଣ୍ଠୁ ଗଣ୍ଠିରେ ଅନେକ ସମସ୍ୟା ରହିଥାଏ । ସେମାନଙ୍କର ଖାଦ୍ୟ ଏବଂ ରହଣୀସହଣୀ ପାଇଁ ତାଙ୍କୁ ବିଭିନ୍ନ ରୋଗ ଆକ୍ରାନ୍ତ କରିଥାଏ । ଯାହାର ଫଳ ସ୍ୱରୁପ ତାଙ୍କୁ ଏହି ଭଳି ଆଣ୍ଠୁଗଣ୍ଠି ରୋଗ ମାଡିବସେ । ତେଣୁ ଆଣ୍ଠୁଗଣ୍ଠି ରୋଗଙ୍କୁ କେହି କେହି ରାଜାମାନଙ୍କର ରୋଗ ବୋଲି ମଧ୍ୟ କହିଥାଆନ୍ତି । ତେବେ ୨୬୦୦ ବର୍ଷ ପୂର୍ବରୁ ମଳିଥିବା ଅନେକ ପୁୂରୁଣା ଦସ୍ତାବିଜରେ ଏହି ରୋଗ ବିଷୟରେ ବର୍ଣ୍ଣନା କରାଯାଇଛି । ଯାହା ସୂଚାଇ ଦିଏ ଯେ ଏହି ରୋଗ ବର୍ତ୍ତମାନ ସମୟରେ ନୁହେଁ ବରଂ ବହୁ ପ୍ରାରମ୍ଭିକ ସମୟରୁ ରହି ଆସିଛି ।

ତେବେ କାହିଁକି ହୁଏ ଏହି ରୋଗ, ଏବଂ ଏହାର କାରଣ କଣ ଆସନ୍ତୁ ଜାଣିବା..
ଏହି ରୋଗକୁ ଗ୍ରୁଟ ବା ଅର୍ଥ୍ରାଇଟିସ ବୋଲି କୁହାଯାଏ । ଏହାଦ୍ୱାରା ଶରୀରର ଗଣ୍ଠି ସ୍ଥାନରେ ଏବଂ ଏହାର ଆଖ ପାଖରେ ସୋଡିୟମ ୟୁରେଟର କିଛି ସ୍ଫଟିକ ମାନ ଗଢ଼ି ହେବାର ଲାଗେ । ଯାହା ଦ୍ୱାରା ପ୍ରବଳ ଯନ୍ତ୍ରଣା ସହ ଫୁଲା ସୃଷ୍ଟି ହୁଏ । ଏହା ମୁଖ୍ୟତ ଆଙ୍ଗୁଠି ଗଣ୍ଠି,ଗୋଡ ଗଣ୍ଠି,ଆଣ୍ଠୁ ଗଣ୍ଠିକୁ ପ୍ରଭାବିତ କରେ ।

ଯେତେବେଳେ ଧନୀ ଲୋକମାନେ ଅଧିକ ଅସ୍ୱାସ୍ଥ୍ୟକର ଖାଦ୍ୟ ଖାଆନ୍ତି ଏବଂ ମଦ୍ୟପାନ କରନ୍ତି ସେତେବେଳେ ଏହା ଏହି ରୋଗକୁ ଆମନ୍ତ୍ରଣ କରିଥାଆନ୍ତି । ତେବେ ବର୍ତ୍ତମାନ ସମୟରେ ଏହା ୩୦ ବର୍ଷରେ ହିଁ ହେବା ଆରମ୍ଭ ହେଇଯାଉଛି ଯଦି ସମୟ ପୂର୍ବରୁ ଏହାକୁ ସଠିକ ଭାବରେ ଉପଚାର କରାଯାଏ ତେବେ ଏହି ରୋଗକୁ ଦୂର କରିହେବ ।

କେଉଁ କେଉଁ କାରଣରୁ ଆଣ୍ଠୁଗଣ୍ଠି ରୋଗ ହୋଇଥାଏ ଜାଣନ୍ତୁ..
ମୁଖ୍ୟତ ଆଜିର ସମୟରେ ପୌଷ୍ଟିକ ଖାଦ୍ୟ ବହୁ କମ ଲୋକମାନେ ଖାଉଛନ୍ତି । ଏହା ସହିତ ଅଧିକ ଲୋକମାନେ ବାହାର ଖାଦ୍ୟ,ଜଙ୍କଫୁଡ ଆଦି ଖାଉଛନ୍ତି ଯେଉଁଥିରେ ଆଇରନ,ସୋଡିୟମ ,କ୍ୟାଲସିୟମ ଆଦି ଉପାଦାନ ମାନ ରହୁ ନାହିଁ । ତେଣୁ ଆପଣ ଯଦି ଚାହୁଁଛନ୍ତି ଆପଙ୍କୁ ଏହି ରୋଗ ନ ହେଉ ତେଣୁ ଆପଣ ଏହି ସବୁ ଦିଗ ପ୍ରତିଧ୍ୟାନ ଦେବାକୁ ହେବ…

– ମୋଟାପଣ ଅବା ମେଦବହୁଳତା
– ମଦ୍ୟପାନ
– ସର୍କରାଯୁକ୍ତ ଖାଦ୍ୟ ଅବା ପାନୀୟ
– ସୋଡା ଡ୍ରିଙ୍କସ
– କର୍ଣ୍ଣ ସରପ
ଆଣ୍ଟି ବାୟୋଟିକ ଏବଂ ସାଇକ୍ଲୋଫୋରିକ ଔଷଧ ଆଦି ହାରୁ ଦୂରେଇ ରହିବା ଆବଶ୍ୟକ ।

ତେବେ ଆପଣ ଯଦି ଏହି ଆଣ୍ଠଗଣ୍ଠି ରୋଗ ଠାରୁ ଦୁରେଇ ରହିବାକୁ ଚାହୁଁଛନ୍ତି ତେବେ ଦୟାକରି ଆପଣଙ୍କର ଖାଦ୍ୟପାନୀୟ ଉପରେ ଅଧିକ ପ୍ରାଧ୍ୟାନ୍ୟ ଦେବା ଆବଶ୍ୟକ । ଏହା ସହିତ ପ୍ରତିଦିନ ଯୋଗ ପ୍ରାଣାୟମ ମଧ୍ୟ କରିବା ଆବଶ୍ୟକ । ଆଉ ଯଦି ଆପଣ ଆଣ୍ଠୁଗଣ୍ଠି ରେ ଯନ୍ତ୍ରଣା ଅନୁଭବ କରୁଛନ୍ତି ତୁରନ୍ତ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରିବା ଆବଶ୍ୟକ ।

Get real time updates directly on you device, subscribe now.