ମାତ୍ର ୧୨୧ ଟଙ୍କା ନିବେଶ କଲେ, ଝିଅର ବିବାହ ସମୟରେ ମିଳିବ ୨୭ ଲକ୍ଷ!

ଏଲଆଇସିର ‘କନ୍ୟାଦାନ ପଲିସି’, ଜାଣନ୍ତୁ ସମ୍ପୂର୍ଣ୍ଣ ହିସାବ

ନୂଆଦିଲ୍ଲୀ: ଝିଅର ପାଠପଢା ଏବଂ ବିବାହ ସ୍ୱାପ୍ନକୁ ପୂରଣ କରିବା ପାଇଁ ଏବେଠାରୁ ନିବେଶ କରିବା ନିହାତି ଆବଶ୍ୟକ।

ଭାରତୀୟ ଜୀବନ ବୀମା ନିଗମ(ଏଲଆଇସି)ର କନ୍ୟାଦାନ ପଲିସି ମାଧ୍ୟମରେ ଆପଣ ଦୈନିକ ୧୨୧ ଟଙ୍କାର ନିବେଶରେ ୨୭ ଲକ୍ଷ ପର୍ଯ୍ୟନ୍ତ ଫଣ୍ଡ କରିପାରିବେ। ଏହି ସ୍କିମ ଖାସକରି ଝିଅମାନଙ୍କ ଭବିଷ୍ୟତକୁ ସୁରକ୍ଷିତ କରିବା ଲାଗି ଡିଜାଇନ କରାଯାଇଛି।

କନ୍ୟାଦାନ ପଲିସି: ଏହି ଏଲଆଇସି ଏକ ଲୋକପ୍ରିୟ ଏଣ୍ଡୋମେଣ୍ଟ ପଲିସି, ଯାହା ସଞ୍ଚୟ ଏବଂ ବୀମାର ଭଲ ସଂଯୋଜନ। ଏହାକୁ ଖାସକରି ସେହି ମାଆ-ବାପାଙ୍କ ପାଇଁ କରାଯାଇଯି, ଯେଉଁମାନେ ନିଜ ଝିଅର ଉଚ୍ଚ ଶିକ୍ଷା, କ୍ୟାରିୟର ବା ବିବାହ ପାଇଁ ଆର୍ଥିକ ଭାବେ ମଜବୁତ ଫଣ୍ଡ କରିବାକୁ ଚାହୁଁଛନ୍ତି।

୧୨୧ରୁ ୨୭ ଲକ୍ଷ: ଯଦି ଆପଣ ଦୈନିକ ୧୨୧ ସଞ୍ଚୟ କରୁଛନ୍ତି, ତେବେ ମାସିକ ଆପଣ ୩ହଜାର ୬୦୦ ଟଙ୍କା ଛୋଟ ସଞ୍ଚୟ ନିଜ ଝିଅ ପାଇଁ ଏକ ବଡ଼ ଫଣ୍ଡ ପ୍ରସ୍ତୁତ କରିପାରିବେ।

ଏଲଆଇସିର କନ୍ୟାଦାନ ପଲିସି ଅନୁଯାୟୀ, ପଲିସିର ଅବଧି ୨୫ ବର୍ଷ ହୋଇଥାଏ, ହେଲେ ପ୍ରିମିୟମ କେବଳ ୨୨ ବର୍ଷ ପର୍ଯ୍ୟନ୍ତ ଭାରିବାକୁ ପଡ଼ିଥାଏ। ଶେଷ ୩ ବର୍ଷରେ କୌଣସି କିସ୍ତି ଦେବାକୁ ପଡ଼ିନଥାଏ।

ଏହି ଯୋଜନାର ଶେଷରେ ହାରାହାରି ୨୭ ଲକ୍ଷର ମାଚ୍ୟୁରିଟି ରାଶି ମିଳିଥାଏ। ଏହି ଟଙ୍କାରେ ଆପଣଙ୍କ ଝିଅର ଉଚ୍ଚ ଶିକ୍ଷା, କ୍ୟାରିୟରର ଆରମ୍ଭ ବା ବିବାହ ଭଳି ବଡ଼ ବଡ଼ ସ୍ୱପ୍ନ ସହଜରେ ପୂରଣ କରିପାରିବେ।