fbpx

ଆଜି ଅନ୍ତର୍ଜାତୀୟ ଶ୍ରମ ଦିବସ: ଜାଣନ୍ତୁ କେଉଁ ସ୍ଥାନରେ କେବେ ପାଳନ ହୋଇଥାଏ ଏହି ଦିନ…

Advertisement

ନୂଆଦିଲ୍ଲୀ: ମେ ୧ ତାରିଖକୁ ଦେଶରେ ଶ୍ରମ ଦିବସ ବା ଶ୍ରମିକ ଦିବସ ରୂପେ ପାଳନ କରାଯାଏ । ତେବେ କେବଳ ଭାରତ ନୁହେଁ, ସାରା ଦୁନିଆରେ ଏହାକୁ ଭିନ୍ନ ନାମରେ ଏବଂ ଭିନ୍ନ ଦିନ ମାନଙ୍କରେ ପାଳନ କରାଯାଏ । ଅନ୍ତରାଷ୍ଟ୍ରୀୟ ଶ୍ରମ ଦିବସ ପାଇଁ ମେ ୧ ତାରିଖକୁ ଧାର୍ଯ୍ୟ କରାଯାଇଛି । କିନ୍ତୁ ଅନେକ ଦେଶରେ ଏହା ଅନ୍ୟ ଦିନରେ ମଧ୍ୟ ପାଳନ ହୋଇଥାଏ । ଶ୍ରମିକ ମାନଙ୍କର ବିଭିନ୍ନ ସମସ୍ୟା ଉପରେ ଜାଗରଣ ସୃଷ୍ଟି କରିବା ହେଉଛି ଏହି ଦିବସ ପାଳନର ଏକ ଉଦ୍ଦେଶ୍ୟ ।

୧୮୮୬ ମସିହାରେ ଆମେରିକାର ହଜାର ହଜାର ଶ୍ରମିକ କାମ ଛାଡି ହଡତାଳ ଆରମ୍ଭ କରିଥିଲେ । ଗୋଟିଏ ଦିନରେ କାମ କରିବାର ସମୟ କମାଇବା ପାଇଁ କମ କରିବା ପାଇଁ ଦାବି କରିଥିଲେ ଶ୍ରମିକ ସଂଘ । ୧୫ ଘଣ୍ଟା ବଦଳରେ ଦିନକୁ ୮ ଘଣ୍ଟା କାମ କରିବାକୁ ସେମାନେ ଦାବି ଜଣାଇଥିଲେ । ତେବେ ଅନେକ ସଂଘର୍ଷ ପରେ ଶେଷରେ ସେମାନଙ୍କ ଦାବି ପୂରଣ ହେଲା ଏବଂ ସେହି ଦିନଠାରୁ ମେ ୧ ତାରିଖକୁ ଶ୍ରମିକ ମାନଙ୍କ ପାଇଁ ଉତ୍ସର୍ଗ କରାଯାଇଛି । ପ୍ରତିବର୍ଷ ମେ ମାସ ୧ ତାରିଖକୁ ଶ୍ରମିକ ଦିବସ ଭାବରେ ପାଳନ କରିବା ପାଇଁ ଘୋଷଣା କରାଯାଇଛି । ତେବେ ରୋଚକ ତଥ୍ୟ ହେଉଛି ଆମେରିକାରେ ଶ୍ରମିକମାନଙ୍କ ପାଇଁ ଏହି ଦିବସ ସେପ୍ଟେମ୍ବର ମାସର ପ୍ରଥମ ସୋମବାରରେ ପାଳନ କରାଯାଏ ।

ଏହ ଆନ୍ଦୋଳନ ପାଇଁ ସପ୍ତାହରେ ଗୋଟିଏ ଦିନ ଛୁଟି ପାଇଁ ମଧ୍ୟ ନିଷ୍ପତ୍ତି ନିଆଯାଇଥିଲା । ତେବେ ଏହାପରେ ଶ୍ରମିକମାନଙ୍କ ପାଇଁ କୌଣସି ବଡ ପ୍ରଦର୍ଶନ କରାଯିବାକୁ ଥିଲେ ତାହା ମେ ୧ ତାରିଖରେ ହିଁ କରାଯାଏ । ତେବେ ଅନେକ ଦେଶରେ ଏବେ ବି ମେ ୧ ତାରିଖକୁ ଶ୍ରମିକ ମାନଙ୍କ ପାଇଁ ଛୁଟି କରାଯାଇଥାଏ । ତେବେ ପୃଥିବୀରେ ୮୦ରୁ ଅଧିକ ଦେଶ ମେ ୧ ତାରିଖରେ ଶ୍ରମ ଦିବସ ପାଳନ କରିଥାନ୍ତି । କିନ୍ତୁ ଅନ୍ୟ କିଛି ଦେଶରେ ଏହା ବ୍ୟତୀତ ଅନ୍ୟ ଦିନରେ ଶ୍ରମ ଦିବସ ପାଳନ ହେଉଥିବା ବେଳେ ଆଉ କିଛି ରାଷ୍ଟ୍ରରେ ଏହି ଦିବସକୁ ପାଳନ କରାଯାଇ ନଥାଏ ।

Get real time updates directly on you device, subscribe now.