fbpx

ଜାଣନ୍ତୁ ପୁରୁଷଙ୍କୁ କାହିଁକି ହୋଇଥାଏ ‘ବ୍ରେଷ୍ଟ କ୍ୟାନସର’ ଓ ଏହାର ଲକ୍ଷଣ ?

Advertisement

ଓଡ଼ିଶା ଭାସ୍କର: ବ୍ରେଷ୍ଟ କ୍ୟାନସର ସାଧାରଣତଃ ମହିଳାମାନଙ୍କୁ ହୋଇଥାଏ ବୋଲି ଆମେ ଭାବିଥାଉ । ହେଲେ ଏବେ ଏହା ପୁରୁଷଙ୍କ ଠାରେ ଦେଖାଦେବାର ଆଶଙ୍କା ମଧ୍ୟ ରହିଛି, ଯଦିଓ ପୁରୁଷଙ୍କ ଠାରେ ମହିଳାମାନଙ୍କ ଠାରୁ କମ୍‌ ଦେଖାଯାଏ । ମୁଖ୍ୟତଃ ବ୍ରେଷ୍ଟରେ ମାଲିଗ୍ନାଣ୍ଟ୍‌ କୋଷର ବିକାଶ ଯୋଗୁଁ ବ୍ରେଷ୍ଟ କ୍ୟାନସର ଦେଖାଦେଇଥାଏ। ଏ କଥା ସ୍ପଷ୍ଟ ଯେ ପୁରୁଷଙ୍କ ଠାରେ ଅଳ୍ପ ପରିମାଣର ବ୍ରେଷ୍ଟଫିଙ୍ଗ୍ ରହିଥାଏ, ଯେଉଁଥିରେ ସୂକ୍ଷ୍ମ ନଳୀ ଓ ଗ୍ରନ୍ଥି ଥାଏ ଯାହା ମହିଳାଙ୍କ ଠାରେ ଦେଖାଯାଇନଥାଏ।

ପୁରୁଷମାନଙ୍କ ଠାରେ ବ୍ରେଷ୍ଟ କ୍ୟାନସରର ଉତ୍ପତ୍ତିକୁ ଠିକ୍‌ ଭାବେ ବ୍ୟାଖ୍ୟା କରାଯାଇପାରିନାହିଁ, ତେବେ ଏହା ପଛରେ ଅଧିକ ବୟସ, ପାରିବାରିକ ଇତିହାସ, ଜୈବ ବଂଶାନୁକ୍ରମର ରୂପାନ୍ତରଣ, କାଇନ୍‌ଫେଲ୍‌ଟର ସିଣ୍ଡ୍ରୋମ୍‌ ଓ ତେଜକ୍କ୍ରିୟ ବିକିରଣ ଆଦି ବିପଜ୍ଜନକ କାରକ ରହିଛି। ତେବେ ଜାଣନ୍ତୁ କଣ ରହିଛି ଲକ୍ଷଣ, ଛାତିରେ ଯନ୍ତ୍ରଣାବିହୀନ ଅସ୍ବାଭାବିକ ଫୁଲା ଦେଖାଯିବା, ବ୍ରେଷ୍ଟର ଉପର ଅଂଶରେ ପରିବର୍ତ୍ତନ, ଛାତିର ଚର୍ମରେ ପରିବର୍ତ୍ତନ ଏବଂ ବ୍ରେଷ୍ଟଫିଙ୍ଗ୍ ଫୁଲିଯିବା ବା ଟାଣ ହୋଇଯିବା ପରି ଜଣାପଡ଼ିଥାଏ।

ତେବେ ପୁରୁଷ ବ୍ରେଷ୍ଟ କ୍ୟାନସର ଆଗୁଆ ଚିହ୍ନଟ ହୋଇପାରିଲେ ତାହାର ସଫଳ ଚିକିତ୍ସା ସମ୍ଭବ। ତେଣୁ କାହାଠାରେ ସାମାନ୍ୟତମ ଲକ୍ଷଣ ଦେଖାଗଲେ ଡାକ୍ତରଙ୍କ ସହ ତୁରନ୍ତ ପରାମର୍ଶ ପୂର୍ବକ ଆବଶ୍ୟକ ପରୀକ୍ଷା ନିରୀକ୍ଷା କରି ତାହା ନିଶ୍ଚିତ ହେବା ଦରକାର। ସେହିପରି ଏହାର ପ୍ରତିଷେଧକ ଭାବରେ ଏକ ସୁସ୍ଥ ଜୀବନଶୈଳୀ ଆପଣେଇବା ସହ ବିଭିନ୍ନ ପ୍ରକାର ସମ୍ଭାବ୍ୟ ବିପଜ୍ଜନକ କାରକଗୁଡ଼ିକ ପ୍ରତି ସତେତନ ରହିବା ଜରୁରୀ। ଯଦି ଉପଯୁକ୍ତ ସମୟରେ ଆପଣ ଚିକିତ୍ସା କରନ୍ତି ତେବେ ଏହା ଭଲ ହୋଇ ପାରେ।

Get real time updates directly on you device, subscribe now.