ବିଜେପି ନେତା ଦିଲୀପ ଘୋଷଙ୍କ ସାବତ ପୁଅର ରହସ୍ୟମୟ ମୃତ୍ୟୁ, ଘରୁ ମିଳିଲା ମୃତଦେହ

ଶ୍ରୀଞ୍ଜୟ ଦାସଗୁପ୍ତାଙ୍କ ମୃତ୍ୟୁକୁ ନେଇ ସନ୍ଦେହ ।

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ, ଭାରତୀୟ ଜନତା ପାର୍ଟି ନେତା ଦିଲୀପ ଘୋଷଙ୍କ ପତ୍ନୀ ରିଙ୍କୁ ମଜୁମଦାରଙ୍କ ପୁଅ ଶ୍ରୀଞ୍ଜୟ ଦାସଗୁପ୍ତା (୨୭)ଙ୍କ ମୃତ୍ୟୁ ହୋଇଛି। ଏହି ଅପ୍ରାକୃତିକ ମୃତ୍ୟୁ ଏକ ହଇଚଇ ସୃଷ୍ଟି କରିଛି ।

ପୋଲିସ ସୂତ୍ର ଅନୁଯାୟୀ, ଆଜି ସକାଳ ୭ଟାରେ ସେ ନ୍ୟୁଟାଉନ୍ ସ୍ଥିତ ତାଙ୍କ ବାସଭବନରେ ଅଚେତ ଅବସ୍ଥାରେ ପାଇଥିଲେ । ଏହା ପରେ ତାଙ୍କୁ ପ୍ରଥମେ ନ୍ୟୁଟାଉନର ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା। ସେଠାରୁ ତାଙ୍କୁ ବିଧାନନଗର ଉପ-ଜିଲ୍ଲା ଡାକ୍ତରଖାନାକୁ ପଠାଯାଇଥିଲା।

ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କଲେ । ତାଙ୍କର ମୃତ୍ୟୁ କାହିଁକି ହେଲା ଏବଂ ଘଟଣା ପଛରେ କ’ଣ କାରଣ ଥିଲା ସେ ବିଷୟରେ ଏବେ ବି ସନ୍ଦେହ ରହିଛି । ମୃତଦେହକୁ ପୋଷ୍ଟମର୍ଟମ ପାଇଁ ଆରଜି କର ହସ୍ପିଟାଲକୁ ପଠାଯାଉଛି ।

ପୋଲିସ ସୂତ୍ର ଅନୁଯାୟୀ, ତାଙ୍କ ମୃତଦେହ ସେ ରହୁଥିବା କୋଠରୀର ବିଛଣାରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ପୋଲିସ କହିଛି ଯେ ପ୍ରାରମ୍ଭିକ ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡିବ ଏବଂ ରହସ୍ୟ ଉନ୍ମୋଚିତ ହେବ ।

ପ୍ରଥମ ସ୍ତ୍ରୀଙ୍କ ପୁଅ ଥିଲେ ଶ୍ରୀଞ୍ଜୟ-  ମୃତ ଶ୍ରୀଞ୍ଜୟ ମଜୁମଦାର ବିଜେପି ନେତା ଦିଲୀପ ଘୋଷଙ୍କ ପତ୍ନୀ ରିଙ୍କୁ ମଜୁମଦାରଙ୍କ ପ୍ରଥମ ସ୍ବାମୀର ପୁଅ ଥିଲେ । ମଙ୍ଗଳବାର ଦିନ ନ୍ୟୁ ଟାଉନ୍ ଅଞ୍ଚଳର ଏକ ଫ୍ଲାଟରେ ରହସ୍ୟମୟ ପରିସ୍ଥିତିରେ ତାଙ୍କ ମୃତଦେହ ମିଳିଥିଲା।

ପୋଲିସ ଅଧିକାରୀ କହିଛନ୍ତି, “ମୃତ୍ୟୁର କାରଣ ଜଣାପଡ଼ି ନାହିଁ । ପୋଷ୍ଟମର୍ଟମ ପରେ ହିଁ ଏହା ଜଣାପଡ଼ବ । ଆମେ ଘଟଣାର ତଦନ୍ତ କରୁଛୁ।”

ବର୍ତ୍ତମାନ, ପୋଲିସ ରିଙ୍କୁ ମଜୁମଦାର କିମ୍ବା ମୃତକଙ୍କ ପରିବାରର କୌଣସି ସଦସ୍ୟଙ୍କଠାରୁ କୌଣସି ଆନୁଷ୍ଠାନିକ ଅଭିଯୋଗ ପାଇନାହିଁ ।