କୋହଲି, କୋହଲି ଡାକ ଛାଡ଼ି ବିରାଟଙ୍କୁ ଫ୍ଲାଇଙ୍ଗ୍ କିସ୍ ଦେଲେ ଅବନୀତ, ଭାଇରାଲ ଭିଡିଓ ଦେଖିଲେ…

ମୁମ୍ବାଇ,୧୩ା୫: ବିରାଟ କୋହଲି ଅବନୀତ କୌରଙ୍କ ପୋଷ୍ଟକୁ ଲାଇକ୍ କରିବା ପରଠାରୁ ଏହି ଅଭିନେତ୍ରୀ ଏବେ ଚର୍ଚ୍ଚାରେ ରହିଛନ୍ତି । ଲୋକମାନେ ତାଙ୍କ ପ୍ରତ୍ୟେକ ପୋଷ୍ଟରେ ବିରାଟଙ୍କ ନାମ ନେଇ ଅବନୀତଙ୍କୁ ସମାଲୋଚନା କରୁଛନ୍ତି। ସେହି ସମୟରେ ବିରାଟ କୋହଲି ଟେଷ୍ଟ କ୍ରିକେଟ ମ୍ୟାଚରୁ ଅବସର ନେବା ପରେ ଅବନୀତଙ୍କ ଏକ ଭିଡିଓ ଭାଇରାଲ ହେଉଛି। ଏଥିରେ ଅଭିନେତ୍ରୀ ଶେହନାଜ ଗିଲ୍  ବିରାଟଙ୍କ ପାଇଁ ଉତ୍ସାହିତ ହେଉଥିବାର ଦେଖାଯାଉଛି।

ଭାଇରାଲ୍ ଭିଡିଓରେ, ଅବନୀତ କୌର ଅଭିନେତ୍ରୀ ଶେହନାଜ ଗିଲ୍, ମୁନାୱର ଫାରୁକି ଏବଂ ଅନ୍ୟ କିଛି ଲୋକଙ୍କ ସହିତ ନଜର ଆସୁଛନ୍ତି । ଏହି ସମୟରେ ସମସ୍ତେ ବିରାଟ କୋହଲିଙ୍କ ପାଇଁ ଉତ୍ସାହିତ ହେଉଥିବାର ଦେଖାଯାଉଛି।

ଭାଇରାଲ୍ ଭିଡିଓରେ ଅବନୀତ କୌର ଜୋରରେ ‘କୋହଲି-କୋହଲି’ ଚିତ୍କାର କରୁଥିବାର ଦେଖାଯାଉଛି। ସେ ତାଙ୍କ ହାତରେ ହାର୍ଟ ସେପ୍ କରି କରି କୋହଲିଙ୍କ ଉପରେ ପ୍ରେମ ବର୍ଷା କରୁଥିବାର ମଧ୍ୟ ଦେଖାଯାଉଥିଲେ। ଏହା ବ୍ୟତୀତ, ସେ କ୍ରିକେଟରଙ୍କୁ ଫ୍ଲାଇଙ୍ଗ୍ କିସ୍ ମଧ୍ୟ ଦେଇଥିଲେ। ଏବେ ଅଭିନେତ୍ରୀଙ୍କ ଏହି ଭିଡିଓ ଭାଇରାଲ୍ ହେଉଛି।

 

View this post on Instagram

 

A post shared by Saas Bahu Aur Saazish (@sbsabpnews)

ଆପଣଙ୍କୁ କହି ରଖୁଛୁ ଯେ, ଅବନୀତଙ୍କ ଗୋଟିଏ ପୋଷ୍ଟରେ ବିରାଟ କୋହଲିଙ୍କ ଲାଇକ୍ ଦେଖାଯାଇଥିଲା। ଯାହା ପରେ କ୍ରିକେଟର ସ୍ପଷ୍ଟୀକରଣ ଦେଇ ଲେଖିଲେ- ‘ମୁଁ ସ୍ପଷ୍ଟୀକରଣ ଦେବାକୁ ଚାହୁଁଛି ଯେ ମୋର ଫିଡ୍ ସଫା କରିବା ସମୟରେ,  ମନେ ହେଉଛି  ଭୁଲବଶତଃ ହୋଇଯାଇଛି। ଏହା ପଛରେ କୌଣସି ଉଦ୍ଦେଶ୍ୟ ନଥିଲା। ମୁଁ ଅନୁରୋଧ କରୁଛି ଯେ, କୌଣସି ଅନାବଶ୍ୟକ ଅନୁମାନ କରାନଯାଉ। ଆପଣଙ୍କ ବୁଝାମଣା ପାଇଁ ଧନ୍ୟବାଦ।’

ବିରାଟ କୋହଲି ମେ’ ୧୨ରେ ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଥିଲେ। ଏହା ପରେ ସୁନୀଲ ଶେଟ୍ଟୀ, ରଣବୀର ସିଂହଙ୍କ ସମେତ ଅନେକ ବଲିଉଡ୍ ଷ୍ଟାର ପ୍ରତିକ୍ରିୟା ପ୍ରକାଶ କରିଥିଲେ। ସେହି ସମୟରେ ତାଙ୍କ ପତ୍ନୀ ଅନୁଷ୍କା ଶର୍ମା ମଧ୍ୟ ସୋସିଆଲ ମିଡିଆରେ ଏକ ଭାବପ୍ରବଣ ପୋଷ୍ଟ ଲେଖିଥିଲେ।