fbpx

ନବୀନଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଲେ ୨୧ ନୂଆ ମନ୍ତ୍ରୀ, ଜାଣନ୍ତୁ କେଉଁ କାହା ହାତରୁ ଗଲା ମନ୍ତ୍ରୀପଦ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନବୀନଙ୍କ ମନ୍ତ୍ରୀମଣ୍ଡଳରେ ପରିବର୍ତ୍ତନ ପରେ ୧୨ ନୂଆ ବିଧାୟକଙ୍କୁ ମିଳିଛି ମନ୍ତ୍ରୀ ପଦ । ସେହିପରି ୯ ଜଣ ପୁରୁଣା ମନ୍ତ୍ରୀଙ୍କ ଉପରେ ଆସ୍ଥା ପ୍ରକଟ କରିଛନ୍ତି ମୁଖ୍ୟମନ୍ତ୍ରୀ । ଆଉ ଏହି ୯ ବିଧାୟକଙ୍କୁ ପୁଣି ଥରେ ମିଳିଛି ମନ୍ତ୍ରୀପଦ ।

ସୂଚନାଯୋଗ୍ୟ, ନବୀନଙ୍କ ମନ୍ତ୍ରୀମଣ୍ଡଳ ଅଦଳବଦଳରେ ପରେ ରବିବାର ଲୋକସେବା ଭବନରେ ୨୧ ବିଧାୟକ ମନ୍ତ୍ରୀପଦ ପାଇଁ ଶପଥ ଗ୍ରହଣ କରିଛନ୍ତି ।

ତେବେ ସେପଟେ କିନ୍ତୁ ମନ୍ତ୍ରିମଣ୍ଡଳରୁ ବାଦ୍ ପଡ଼ିଛନ୍ତି ୧୦ ନେତା । ବାଦ୍ ପଡ଼ିଥିବା ନେତାଙ୍କ ମଧ୍ୟରେ ରହିଛନ୍ତି ପୂର୍ବତନ ଆଇନ ମନ୍ତ୍ରୀ ପ୍ରତାପ ଜେନା, ପୂର୍ବତନ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ, ପୂର୍ବତନ ଗୃହମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ପ୍ରେମାନନ୍ଦ ନାୟକ, ପଦ୍ୱିନୀ ଦିଆନ, ପଦ୍ମନାଭ ବେହେରା, ରଘୁନନ୍ଦନ ଦାସ, ସୁଦାମ ମାର୍ଣ୍ଡି ଏବଂ ସୁଶାନ୍ତ ସିଂହ ।

Get real time updates directly on you device, subscribe now.