fbpx

ଇଡି କାର୍ଯ୍ୟାଳୟରେ ପହଞ୍ଚିଲେ ଟିଏମସି ସାଂସଦ ନୁସରତ ଜାହାନ, ଠକେଇ ମାମଲାରେ ହେବ ପଚରାଉଚରା

ନୂଆଦିଲ୍ଲୀ: ଫ୍ଲାଟ ବିକ୍ରିରେ କୋଟି କୋଟି ଟଙ୍କା ଠକେଇ ମାମଲାରେ ତୃଣମୂଳ କଂଗ୍ରେସ ସାଂସଦ ନୁସରତ ଜାହାନ ଇଡି କାର୍ଯ୍ୟାଳୟରେ ପହଞ୍ଚିଛନ୍ତି। ମଙ୍ଗଳବାର ସକାଳେ ସଲ୍ଟ ହ୍ରଦର ସିଜିଓ କମ୍ପ୍ଲେକ୍ସରେ ଇଡି ଅଧିକାରୀ ନୁସରତ ଜାହାନଙ୍କୁ ପଚରାଉଚରା କରାଯାଉଛି।

୨୦୧୪-୧୫ ମସିହାରେ ୪୦୦ ରୁ ଅଧିକ ବରିଷ୍ଠ ନାଗରିକ ଏକ କମ୍ପାନୀରେ ଟଙ୍କା ଜମା କରିଥିଲେ। ଏହି ସମୟ ମଧ୍ୟରେ ପ୍ରତ୍ୟେକ ବ୍ୟକ୍ତିଙ୍କ ଠାରୁ ୫.୫ ଲକ୍ଷ ଟଙ୍କା ନିଆଯାଇଥିଲା ଏବଂ ସେମାନଙ୍କୁ ପ୍ରତିବଦଳରେ ୧୦୦୦ ବର୍ଗଫୁଟ ଫ୍ଲାଟ ପ୍ରତିଶୃତି ଦିଆଯାଇଥିଲା। ହେଲା ଏହା କରାଯାଇ ନଥିଲା ଏବଂ ଫ୍ଲାଟ କେହି ପାଇ ନଥିଲେ କିମ୍ବା ଟଙ୍କା ଫେରସ୍ତ ହୋଇନଥିଲା।

ସେହି ସମୟରେ ନୁସରତ ଜାହାନ କମ୍ପାନୀର ଏକମାତ୍ର ନିର୍ଦ୍ଦେଶକ ଥିଲେ। ଏହି ପରିପ୍ରେକ୍ଷୀରେ ବିଜେପି ନେତା ଶଙ୍କୁଦେବ ଇଡି କାର୍ଯ୍ୟାଳୟରେ ଅଭିଯୋଗ କରିଥିଲେ, ଏହା ପରେ ଇଡି ନୁସରତଙ୍କ ଉପରେ କଡାକଡି କରିବା ଆରମ୍ଭ କରିଥିଲା। ତେବେ ସେ ଏପରି କୌଣସି କମ୍ପାନୀ ସହ ଜଡିତ ନୁହଁନ୍ତି ଏବଂ ମାମଲାର ତଦନ୍ତରେ ସମ୍ପୂର୍ଣ୍ଣ ସହଯୋଗ କରିବେ ବୋଲି ନୁସରତ ଦାବି କରିଛନ୍ତି।

ତେବେ ଏହି ମାମଲାରେ ଅନୁସନ୍ଧାନକାରୀ ସଂସ୍ଥା ଉକ୍ତ କର୍ପୋରେଟ ସଂସ୍ଥା ସେଭେନ ସେନ୍ସ ଇନଫ୍ରାଷ୍ଟ୍ରକଚର ପ୍ରାଇଭେଟ ଲିମିଟେଡର ଅନ୍ୟ ନିର୍ଦ୍ଦେଶକ ରାକେଶ ସିଂଙ୍କୁ ମଧ୍ୟ ଡକାଇଛନ୍ତି। ସେପ୍ଟେମ୍ବର ୧୨ ରେ କୋଲକାତାର ସଲ୍ଟ ଲେକରେ ଥିବା କେନ୍ଦ୍ରୀୟ ଏଜେନ୍ସିର CGO କମ୍ପ୍ଲେକ୍ସ କାର୍ଯ୍ୟାଳୟରେ ସେମାନଙ୍କୁ ଉପସ୍ଥିତ ରହିବାକୁ ମଧ୍ୟ କୁହାଯାଇଛି।

Get real time updates directly on you device, subscribe now.