fbpx

ମହିଳା ହକି ଦଳ ସହିତ କଥା ହେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଳୀ: ସେମି ଫାଇନାଲରେ ଭାରତୀୟ ମହିଳା ହକି ଦଳର ପରାଜୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ହକି ଦଳର ଅଧିନାୟିକା ଓ କୋଚଙ୍କ ସହିତ କଥା ହେଇଛନ୍ତି । ଭାରତୀୟ ଦଳର ଅଧିନାୟିକା ରାଣୀ ରାମପାଲ ଓ କୋଚ ସୋର୍ଡ ମାରିନଙ୍କ ସହିତ କଥା ହେବା ସହିତ ଆଗାମୀ ମୁକାବିଲା ପାଇଁ ଦଳକୁ ଉତ୍ସାହିତ କରିଛନ୍ତି । ଭାରତୀୟ ମହିଳା ଦଳ ପ୍ରଥମ ଥର ପାଇଁ ସେମି ଫାଇନାଲରେ ପ୍ରବେଶ କରିଥିବା ବେଳେ ସେମି ଫାଇନାଲରେ ଭାରତକୁ ରୋକିବାରେ ସଫଳ ହୋଇଛି ଆର୍ଜେଣ୍ଟିନା । ଉଭୟ ଅଧିନାୟକ ଏବଂ କୋଚଙ୍କୁ ଉତ୍ସାହିତ କରିବା ସହିତ ଆଗାମୀ ମ୍ୟାଚ ପାଇଁ ଆତ୍ମବିଶ୍ୱାସ ପ୍ରଦାନ କରିଥିଲେ ।

ଏହା ସହିତ ପ୍ରଧାନମନ୍ତ୍ରୀ ନିଜ ଟ୍ୱିଟ୍ଟର ଆକାଉଣ୍ଟରୁ ମହିଳା ହକି ଦଳକୁ ଶୁଭେଚ୍ଛା ମଧ୍ୟ ଜଣାଇଥିଲେ । ଭାରତ ଟୋକିଓ-୨୦୨୦କୁ ସର୍ବଦା ହକି ଦଳର ସଫଳତା ଭାବରେ ମନେ ରଖିବ । ଆଜିର ମ୍ୟାଚ ହକି ଦଳ ଏହାର ସମସ୍ତ ଶକ୍ତି ଓ ଦକ୍ଷତାର ବିନିଯୋଗ କରିଥିଲା । ଏହି ଟିମ୍ ପାଇଁ ଆମେ ଗର୍ବିତ ବୋଲି ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରିଥିଲେ । ବୁଧବାର ଅନୁଷ୍ଠିତ ସେମିରେ ଭାରତୀୟ ମହିଳା ଦଳ ଆର୍ଜେଣ୍ଟିନା ନିକଟରୁ ୨-୧ରେ ପରାଜିତ ହୋଇଛି । କ୍ୱାର୍ଟର ଫାଇନାଲ ଗୋଲ ସ୍କୋରର ଗୁରଜିତ କୌର ଭାରତ ପକ୍ଷରୁ ଏକମାତ୍ର ଗୋଲଟି କରିଥିଲେ । ମାତ୍ର ମାରିଆ ବାରିନୁଏଭୋଙ୍କ ଡବଲ ଗୋଲ ସହାୟତାରେ ଫାଇନାଲରେ ପ୍ରବେଶ କରିବାରେ ସକ୍ଷମ ହୋଇଥିଲା ଆର୍ଜେଣ୍ଟିନା ।

Get real time updates directly on you device, subscribe now.