fbpx
BSKY SKY
BSKY SKY

ଟି-୨୦ରେ ୧୦ ହଜାର ରନ ପୂରଣ କଲେ ବିରାଟ କୋହଲି

BSKY

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଆଉ ଏକ ମାଇଲ ଖୁଣ୍ଟ ଅତିକ୍ରମ କରିଛନ୍ତି । ଆଇପିଏଲରେ ରବିବାର ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚେରେ କୋହଲି ୧୦ ହଜାର ରନ ପୂରଣ କରିଛନ୍ତି । ଭାରତୀୟ ଦଳର ସ୍ପିଡଷ୍ଟର ଜସପ୍ରୀତ ବୁମରାଙ୍କ ବଲରେ ଛକା ମାରି ସମ୍ପୂର୍ଣ୍ଣ ଷ୍ଟାଇଲରେ ୧୦ ହଜାର ରନ ପୂରଣ କରିଥିଲେ କୋହଲି । କ୍ରିକେଟର ଏହି ସୀମିତ ଓଭରରେ ପଞ୍ଚମ ଖେଳାଳି ଭାବରେ କୋହଲି ଏହି ମାଇଲଖୁଣ୍ଟ ହାସଲ କରିଛନ୍ତି ।
କୋହଲି ଭାରତ ପକ୍ଷରୁ ୯୦ଟି ଟି-୨୦ ମୁକାବିଲାରେ ୩୧୫୯ ରନ୍‌ କରିଥିବା ବେଳେ ଏଥି ମଧ୍ୟରେ ୨୮ଟି ଅର୍ଦ୍ଧଶତକ ସାମିଲ ରହିଛି । ସେହିପରି ଆରସିବି ପକ୍ଷରୁ ଖେଳିଥିବା ୧୪ଟି ସିଜିନରେ ୨୦୨ ମ୍ୟାଚରୁ ୬୧୭୨ ରନ ସଂଗ୍ରହ କରିଛନ୍ତି । ଏହା ମଧ୍ୟରେ ୫ଟି ଶତକ ଏବଂ ୪୧ଟି ଅର୍ଦ୍ଧଶତକ ସାମିଲ ରହିଛି ।

Get real time updates directly on you device, subscribe now.