fbpx

ବାଃ! ବସିବେ ରାଜଧାନୀ ଏକ୍ସପ୍ରେସରେ ମିଳିବ ତେଜସର ଅନୁଭବ ଓ ଏକାଧିକ ସୁବିଧା, ଜାଣନ୍ତୁୂ କେଉଁ ୪ ଟ୍ରେନରେ ମିଳିବ ଏହି ସୁବିଧା

Advertisement

ନୂଆଦିଲ୍ଲୀ: ନୂଆଦିଲ୍ଲୀ-ହାୱଡା ଗ୍ରାଣ୍ଡ କୋଡ୍ ସେକ୍ସନର କୋଡରମା ଧାନବାଦ ରାସ୍ତାରେ ୪ ରାଜଧାନୀ ଏକ୍ସପ୍ରେସ୍ ଚଳାଚଳ କରିଥାଏ । ଏଥିରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କୁ ଏବେ ତେଜସରେ ବସିବାର ଅନୁଭବ ମିଳିବ । କାରଣ ଏହି ୪ ଟ୍ରେନରେ ର‌୍ୟାକ୍ ବଦଳାଯିବାର କାର୍ଯ୍ୟ ଆରମ୍ଭ ହୋଇଯାଇଛି । ଏଥିରେ ଗୋଟିଏ ପରେ ଗୋଟିଏ ବଢିଆ ସୁବିଧା ମିଳିବା ସହ ଟ୍ରେନର ଗତି ମଧ୍ୟ ବୃଦ୍ଧି ପାଇବ । ଭାରତୀୟ ରେଲୱେରେ ପ୍ରଥମ ଥର ଲାଗି ଭିଆଇପି ଟ୍ରେନ୍ ରାଜଧାନୀ ଏକ୍ସପ୍ରେସକୁ ତେଜସ୍ ର‌୍ୟାକରେ ବଦଳାଇବାର କାର୍ଯ୍ୟ ଆରମ୍ଭ ହୋଇଯାଇଛି ।

ପ୍ରଥମେ ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ୍ ଏବଂ ନୂଆଦିଲ୍ଲୀରୁ ରାଜେନ୍ଦ୍ର ନଗର, ପାଟନା ରାଜଧାନୀ ଏକ୍ସପ୍ରେସରେ ସଫଳ ପରୀକ୍ଷଣ ପରେ ଏହି ରୁଟ୍ ଦେଇ ଯାଉଥିବା ଅନ୍ୟ ରାଜଧାନୀ ଏକ୍ସପ୍ରେସ୍‌କୁ ବି ତେଜସ୍ ରୂପରେ ପରିଚାଳନା କରାଯିବ । ଏଥିରେ ନୂଆଦିଲ୍ଲୀ-ରାଞ୍ଚି ରାଜଧାନୀ, ନୂଆଦିଲ୍ଲୀ-ହାୱଡା ରାଜଧାନୀ, ନୂଆଦିଲ୍ଲୀ-କୋଲକାତା ରାଜଧାନୀ ଏକ୍ସପ୍ରେସ୍ ସାମିଲ ରହିଛି ।

Get real time updates directly on you device, subscribe now.