fbpx

ଜାଣି ରଖନ୍ତୁ Jioର 2 GB ପ୍ଲାନ ବିଷୟରେ, ଗୋଟେ ବର୍ଷ ପାଇଁ ମିଳିବ ଭାଲିଡିଟି

ଜିଓ ରିଚାର୍ଜ ପ୍ଲାନ: ଜିଓ ସିମ୍ ଚାଳକ ମାନଙ୍କୁ କମ୍ପାନୀ ୧ଜିବି, ୨ଜିବି ଓ ୧.୫ଜିବି ଡାଟା ପ୍ଲାନ ଦେଉଛି । ଏହା ସହ ସେ ୟୁଜର୍ସ ମାନଙ୍କୁ ଫ୍ରି କଲ୍ ଓ sms ଫ୍ରି ଦେଉଛି । ଜିଓ ତାର ରିଚାର୍ଜ ପ୍ଲାନ ସହ ଗୋଟେ ଗୋଟେ କପ୍ଲିମେଣ୍ଟ୍ରି ଏକ୍ସେସ ମଧ୍ୟ ଦେଉଛି । ଯାହାଦ୍ୱାରା ବ୍ୟକ୍ତି ବିଶେଷ ଅଫରର ଫାଇଦା ଉଠାଉଛନ୍ତି । ଯଦି ଆପଣ ଗୋଟେ ଦିନରେ ୨ଜିବି ଖର୍ଚ୍ଚ କରିପାରୁଛନ୍ତି ତେବେ ଜିଓ ପ୍ଲାନକୁ ଆପଣ ରିଚ୍ଚାର୍ଜ କରିପାରିବେ । ଏହା ମାତ୍ର ୨୪୯ଟଙ୍କାରୁ ଷ୍ଟାର୍ଟ ହେବା ସହ କମ୍ପାନୀର ପ୍ଲାଟଫର୍ମରେ ୧ବର୍ଷ ପର୍ଯ୍ୟନ୍ତ ଭାଲିଡିଟି ମଧ୍ୟ ରହୁଛି । ତେବେ ଆସନ୍ତୁ ଜଣିବା ଜିଓ ୨ଜିବି ଡାଟା ପ୍ଲାନର ଡିଟେଲ୍ସ ଉପରେ ।

-ଜିଓର ସବୁଠୁ ଶସ୍ତା ପ୍ୟାକ ଯଦି ଆପଣ ପକାଇବାକୁ ଚାହୁଁଛନ୍ତି , ତେବେ ୨୪୯ଟଙ୍କା ରିଚାର୍ଜ କରନ୍ତୁ । ଏହା ଦିନକୁ ୨ଜିବି ଡାଟା ଦେବା ସହ ୧୦୦ sms ଏବଂ ଅନଲିମିଟେଡ ଫ୍ରି କଲ ଦେଉଛି । ୨୩ଦିନ ଏହାର ଭାଲିଡିଟି ରହୁଛି । ଏହି ପ୍ୟାକରେ ସମୁଦାୟ ୪୬ ଜିବି ଡାଟା ଦେଉଛି ଜିଓ । ଏହା ସହ କମ୍ପାନୀ ଜିଓ ଟିଭି, ଜିଓ ସିନେମା, କ୍ଲାଉଡ୍ସ ଓ ଜିଓ ସିକ୍ୟୁରିଟିର କମପ୍ଲିମେଣ୍ଟ୍ରି ଏକ୍ସେସ ମଧ୍ୟ ଦେଉଛି ।

-୨୯୯ଟଙ୍କା ରିଚାର୍ଜର ସୁବିଧା

୨୪୯ ଟଙ୍କାର ରିଚାର୍ଜରେ ସୁବିଧା ଯାହା ଅଛି ଏଥିରେ ମଧ୍ୟ ସେହି ସମାନ ଜିନିଷ ଅଛି । ହେଲେ ଏହାର ଭାଲିଡିଟି ୨୮ଦିନ ପର୍ଯ୍ୟନ୍ତ ରହୁଛି । ଯଦି ୨ଜିବି ଡାଟା ସରିଯାଉଛି ତେବେ ଏହା ପରେ ବି ୬୪କେବିଏସ ସ୍ପିଡର ଡାଟା ମିଳିବ । ଏହା ସହ ଏହି ପ୍ଲାନରେ ଜିଓ subscription ଫ୍ରିରେ ମିଳୁଛି ।

-୫୩୩ ଟଙ୍କାର ପ୍ଲାନ

ଏହାର ଭାଲିଡିଟି ହେଉଛି ୫୬ ଦିନ ଏବଂ ଏହା ସମୁଦାୟ ୧୧୨ଜିବି ଡାଟା ଦେଉଛି । ଏହାସହ ଜିଓ ୟୁଜର୍ସ ମାନଙ୍କୁ ଏହା ଫ୍ରି କଲ ଏବଂ sms ଦେବା ସହ ଆପ୍ଲିକେସନ୍ସ ଏକ୍ସେସ ମଧ୍ୟ ମିଳୁଛି ।

-୭୧୯ ଟଙ୍କାରେ କଣ ରହିଛି ସୁବିଧା

ଜିଓର ଏହି ପ୍ଲାନ ୮୪ଦିନର ଭାଲିଡିଟି ସହ ଆସୁଛି । ଭଏସ କଲ ସହ ୨ଜିବି ଡାଟା ଓ ୧୦୦ sms ମିଳୁଛି । ଏହିପ୍ଲାନରେ ଜିଓ ଟିଭି, ଜିଓ ସିନେମା, ଜିଓ ସିକ୍ୟୁରିଟି ଓ ଜିଓ କ୍ଲାଉଡ଼୍ସ ଏକ୍ସେସ ମଧ୍ୟ ମିଳୁଛି ।

-ଏକବର୍ଷର ଭାଲିଡ଼ିଟି ପ୍ଲାନ

ଯଦି ଆପଣ ପୁରା ଗୋଟେ ବର୍ଷ ପାଇଁ ଭାଲିଡିଟି ଚାହୁଁଛନ୍ତି ତେବେ ଜାଣି ରଖନ୍ତୁ ଏହି ପ୍ଲାନ ବିଷୟରେ । ଜିଓ କମ୍ପାନୀ ଏକ ବର୍ଷ ରିଚାର୍ଜ ପାଇଁ ୨୮୭୯ ଟଙ୍କା ରଖିଛି । ଏହା ଦିନକୁ ୨GB ଡାଟା, ୧୦୦ sms, ଅନଲିମିଟେଡ ଭଏସ କଲର ବେନିଫିଟ ଦେଉଛି ଏବଂ ଜିଓ ଆପ ପାଇଁ ଅନ୍ୟାନ୍ୟ ସୁବିଧା ମଧ୍ୟ ଦେଉଛି । ଏହାକୁ ପକାଇଲେ ଆପଣ ପୁରା ଏକ ବର୍ଷ ପାଇଁ ଫୋନ ରିଚାର୍ଜରୁ ନିଶ୍ଚିତ ହୋଇ ବସିବେ ।

Get real time updates directly on you device, subscribe now.