LICର ସୁପରହିଟ୍ ସ୍କିମ୍: ୨୩୩ ଟଙ୍କା ମାସିକ ନିବେଶରେ ମିଳିବ ୧୭ ଲକ୍ଷ

ନୂଆଦିଲ୍ଲୀ: ଏଲଆଇସି ଅନେକ ସମୟରେ ଗ୍ରାହକଙ୍କ ପାଇଁ ଭଲ ଅଫର ଆଣିଥାଏ । ସବୁ ବର୍ଗର ଲୋକଙ୍କ ପାଇଁ ଏଲଆଇସିର ଯୋଜନା ରହିଛି । ଯଦି ଆପଣ ସୁରକ୍ଷିତ ଭାବରେ ନିବେଶ କରିବାକୁ ଚାହୁଥାନ୍ତି ଏବଂ ଭଲ ରିଟର୍ଣ୍ଣ ମଧ୍ୟ ପାଇବାକୁ ଚାହୁଥାନ୍ତି ତେବେ ଏଲଆଇସି ପଲିସି ଆପଣଙ୍କ ପାଇଁ ବହୁତ ଲାଭଦାୟକ ହୋଇଥାଏ । ଏଲଆଇସି  ଜୀବନ ଲାଭ ପଲିସି ଏଭଳି ଏକ ପଲିସି ଯେଉଁଥିରେ ଆପଣ ପ୍ରତିମାସରେ ମାତ୍ର ୨୩୩ ଟଙ୍କା ଜମା କରି ୧୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରିଟର୍ଣ୍ଣ ପାଇପାରିବେ । ଆସନ୍ତୁ ଜାଣିବା ଏହି ପଲିସି ବିଷୟରେ ।

ଏଲଆଇସି ଜୀବନ ଲାଭ:

ଏହା ଏକ ନନ ଲିଙ୍କ ପଲିସି ଅଟେ ଏହି କାରଣରୁ ଏହି ପଲିସି ର ଶେୟାର ମାର୍କେଟ ସହ କୌଣସି ଲିଙ୍କ ନାହିଁ । ଏଥିରେ ଆପଣଙ୍କ ଟଙ୍କା ପୂରା ସୁରକ୍ଷିତ । ଏହା ଏକ ଲିମିଟେଡ ପ୍ରମିୟମ ପ୍ଲାନ ଅଟେ । ଏହି ପ୍ଲାନ ପିଲାଙ୍କ ପାଇଁ ପଢ଼ାଖର୍ଚ୍ଚ, ବିବାହ ଏବ ପ୍ରପର୍ଟୀ କିଣିବାକୁ ଧ୍ୟାନରେ ରଖି କରାଯାଇଛି ।

ଏହି ପଲିସିର ବିଶେଷତ୍ୱ:

ଏଲଆଇସିର ଜୀବନ ଲାଭ ପଲିସିର ଲାଭ ସୁରକ୍ଷା ଦେଇଥାଏ

ଏହି ପଲିସିକୁ ୮ ରୁ ୫୯ ବର୍ଷ ବୟସ ମଧ୍ୟରେ ନେଇପାରିବେ

୧୬ ରୁ  ୨୫ ବର୍ଷ ଯାଏ ଏହି ପଲିସିର ସମୟ ରହିବ

ସର୍ବନିମ୍ନ ୨ ଲକ୍ଷ ଟଙ୍କା ସମ ଆସ୍ୱୋର୍ଡ ନେବାକୁ ହେବ ତେବେ ଅଧିକ ଟଙ୍କାର କୌଣସି ସୀମା ନାହିଁ

୩ ବର୍ଷ ପର୍ଯ୍ୟନ୍ତ ପ୍ରିମିୟମ ଦେବା ପରେ ଲୋନ ସୁବିଧା ମଧ୍ୟ ରହିଛି

ପ୍ରିମିୟମ ଉପରେ ଟ୍ୟାକ୍ସ ଛାଡ଼ ଏବଂ ପଲିସି ଧାରକଙ୍କ ମୃତ୍ୟୁ ପରେ ନୋମିନୀଙ୍କୁ ବୀମା ଟଙ୍କା ମିଳିପାରିବ । ଏହା ସହ ନୋମିନୀଙ୍କୁ ଅତିରିକ୍ତ ବୀମା ରାଶି ମଧ୍ୟ ମିଳିବ ।