Instagram ରେ ଏହି ସମୟରେ କରନ୍ତୁ ପୋଷ୍ଟ, ଚୁଟକିରେ ବଢିଯିବ ଫଲୋର୍ସ, ଜାଣନ୍ତୁ ଡିଟେଲ୍ସ

ନୂଆଦିଲ୍ଲୀ: ଇନଷ୍ଟାଗ୍ରାମର ବିଲିୟନ ୟୁଜର୍ସ ଅଛନ୍ତି, ଯେଉଁମାନେ ବହୁତ ସମୟ ଆକ୍ଟିଭ ରହିଥାଆନ୍ତି। ଏହି ପ୍ଲାଟଫର୍ମ ପାଇଁ ସାଧାରଣ ଲୋକଙ୍କୁ ଟଙ୍କା ରୋଜଗାର କରିବାର ସୁଯୋଗ ମିଳିଥାଏ। ହେଲେ ଏହି ସବୁ ଇନଷ୍ଟାଗ୍ରାମରେ ଆପଣଙ୍କୁ ଫଲୋର୍ସର ସଂଖ୍ୟାରେ ଡିପେଣ୍ଡ କରିଥାଏ। ଆସନ୍ତୁ ଜାଣିବା କିପରି ବଢାଇବେ ଇନଷ୍ଟାଗ୍ରାମରେ ଫଲୋର୍ସ।

ଯଦି ଆପଣ ଇନଷ୍ଟାଗ୍ରାମରେ ନିଜ ଫଲୋର୍ସ ବଢାଇବାକୁ ଚାହୁଁଛନ୍ତି ତେବେ ସବୁଠାରୁ ଆବଶ୍ୟକ ହେଉଛି ରିଲରେ ପୋଷ୍ଟ କରିବା ଲାଗି ଉଚିତ ସମୟ ବିଷୟରେ ଜାଣିବା ଦରକାର। ସକାଳ ୬ଟାରୁ ୯ଟା ପର୍ଯ୍ୟନ୍ତ ଟାଇମ ଇନଷ୍ଟାଗ୍ରାମରେ ରିଲ୍ସ ପକାଇବା ପାଇଁ ପରଫେକ୍ଟ ସମୟ।

ଏହା ବ୍ୟତୀତ ଯଦି ଆପଣ ନିଜ ଫଲୋର୍ସ ବଢାଇବାକୁ ଚାହୁଁଛନ୍ତି, ତେବେ ଇନଷ୍ଟାଗ୍ରାମରେ ଦ୍ୱିପ୍ରହର ୧୨ଟାରେ ସମୟରେ ପୋଷ୍ଟ କରିବା ଉଚିତ ସମୟ। ଏହି ସମୟରେ ପକାଯାଇଥିବା ଭିଡିଓରେ ଅଧିକ ରିଚ ଆସିବ। ଇନଷ୍ଟାଗ୍ରାମରେ ଫଲୋର୍ସ ବଢାଇବା ପାଇଁ ଉଚିତ ସମୟ ହେଉଛି ସହ ଏହା ମଧ୍ୟ ଆବଶ୍ୟକ ଯେ, ଫଲୋର୍ସଙ୍କୁ ୟୁନିକ ଏବଂ ଭଲ କଣ୍ଟେଣ୍ଟ ମିଳୁ। କଣ୍ଟେଣ୍ଟ ଯେତେ ଆକର୍ଷଣୀୟ ହେବ ସେତେ ଫଲୋର୍ସ ବଢିବେ।

ଇନଷ୍ଟାଗ୍ରାମରେ ଆପଣ ଯେତେବେଳେ ବି ରିଲ ଅପଲୋଡ କରୁଛନ୍ତି, ସେହି ସମୟରେ ଆପଣ ହ୍ୟାସଟ୍ୟାଗକୁ ବ୍ୟବହାର କରନ୍ତୁ। ଟ୍ରେଣ୍ଡିଂ ହାଟ୍ୟାଗ ଅଧିକ ଲାଭଦାୟକ ପ୍ରମାଣିତ ହୋଇପାରେ। ଏଥିସହ ହାସଟ୍ୟାଗ ଏପରି ହେବା ଆବଶ୍ୟକ, ଯାହାକି କଣ୍ଟେଣ୍ଟ ସହ ଜଡିତ ରହିବା ଆବଶ୍ୟକ। ଏଥିସହ ପ୍ରତିଦିନ ନୂଆ ନୂଆ କଣ୍ଟେଣ୍ଟ ପକାନ୍ତୁ।