ନୂଆଦିଲ୍ଲୀ: ବର୍ତ୍ତମାନ ଦୁନିଆରେ କୋଟି କୋଟି ଲୋକେ ଇନଷ୍ଟାଗ୍ରାମ ବ୍ୟବହାର କରୁଛନ୍ତି । ମେଟାର ଫଟୋ ଏବଂ ଭିଡିଓ ସେୟାରିଂ ଆପ ଯୁବକମାନଙ୍କ ମଧ୍ୟରେ ଲୋକପ୍ରିୟ ଅଟେ । ୟୁଜର୍ସ ନିଜ ଲାଇଫର ମେମରୀକୁ ନିଜ ଫଲୋର୍ସଙ୍କ ପାଇଁ ଏହି ସୋସିଆଲ ମିଡିଆ ପ୍ଲାଟଫର୍ମରେ ସେୟାର କରନ୍ତି । ବେଳେ ବେଳେ ଭୁଲରେ ୟୁଜର୍ସ ନିଜର କୌଣସି ପପୋଷ୍ଟକୁ ଇନଷ୍ଟାଗ୍ରାମରୁ ଡିଲିଟ କରିଦିଅନ୍ତି ଏବଂ ଆପଣ ଏଥିପାଇଁ ଚିନ୍ତିତ ହୋଇପଡନ୍ତି । ହେଲେ ଏଥିପାଇଁ ଆପଣ ଚିନ୍ତା କରନ୍ତୁ ନାହିଁ । ଇନଷ୍ଟାଗ୍ରାମରେ ଆପଣ ଡିଲିଟ ହୋଇଥିବା ଫଟୋ କିମ୍ବା ଭିଡିଓକୁ ରିକୋଭର କରିପାରିବେ ।
ଏହିପରି କରନ୍ତୁ ରିକୋଭରୀ:
-ଇନଷ୍ଟାଗ୍ରାମ ଆପକୁ ଯାଆନ୍ତୁ ।
-ଏହାପରେ ନିଜର ପ୍ରୋଫାଇଲକୁ ଯାଆନ୍ତୁ ।
-ଉପରେ ଦିଆଯାଇଥିବା ତିନୋଟି ଲାଇନକୁ କ୍ଲିକ କରନ୍ତୁ ।
-ଏଠାରେ ଆପଣଙ୍କୁ Your Activity ର ଅପସନ ମିଳିବ ।
-ଏହାପରେ ଆପଣଙ୍କୁ Recently deleted ଏବଂ Removed and archived Content ଦେଖିବାକୁ ମିଳିବ ।
-Recently deleted ଉପରେ ଟ୍ୟାପ କରି ଡିଲିଟ ହୋଇଥିବା ଫଟୋ ବା ଭିଡିଓକୁ ଆପଣ ପୁନଶ୍ଚ ରିଷ୍ଟୋର କରିପାରିବେ ।
ଧ୍ୟାନ ଦିଅନ୍ତୁ, ଆପଣ ଡିଲିଟ କରିଥିବା ଫଟୋ କିମ୍ବା ଭିଡିଓ ୩୦ ଦିନ ପର୍ଯ୍ୟନ୍ତ ରହିବ । ଏହାପରେ ଆପେ ଆପେ ଡିଲିଟ ହୋଇଯିବ । ତେଣୁ ଫଟୋ କିମ୍ବା ରିଲ୍ସ ଡିଲିଟ ହେବାର ୩୦ ଦିନ ମଧ୍ୟରେ ରିକୋଭର କରନ୍ତୁ ।