fbpx

Attention Ladies! ବାହାଘର ପୂର୍ବରୁ ପୁଅ ବିଷୟରେ ଜାଣି ନିଅନ୍ତୁ ଏହିସବୁ କଥା: ନହେଲେ କରିବେ ପଶ୍ଚାତାପ

ଓଡ଼ିଶା ଭାସ୍କର: ମଣିଷ ଜୀବନରେ ଜଣେ ପ୍ରକୃତ ଜୀବନସାଥୀ ବାଛିବା ଖୁବ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହୋଇଥାଏ । ବିଶେଷ କରି ଝିଅମାନଙ୍କ କ୍ଷେତ୍ରରେ ଏହା ଖୁବ କାଠିକର ପାଠ ହୋଇଥାଏ । ଯେଉଁ ବ୍ୟକ୍ତିଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି, ସେ କ’ଣ? ସେ କେଉଁଭଳି ମଣିଷଐ ଏବଂ ତାଙ୍କ ପରିବାର କେମିତି? ଏଭଳି ଅନେକ ପ୍ରଶ୍ନର ଉତ୍ତର ପାଇବା ନିତ୍ୟାନ୍ତ ଆବଶ୍ୟକ । ତେବେ ଯଦି ଆପଣ ବରପାତ୍ରଙ୍କୁ ପୂର୍ବରୁ ଜାଣି ନାହାନ୍ତି, ତେବେ ଏସବୁ ବିଷୟରେ ଧ୍ୟାନ ଦେବା ଉଚିତ୍ । ଏହା ଆପଣଙ୍କୁ ଜୀବନସାଥୀ ଚୟନ କରିବାକୁ ନିଷ୍ପତ୍ତି ନେବାରେ ସାହାଯ୍ୟ କରିବ । ଯାହା ଫଳରେ ବୈବାହିକ ଜୀବନ ମଧ୍ୟ ସୁନ୍ଦର ରହିବ । ବିବାହ ପୂର୍ବରୁ ବରପାତ୍ରଙ୍କ ଏହି ୫ଟି ଗୁଣ ଏବଂ ଅଭ୍ୟାସ ବିଷୟରେ ଜଣେ ଝିଅ ଜାଣି ରଖିବା ଉଚିତ୍

  • ପରିବାର ଏବଂ ବ୍ୟାକଗ୍ରାଉଣ୍ଡ: ବରପାତ୍ରଙ୍କ ପରିବାରର ଚାଲିଚଣି କିପରି, ପ୍ରଥମେ ଏହା ଜାଣିବା ଉଚିତ୍ । ଅର୍ତାତ୍ ଆପଣ ତାଙ୍କ ସହିତ କିମ୍ବା ସେମାନେ ଆପଣଙ୍କ ସହ ଖାପ ଖୁଆଇ ଚଳି ପାରିବେ କି ନାହିଁ, ସେମାନଙ୍କ ଚିନ୍ତାଧାରା କେମିତି ଇତ୍ୟାଦି ପ୍ରଶ୍ନର ଉତ୍ତର ଖୋଜି ବାହାର କରନ୍ତୁ । ଏଥିରୁ ଆପଣ ଜାଣିପାରିବେ ଯେ, ବିବାହ ପରେ ଆପଣ ଏଠରେ କିପରି ଚଳିପାରିବେ ।
  • ସ୍ୱଭାବ: ବରପାତ୍ରଙ୍କ ସ୍ୱଭାବ ବିଷୟରେ ମଧ୍ୟ ଜାଣି ନିଅନ୍ତୁ । ସେ ଅନ୍ୟମାନଙ୍କୁ ସମ୍ମାନ ଦେଉଛନ୍ତି କି ନାହିଁ, ଅନ୍ୟମାନଙ୍କ ସହ କିପରି କଥାବାର୍ତ୍ତା କରୁଛନ୍ତି, ସାନମାନଙ୍କ ସହ କିପରି ବ୍ୟବହାର କରୁଛନ୍ତି, ତାଙ୍କ ବନ୍ଧୁ ତଥା ସାଙ୍ଗସାଥୀଙ୍କ ଭଳି ବିଭିନ୍ନ ବିଷୟରେ ଜାଣିବା ଆବଶ୍ୟକ ।
  • ଶିକ୍ଷା ଏବଂ କ୍ୟାରିୟର: ବିବାହ ପୂର୍ବରୁ ସେ କେତେ ପାଠ ପଢିଛନ୍ତି, କେଉଁଠି କାର୍ଯ୍ୟ କରୁଛନ୍ତି, କ’ଣ କରୁଛନ୍ତି, ଦରମା ଆଦି ଜାଣିବା ଦରକାର । ବିବାହ ପରେ ଆପଣଙ୍କ ଆର୍ଥିକ ସ୍ଥିତି ଏବଂ ଘର ଚଳାଇବା ପାଇଁ ଏହିସବୁ ଜିନିଷ ବେଶ୍ ଗୁରୁତ୍ୱପୂର୍ଣ୍ଣ ରହିବ ।
  • ପଲିଟିକାଲ ଭ୍ୟୁଜ୍ ଏବଂ ଲାଇଫଷ୍ଟାଇଲ: ବରପାତ୍ର କେଉଁଭଳି ଜୀବନଶୈଳୀ ପସନ୍ଦ କରନ୍ତି, କିପରି ଚୀବନଯାପନ କରନ୍ତି ଏବଂ ଭବିଷ୍ୟତରେ କ’ଣ ଚାହୁଁଛନ୍ତି ଇତ୍ୟାଦି ବିଷୟରେ ଜାଣିବା ପରେ କୌଣସି ନିଷ୍ପତ୍ତି ନେଇପାରିବେ । ତାଙ୍କର ରାଜନୈତିକ ମତ କ’ଣ, ଏହା ମଧ୍ୟ ଜାଣି ରଖିବା ଉଚିତ୍ । ଏହା ବର୍ତ୍ତମାନ ଅନାବଶ୍ୟକ ମନେ ହେଉଥିଲେ ମଧ୍ୟ ଆଗକୁ ଏହାର ଭୂଲ୍ୟ ଖୁବ ଅଧିକ ହୋଇପାରେ । ଏହି କାରଣ ପାଇଁ ବୈବାହିକ ଜୀବନରେ ସମସ୍ୟା ସୃଷ୍ଟି ହୋଇପାରେ ।ତେଣୁ ଧର୍ମ, ରାଜନୀତି, ଅର୍ଥବ୍ୟବସ୍ଥା ଆଦି ବିଷୟରେ ବରପାତ୍ରଙ୍କ ବିଚାର ଜାଣି ରଖିବା ଉଚିତ୍ ।
  • ଫ୍ୟୁଚର ପ୍ଲାନ୍: ଭବିଷ୍ୟତରେ ସେ କ’ଣ କରିବାକୁ ଚାହୁଁଛନ୍ତି, ବିଦେଶ ଯିବାକୁ ଚାହୁଁଛନ୍ତି କି? ନିଜେ ଏକ ବ୍ୟବସାୟ କରିବାକୁ ଚାହୁଁଛନ୍ତି କି ନାହିଁ, ଅନ୍ୟ କୌଣସି ରାଜ୍ୟକୁ ଯିବାକୁ ଚାହୁଁଛନ୍ତି କି, ପରିବାରରୁ ଅଲଗା ରହିବାକୁ ଚାହୁଁଛନ୍ତି କି… ଏଭଳି ଅନେକ ପ୍ରଶ୍ନର ଉତ୍ତର ଜାଣି ରଖିବା ଉଚିତ୍ । ଅଚେତ୍ ଭବିଷ୍ୟତରେ ତାଙ୍କର କୌଣସି ନିଷ୍ପତ୍ତି ବୈବାହିକ ଜୀବନରେ ଝଡ଼ ସୃଷ୍ଟି କରିପାରେ ।

ବିବାହ ପୂର୍ବରୁ ଏହି ସବୁ ଦିଗ ଉପରେ ବିଚାର କରିବା ଜରୁରୀ ଅଟେ । କେବଳ ଏକ ପରୀକ୍ଷିତ ସମ୍ପର୍କ ଏକ ସୁଖୀ ଏବଂ ସଫଳ ଦାମ୍ପତ୍ୟ ଜୀବନର ଆଧାର ହୋଇପାରେ । ବିବାହ ଏକ ଆଜୀବନ ନିଷ୍ପତ୍ତି, ତେଣୁ ଏହାକୁ ହାଲୁକା ଭାବେ ଗ୍ରହଣ କର ନାହିଁ ।

Get real time updates directly on you device, subscribe now.