fbpx

ଭାରତରୁ ଆମେରିକା ଯାଉଥିବା ବିମାନରେ ଯଦି ଜନ୍ମ ହୁଏ ଶିଶୁ, ତେବେ ଜାଣନ୍ତୁ କେଉଁ ଦେଶର ମିଳିବ ନାଗରିକତା

Advertisement

ଦୁନିଆରେ ପ୍ରତ୍ୟେକ ମଣିଷଙ୍କ ପାଇଁ ତାଙ୍କର ନାଗରିକତ୍ୱ ଜୀବନ ବଞ୍ଚିବାର ଆଧାର ଅଟେ । ବ୍ୟକ୍ତିଙ୍କୁ ଯେଉଁ ଦେଶର ନାଗରିକତା ମିଳିଥାଏ, ସେ ସେହି ଦେଶର ନିୟମ କାନୁନ ପାଳନ କରନ୍ତି । ଏହା ସହିତ ତାଙ୍କୁ ସେ ଦେଶର ସୁବିଧା ସୁଯୋଗ ମିଳିଥାଏ । ନାଗରିକତ୍ୱ ବିନା ବ୍ୟକ୍ତି ଜଣେ ଗୋଟିଏ ଦେଶରେ ବିଭିନ୍ନ ନିୟମ କାନୁନ୍ରେ ବନ୍ଧା । ଏହା ପରେ ତାଙ୍କୁ ସେଠାରେ ଭିସା ଆଧାରରେ ରହିବାକୁ ପଡେ । ତେବେ ଆଇନ୍ ମୁତାବକ ଯଦି କୌଣସି ବ୍ୟକ୍ତି ଭାରତରେ ଜନ୍ମ ନିଅନ୍ତି, ତାଙ୍କୁ ଭାରତର ନାଗରିକତା ମିଳିବ । ତାଙ୍କର ପିତା-ମାତା କେଉଁ ଦେଶର ହୁଅନ୍ତୁ ନାଁ କାହିଁକି । ତେବେ କେହି ଯଦି ବାୟୁରେ ଜନ୍ମ ହୁଅନ୍ତି, ତାଙ୍କୁ କେଉଁ ଦେଶର ନାଗରିକତା ମିଳିବ…?

ଧରି ନିଅନ୍ତୁ ଭାରତରୁ ଆମେରିକା ଉଡ଼ାଣ ଭରିଥିବା କୌଣସି ବିମାନରେ ଜଣେ ଗର୍ଭବତି ମହିଳା ଯାତ୍ରା କରୁଛନ୍ତି । ଯଦି ଏହି ସମୟରେ ତାଙ୍କର ପ୍ରସବ ଯନ୍ତ୍ରଣା ଆରମ୍ଭ ହୁଏ, ଏବଂ ସେ କୌଣସି ଦେଶରେ ନାହାନ୍ତି ଆଉ ଆକାଶରେ ଶିଶୁଟିକୁ ଜନ୍ମ ଦିଅନ୍ତି ତେବେ ଶିଶୁଟିକୁ କେଉଁ ଦେଶର ନାଗରିକତା ମିଳିବ, ଭାରତର ନାଁ ଆମେରିକାର?

ଏଭଳି ପରିସ୍ଥିତିରେ ଭାରତ ଏବଂ ଆମେରିକାକୁ ଛାଡ଼ି ଜନ୍ମ ସମୟରେ ବିମାନ ଯେଉଁ ଦେଶର ସିମାରେ ଥିବ ଅଭିଭାବକମାନେ ସେହି ଦେଶର ନାଗରିକତା ଦାବି କରିପାରିବେ । ଏଭଳି ପରିସ୍ଥିତକୁ ଏଡ଼ାଇବା ଲାଗି ବିମାନ ପରିଚାଳନା କମ୍ପାନୀମାନେ ବିଭିନ୍ନ ପ୍ରକାର ନିୟମ କାନୁନ୍ ପ୍ରଚଳନ କରୁଛନ୍ତି । ଭାରତରେ ୭ ମାସରୁ ଉର୍ଦ୍ଧ ଗର୍ଭବତିମାନଙ୍କୁ ବିମାନ ଯାତ୍ରା କରିବା ଉପରେ ପ୍ରତିବନ୍ଧକ ରହିଛି । କୌଣସି ବିଶେଷ ପରିସ୍ଥିତିରେ ମହିଳାମାନେ ବିମାନରେ ଯାତ୍ରା କରି ପାରନ୍ତି ।

ଅନ୍ୟପକ୍ଷରେ ଯଦି ବିମାନ ଆମେରିକା ସୀମାରେ ଥାଏ, ତେବେ ବିମାନ ବନ୍ଦରରୁ ଓଲ୍ଲାଇବା ମାତ୍ରେ ତାଙ୍କୁ ଆମେରିକାର ନାଗରିକତ୍ୱ ପ୍ରମାଣପତ୍ର ପାଇପାରିବେ । ସେହିପରି ଏହି ମାମଲାକୁ ଓଲଟାଇ ଦେଖିଲେ ବିମାନ ଯଦି ଭାରତ ସୀମାରେ ରହିଥାଏ, ଏବଂ କୌଣସି ବିଦେଶୀ ମହିଳା ଭାରତରେ ସନ୍ତାନ ଜନ୍ମ ଦିଅନ୍ତି, ସେ ତାଙ୍କ ସନ୍ତାନ ପାଇଁ ଭାରତର ନାଗରିକତା ମାଗି ପାରନ୍ତି । ତେବେ ଏହା ପରେ ଶିଶୁ ଜଣକ ଆମେରିକାରେ ନାଗରିକତ୍ୱ ପାଇ ପାଇପାରିବ ନାହିଁ । କାରଣ ଭାରତରେ ଏକକ ନାଗରିକତ୍ୱ ଆଇନ ପ୍ରଚଳନ ହୋଇଥାଏ ।

Get real time updates directly on you device, subscribe now.