fbpx

ଘୋଷଣା ହେଲା ଚନ୍ଦ୍ରଯାନ-୩ ଲ୍ୟାଣ୍ଡିଂ ସମୟ, ଜାଣନ୍ତୁ କେତେବେଳେ ଏହା ଲ୍ୟାଣ୍ଡ କରିବ….

ଓଡିଶା ଭାସ୍କର: ଚନ୍ଦ୍ରର ପାଖାପାଖି ହେଉଛି ଚନ୍ଦ୍ରଯାନ । ଆସନ୍ତା ୨୩ ତାରିଖ ସନ୍ଧ୍ୟା ୬ଟା ୪ ମିନିଟରେ ଏହା ଚନ୍ଦ୍ରପୃଷ୍ଟରେ ଲ୍ୟାଣ୍ଡ କରିବ। ତେବେ ଅପରାହ୍ନ ୫ଟା ୪୫ରୁ ଚନ୍ଦ୍ରୟାନ-୩ର ଅବତରଣ ପ୍ରକ୍ରିୟା ଆରମ୍ଭ ହୋଇଯିବ ବୋଲି ସୂଚନା ମିଳିଛି। ଏନେଇ ଟୁଇଟ କରି ସୂଚନା ଦେଇଛି ଇସ୍ରୋ ।

ଗତକାଲି ରାତି ଗୋଟାଏ ୫୦ ମିନିଟରେ ଚୂଡାନ୍ତ କକ୍ଷପଥ ପରିବର୍ତନ କରାଯାଇଥିବା ଇସ୍ରୋ ପକ୍ଷରୁ କୁହାଯାଇଛି । କକ୍ଷପଥର ଆକାର ହ୍ରାସ କରାଯିବା ପରେ ଏବେ ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ରଠାରୁ ସବୁଠୁ କମ୍ ୨୫ ଓ ସବୁଠୁ ଅଧିକ ୧୩୪ କିଲୋମିଟର ଦୂର କକ୍ଷପଥରେ ରହି ଚନ୍ଦ୍ର ପରିକ୍ରମଣ କରୁଛି । ସେପଟେ ଆଜି ଭୋର ସମୟରେ ଲାଣ୍ଡରର ଦ୍ୱିତୀୟ ଡିବୁଷ୍ଟିଂ ସଫଳ ହୋଇଛି । ଚନ୍ଦ୍ରର ଆହୁରି ନିକଟତର ହୋଇଛି ଲାଣ୍ଡର। ଏହାର ଗତି ଓ ଚନ୍ଦ୍ରପୃଷ୍ଠରୁ ଦୂରତା, ଉଭୟ କମିଛି। ବର୍ତ୍ତମାନ ଲାଣ୍ଡର ୨୫ କିଲୋମିଟର ଗୁଣା ୧୩୪ କିଲୋମିଟର କକ୍ଷପଥରେ ଚନ୍ଦ୍ରରୁ ପରିକ୍ରମା କରୁଛି। ଏହି ସୂଚନା ଇସ୍ରୋ ପକ୍ଷରୁ ଦିଆଯାଇଛି।

ଏହି କକ୍ଷ ପଥରୁ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ ଲାଣ୍ଡର୍ । ଦୁଇ ଦିନ ତଳେ ଲାଣ୍ଡର ପ୍ରଥମ ଡିବୁଷ୍ଟିଂ ହୋଇଥିଲା। ଆସନ୍ତା ୨୩ ତାରିଖରେ ଲାଣ୍ଡର ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁରେ ସଫ୍ଟ ଲାଣ୍ଡିଂ କରିବ। ତା ଭିତରୁ ରୋଭର୍ ବାହାରି ୧୪ ଦିନ ଲାଗି ଚନ୍ଦ୍ରପୃଷ୍ଠରେ ବିଚରଣ କରିବ। ଏହି ସମୟରେ ଚନ୍ଦ୍ରପୃଷ୍ଠ କେଉଁ ପଦାର୍ଥରେ ତିଆରି ତାହା ଖୋଜିବ । ଏହା ସହିତ ଜଳର ସନ୍ଧାନ ମଧ୍ୟ କରିବ। ସେପଟେ ଗୁରୁବାର ପ୍ରପଲସନ ମଡ୍ୟୁଲରୁ ଅଲଗା ହୋଇଥିଲା ଲାଣ୍ଡର । ଏବେ ପ୍ରପଲସନ ମଡ୍ୟୁଲ ଚନ୍ଦ୍ର ଚାରିପଟେ ମାସ ମାସ ଘୁରିବ ।

ସୂଚନା ଥାଉକି, ୫୦ ବର୍ଷ ପରେ ଦ୍ୱିତୀୟ ଥର ପାଇଁ ଚନ୍ଦ୍ର ଅଭିଯାନ ଆରମ୍ଭ କରିଥିବା ରୁଷକୁ ଏକ ବଡ଼ ଧକ୍କା ଲାଗିଛି । ଚନ୍ଦ୍ରପୃଷ୍ଠରେ ଓହ୍ଲାଇବାକୁ ଯାଇଥିବା ରୁଷର ଚନ୍ଦ୍ର ମିଶନ୍ ଲୁନା-୨୫ ଯାନ୍ତ୍ରିକ ତ୍ରୁଟି ଫଳରେ ଚନ୍ଦ୍ରପୃଷ୍ଠରେ ଖସିପଡ଼ିଛି । ରୁଷର ମହାକାଶ ସଂସ୍ଥା ରସକସମସ୍ ଏନେଇ ସ୍ପଷ୍ଟ କରିଛି । ରୁଷ୍ ଅଗଷ୍ଟ ୧୧ ରେ ଲୁନା-୨୫ ଲଞ୍ଚ କରିଥିଲା ଓ ତାହା ଅଗଷ୍ଟ ୨୧ରେ ଚନ୍ଦ୍ରପୃଷ୍ଠରେ ଓହ୍ଲାଇବାର ଥିଲା । ରୁଷିଆର ଲୁନା-୨୫ ମହାକାଶଯାନ ଚନ୍ଦ୍ରରେ ଦୁର୍ଘଟଣାଗ୍ରସ୍ତ ହୋଇଛି ବୋଲି ରୁଷର ସରକାରୀ ନିୟନ୍ତ୍ରିତ ସମ୍ବାଦ ସରବରାହ ସଂସ୍ଥା ଟାସ୍ ରୁଷୀୟ ମହାକାଶ ଏଜେନ୍ସି ରୋସ୍କୋସ୍ମୋସ୍କୁ ଉଦ୍ଧୃତ କରି କହିଛି ।

 

Get real time updates directly on you device, subscribe now.