fbpx

ଜାଣନ୍ତୁ ଭାରତର ଅତ୍ୟଧିକ ଥଣ୍ଡା ଅନୁଭୂତ ହେଉଥିବା ଅଞ୍ଚଳ ବିଷୟରେ

ଶୀତ ଆଗମନରେ ଭାରତବର୍ଷର କିଛି ଅଞ୍ଚଳରେ ସୌନ୍ଦର୍ଯ୍ୟ ଝଲସି ଉଠିଥାଏ । ବିଶେଷ କରି ଦକ୍ଷିଣ ଭାରତରେ ଏପରି କିଛି ସ୍ଥାନ ରହିଛି । ପାହାଡ଼ ପର୍ବତ ଘେରା ଉକ୍ତ ଅଞ୍ଚଳରେ ଭୟଙ୍କର ଥଣ୍ଡା ପବନ ସାଙ୍ଗକୁ ତାପମାତ୍ରାରେ ହ୍ରାସ ଘଟି ପ୍ରବଳ ଶୀତ ଅନୁଭୂତ ହୋଇଥାଏ । ଫଳରେ ସେଠାରେ ଜଣେ ଗୋଟିଏ ରାତି ଯାପନ କରିବା ପୂର୍ବରୁ ଶହେ ଥର ଭାବିଥାଏ । ତୁଷାର ଆଚ୍ଛାଦିତ ଉପତ୍ୟକା କିମ୍ବା ଉତ୍ତର-ପୂର୍ବ ହିମାଳୟ ଆଦି ଅଞ୍ଚଳ ମାନଙ୍କରେ ବସବାସ କରୁଥିବା ଲୋକମାନେ ପ୍ରବଳ ଶୀତକୁ ସାମନା କରିଥାନ୍ତି । ଆସନ୍ତୁ ଜାଣିବା ଭାରତରେ ରହିଥିବା ଏମିତି କିଛି ଅଞ୍ଚଳ ବିଷୟରେ, ଯେଉଁଠାରେ ମାତ୍ରାଧିକ ଶୀତ ଅନୁଭୂତ ହୋଇଥାଏ ।

କାରଗିଲ: ୧୯୯୯ ମସିହାରେ ଭାରତ-ପାକିସ୍ତାନ ମଧ୍ୟରେ କାରଗିଲ ଯୁଦ୍ଧ ହୋଇଥିଲା । କାରଗିଲ କେବଳ ଯୁଦ୍ଧ ପାଇଁ ନୁହେଁ, ପ୍ରବଳ ଥଣ୍ଡା ଅଞ୍ଚଳ ଭାବେ ମଧ୍ୟ ଜଣାଶୁଣା । ଶ୍ରୀନଗର-ଲେହ ରାଜପଥରେ ୩୩୨୫ ମିଟର ଉଚ୍ଚରେ ଅବସ୍ଥିତ କାରଗିଲ ଭାରତ-ପାକ ସୀମାରେ ଅବସ୍ଥିତ । ଶୀତର ଆଗମନରେ ଏଠାରେ ତାପମାତ୍ରା -୨୩ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ପହଞ୍ଚି ଯାଇଥାଏ ।

ଲଦାଖ: ହିମାଳୟ ପର୍ବତମାଳା ମଧ୍ୟରେ ରହିଥିବା ଲଦାଖକୁ କେନ୍ଦ୍ର ସରକାର ୨୦୧୯ରେ କେନ୍ଦ୍ରଶାସିତ ଅଞ୍ଚଳର ମାନ୍ୟତା ପ୍ରଦାନ କରିଥିଲେ । ଜାନୁଆରୀ ମାସରେ ଏଠାରେ ହାରାହାରି ତାପମାତ୍ରା -୧୨ ଡିଗ୍ରୀ ଓ ସର୍ବୋଚ୍ଚ ତାପମାତ୍ରା -୨ ଡିଗ୍ରୀକୁ ଖସିଯାଇଥାଏ । ତେଣୁ ଏହି ସ୍ଥାନକୁ କେବଳ ଗ୍ରୀଷ୍ମଋତୁରେ ଯିବା ପାଇଁ ପରାମର୍ଶ ଦିଆଯାଇଛି ।

ଲାଚେନ ଓ ଥାଙ୍ଗୁ ଘାଟି: ସିକିମର ଉତ୍ତର ଭାଗରେ ଅବସ୍ଥିତ ଲାଚେନ ଓ ଥାଙ୍ଗୁ ଘାଟି ଏକ ପର୍ଯ୍ୟଟନ ସ୍ଥଳ ଭାବେ ଜଣାଶୁଣା । ପ୍ରାୟ ୨୫୦୦ ମିଟର ଉଚ୍ଚରେ ଅବସ୍ଥିତ ଏହି ସ୍ଥାନରେ ଜାନୁଆରୀ ମାସରେ ତାପମାତ୍ରା -୧୦ରୁ -୧୫ ଡିଗ୍ରୀ ପର୍ଯ୍ୟନ୍ତ ଚାଲିଯାଇଥାଏ ।

ତୱାଙ୍ଗ: ଅରୁଣାଚଳ ପ୍ରଦେଶର ତୱାଙ୍ଗ ମଧ୍ୟଭାରତର ସବୁଠାରୁ ଥଣ୍ଡା ସ୍ଥାନ । ଏହି ସ୍ଥାନକୁ ବହୁ ପର୍ଯ୍ୟଟକ ବୁଲିବାକୁ ଆସିଥାନ୍ତି । ଶୀତ ଋତୁରେ ଏଠାରେ ତାପମାତ୍ରା -୧୫ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ପହଞ୍ଚିଥାଏ ।

ସିଆଚେନ ଗ୍ଲାସିଅର: ଭାରତର ସବୁଠାରୁ ଥଣ୍ଡା ସ୍ଥାନ ଭାବେ ସିଆଚେନ ଗ୍ଲାସିଅରକୁ ଗଣାଯାଏ । ୫୭୫୩ ମିଟର ଉଚ୍ଚରେ ଥିବା ଏହି ସ୍ଥାନରେ ଜାନୁଆରୀରେ ତାପମାତ୍ରା -୫୦ ଡିଗ୍ରୀରେ ପହଞ୍ଚି ଯାଇଥାଏ । ଅତ୍ୟଧିକ ଥଣ୍ଡାକୁ ସହ୍ୟ କରି ଭାରତ ଓ ପାକିସ୍ତାନର ବହୁ ଯବାନ ଏହି ସ୍ଥାନରେ ରହିଛନ୍ତି । ପ୍ରତିକୂଳ ପରିବେଶ ହେତୁ ଏଠାରେ ହଜାର ହଜାର ଯବାନଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି ।

Get real time updates directly on you device, subscribe now.