fbpx

ଫିକ୍ସ ଡିପୋଜିଟ ଠାରୁ ଅଧିକ ରିଟର୍ଣ୍ଣ ଦେଇଥାଏ LICର ଏହି ପଲିସି, ଥରେ ଟଙ୍କା ଜମା କରନ୍ତୁ ମ୍ୟାଚୁରିଟିରେ ପାଆନ୍ତୁ ୨୭ ଲକ୍ଷ

ନୂଆଦିଲ୍ଲୀ: ସଞ୍ଚୟ ଏବଂ ନିବେଶକୁ ନେଇ ଲୋକ ବେସ୍ ସଚେତନ ରହିଥାନ୍ତି । ସାଧାରଣତଃ ଲୋକମାନେ ନିଜର ସଞ୍ଚୟକୁ କିଛି ଏମିତି ସ୍ଥାନରେ ନିବେଶ କରିବାକୁ ଚାହାନ୍ତି ଯେଉଁଠାରୁ ତାଙ୍କୁ ଅଧିକ ଲାଭ ମିଳିପାରିବ । ଭାରତୀୟ ଜୀବନ ବୀମା ନିଗମ(ଏଲଆଇସି)ର ଏମିତି ଏକ ପଲିସି ବିଷୟରେ ଆପଣଙ୍କୁ କହିବାକୁ ଯାଉଛୁ ଯାହା ଆପଣଙ୍କୁ ସୁନିଶ୍ଚିତ ଜମାରାଶି (ଫିକ୍ସ ଡିପୋଜିଟ୍) ଠାରୁ ଅଧିକ ଲାଭ ଦେଇଥାଏ । ଏହି ପଲିସି ହେଉଛି ଏଲଆଇସି ସିଙ୍ଗଲ ପ୍ରିମିୟମ ଏଣ୍ଡୋମେଣ୍ଟ ପ୍ଲାନ ୯୧୭ ।

ଏହି ପଲିସିରେ ଥରେ ହିଁ ପିମିୟମ ଦେବାକୁ ପଡ଼େ ଏବଂ ମ୍ୟାଚୁରିଟି ପରେ ଭଲ ରିଟର୍ଣ୍ଣ ମିଳିଥାଏ । ଏଥିରେ ବାରମ୍ବାର ପ୍ରିମିୟମ ଭରିବାର ଚିନ୍ତା ନଥାଏ । ଥରେ ହିଁ ପ୍ରିମିୟମ ଭରିବା ଯୋଗୁଁ ହିଁ ଏହି ପ୍ଲାନର ତୁଳନା ଫିକ୍ସ ଡିପୋଜିଟ ସହ କରାଯାଇଥାଏ । ଏହି ପ୍ଲାନରେ ଲାଭ ଆଧାରରେ ଆପଣଙ୍କୁ ବୋନସ ମଧ୍ୟ ମିଳିଥାଏ ।

ଏହି ପ୍ଲାନ ପାଇଁ ୩ ମାସରୁ ୬୫ ବର୍ଷ ଆୟୁ ବର୍ଗ ନେଇପାରିବେ ଏହି ପ୍ଲାନର ଲାଭ । କେହିବି ଭାରତୀୟ ନାଗରିକ ଏହାର ଲାଭ ଉଠାଇପାରିବେ । ସର୍ବନିମ୍ନ ୫୦,୦୦୦ ଟଙ୍କା ରଖିବାକୁ ପଡ଼ିବ । ତେବେ ସର୍ବାଧିକ ଟଙ୍କା ପାଇଁ କୌଣସି ସୀମା ନାହିଁ । କିନ୍ତୁ ରାଶି ଅନୁଯାୟୀ ପ୍ରିମିୟମ ନିଶ୍ଚିତ କରାଯାଇଥାଏ । ଯଦି ପିଲାଙ୍କ ନାମରେ ବୀମା ପଲିସି ନେଇଛନ୍ତି ତେବେ ଶିଶୁର ବୟସ ୮ ବର୍ଷ ହେବା ପରେ ହେବା ପରେ ରିସ୍କ କଭର ହୋଇପାରିବ । ତେବେ ଯଦି ଏହାକୁ ଅଧାରୁ ବନ୍ଦ କରିବାକୁ ଚାହୁଛନ୍ତି ଏଥିରେ ଆପଣ ୯୦ ପ୍ରତିଶତ ପର୍ଯ୍ୟନ୍ତ ସରେଣ୍ଡର ଭ୍ୟାଲ୍ୟୁ ପାଇପାରିବେ ।

ଏହିଭଳି ଭାବରେ ପାଇପାରିବେ ୨୭ ଲକ୍ଷ:

ଯଦି କେହି ବ୍ୟକ୍ତି ୧୦ ଲକ୍ଷ ନିଶ୍ଚିତ ରାଶିର ଏହି ପଲିସିକୁ ୨୫ ବର୍ଷ ପାଇଁ ନେଉଛନ୍ତି ତେବେ ତାଙ୍କୁ ଏକକ ପ୍ରିମିୟମ ଭାବରେ ୪,୬୭,୫୮୫ ଟଙ୍କା ଦେବାକୁ ପଡ଼ିବ । ୨୫ ବର୍ଷ ପରେ ପଲିସି ମ୍ୟାଚୁରିଟି ହେବାପରେ ବ୍ୟକ୍ତିଙ୍କୁ ୱେଷ୍ଟେଡ ରିଭିଜନାରୀ ବୋନସ ଭାବରେ ୧୨,୭୫,୦୦୦ ଟଙ୍କା ମିଳିବ । ଏହାସହ ଫାଇନାଲ ଏଡିସନ ବୋନସ ଭାବେ ୪,୫୦,୦୦୦ ଟଙ୍କା ମିଳିବ । ବୋନସ ଛଡା ନିଶ୍ଚିତ ରାଶିର ୧୦ ଲକ୍ଷ ଟଙ୍କା ମଧ୍ୟ ମିଳିବ । ଏହି ସବୁକୁ ମିଶାଇଲେ ମ୍ୟାଚୁରିଟି ଉପରେ ୨୭,୨୫,୦୦୦ ଟଙ୍କା ମିଳିବ ।

ସେହି ଭଳି ଯଦି କୌଣସି ବ୍ୟକ୍ତି ସେତିକି ରାଶି ଫିକ୍ସ ଡିପୋଜିଟରେ ଜମା କରୁଛନ୍ତି ତେବେ ତାଙ୍କୁ ୨୫ ବର୍ଷ ପରେ ପ୍ରାୟ ୨୫,୪୩,୭୭୩ ଟଙ୍କା ମିଳିବ ଯାହା ଏଲଆଇସିର ପଲିସିରେ ମିଳୁଥିବା ୨୭,୨୫,୦୦୦ ଠାରୁ କମ୍ ।

Get real time updates directly on you device, subscribe now.