fbpx

କୋହଲି ଓ ମ୍ୟାକ୍ସୱେଲଙ୍କ ଅର୍ଦ୍ଧଶତକ; RCB ୧୬୫/୬

ନୂଆଦିଲ୍ଲୀ: ଆଇପିଏଲ ୨୦୨୧ର ୩୯ ତମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ସମ୍ମୁଖରେ ୧୬୬ ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ମୁମ୍ବାଇ ଇଣ୍ଡିଆନ୍ସ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିବା ବେଳେ ଆରସିବି ବିରାଟ କୋହଲି ଏବଂ ଗ୍ଲେନ ମ୍ୟାକ୍ସୱେଲଙ୍କ ଅର୍ଦ୍ଧଶତକ ସହାୟତାରେ ୧୬୫ ରନ ସଂଗ୍ରହ କରିଥିଲା । ଟି-୨୦ରେ ୧୦ ହଜାର ରନ ପୂରଣ କରିଥିବା କୋହଲି ଆଇପିଏଲରେ ନିଜର ୪୨ ତମ ଅର୍ଦ୍ଧଶତକ ହାସଲ କରିଥିଲେ ।

ଟସ ଜିତି ମୁମ୍ବାଇ ବୋଲିଂ ନିଷ୍ପତ୍ତି ନେଇଥିବା ବେଳେ ଖାତା ଖୋଲିବା ପୂର୍ବରୁ ପ୍ୟାଭିଲିୟନ ଫେରିଥିଲେ ଦେବଦତ୍ତ ପାଡିକଲ । ଦ୍ୱିତୀୟ ୱିକେଟରେ ଶ୍ରୀକର ଭାରତ(୩୨) ଓ ବିରାଟ କୋହଲି(୫୧)ଙ୍କ ମଧ୍ୟରେ ୭୫ ରନର ଭାଗିଦାରୀ ହୋଇଥିଲା । ମ୍ୟାକ୍ସୱେଲ(୫୬)ଙ୍କ ଦ୍ରୁତ ବ୍ୟାଟିଂ ସହାୟତାରେ ଆରସିବି ୧୬୫ ରନ କରିଥିଲା । କୋହଲି ୪୨ଟି ବଲ ଖେଳି ୩ଟି ଲେଖାଏଁ ଛକ୍କା ଓ ଚୌକା ସହିତ ୫୧ ରନ କରିଥିବା ବେଳେ ମ୍ୟାକ୍ସୱେଲ ୩୭ ବଲ ଖେଳି ୬ ଚୌକା ଓ ୩ ଛକା ସହିତ ୫୬ ରନ ସଂଗ୍ରହ କରିଥିଲେ । ଏକଦା ମ୍ୟାକ୍ସୱେଲ ଏବଂ ଏବି ଡିଭିଲିୟର୍ସ ବ୍ୟାଟିଂ କରୁଥିବା ସମୟରେ ଆରସିବି ୧୮୦ ରନ ସଂଗ୍ରହ କରିବା ଭଳି ମନେ ହେଉଥିଲା । ମାତ୍ର ଜସପ୍ରୀତ ବୁମରା ଉଭୟ ଖେଳାଳିଙ୍କୁ ଆଉଟ କରିବା ସହିତ ମୁମ୍ବାଇକୁ ମ୍ୟାଚକୁ ଫେରାଇ ଆଣିଥିଲେ । ବୁମରା ୩୬ ରନ ବ୍ୟୟରେ ୩ଟି ୱିକେଟ ନେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଟ୍ରେଣ୍ଟ ବୋଲ୍ଟ, ଆଡାମ ମିଲନେ ଓ ରାହୁଲ ଚହର ପ୍ରତ୍ୟେକ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ ।

Get real time updates directly on you device, subscribe now.