fbpx

‘ବିଭତ୍ସ ଘଟଣା, ବିକ୍ଷୋଭକାରୀ ଯାହା କରୁଛନ୍ତି ତାହା..’, କୋଲକାତା ଦୁଷ୍କର୍ମ ମାମଲାରେ ଦୁଃଖିତ ହେଲେ ହାଇକୋର୍ଟ

ନୂଆଦିଲ୍ଲୀ: କୋଲକାତାର ଆରଜି ମେଡିକାଲ କଲେଜର ଟ୍ରେନି ଡାକ୍ତରଙ୍କ ସହ ହୋଇଥିବା ଦୁଷ୍କର୍ମ ଏବଂ ହତ୍ୟା ଘଟଣାରେ କୋଲକାତା ହାଇକୋର୍ଟ ଦୁଃଖ ପ୍ରକାଶ କରିଛନ୍ତି। ମଙ୍ଗଳବାର ଦିନ କୋର୍ଟ କହିଛନ୍ତି ଯେ, ଏହା ଏକ ବିଭତ୍ସ ଘଟଣା। ଏହି ଘଟଣା ପରେ ସାରା ଦେଶ ଉତ୍ତ୍ୟକ୍ତ ହୋଇଛି। ମେଡିକାଲ କଲେଜର ସମସ୍ତ କର୍ମଚାରୀ ଧର୍ମଘଟ କରିଛନ୍ତି ଏବଂ ସମସ୍ତେ ନ୍ୟାୟର ଦାବିକୁ ନେଇ ଆନ୍ଦୋଳନ କରୁଛନ୍ତି।
ଏହି ମାମଲାରେ ଅନେକ ଲୋକେ ବିରୋଧ କରି ପିଟିସନ ଦାଖଲ କରିଛନ୍ତି। ଯାହାକୁ ନେଇ ଆଜି ହାଇକୋର୍ଟ ଶୁଣାଣି କରିଛନ୍ତି। ଶୁଣାଣି ସମୟରେ କୋର୍ଟ ଘଟଣାରେ ଦୁଃଖ ପ୍ରକାଶ କରିବା ସହ କହିଛନ୍ତି ଯେ, ଏପରି ନିଷ୍ଠୁର ଘଟଣା ଉପରେ ଲୋକଙ୍କ ଭାବନା ପ୍ରକାଶ କରିବା ଯଥାର୍ଥ ଅଟେ। ହାଇକୋର୍ଟ ଚିଫ ଜଷ୍ଟିସ ଟିଏସ ଶିବଗଣନମଙ୍କ ବେଞ୍ଚ ଶୁଣାଣି ସମୟରେ ପଶ୍ଚିମବଙ୍ଗର ମମତା ବାନାର୍ଜୀ ସରକାରଙ୍କୁ ମଧ୍ୟ ପ୍ରଶ୍ନ ପଚାରିଛନ୍ତି ଯେ, ଏହି ମାମଲାରେ କଣ କରାଯାଉଛି ଏବଂ ଆନ୍ଦୋଳନକାରୀଙ୍କୁ ସରକାର କେଉଁ ଆଶ୍ୱାସନା ଦେଉଛନ୍ତି।

ସେ କହିଛନ୍ତି ଯେ, ଆମେ ପ୍ରେସକୁ ରୋକି ପାରିବୁ ନାହିଁ.. ଆପଣ (ରାଜ୍ୟ ସରକାର) ଆନ୍ଦୋଳନକାରୀଙ୍କୁ କେଉଁ ଆଶ୍ୱାସନା ଦେଇପାରିବେ? ଏହି ଘଟଣା ବହୁତ ଭୟଙ୍କର ଅଟେ। ଡାକ୍ତରଙ୍କ ଏଭଳି ଭାବନାଗୁଡିକୁ ବ୍ୟକ୍ତ କରିବା ଆଇନଗତ ଅଟେ। କୋର୍ଟ ସରକାରଙ୍କୁ ଏହା ବି ପଚାରିଛନ୍ତି ଯେ, ସେ କଲେଜର ପ୍ରିନ୍ସିପାଲ ଡା.ସନ୍ଦୀପ ଘୋଷଙ୍କୁ କାହିଁକି ବଞ୍ଚାଉଛନ୍ତି। ଜଷ୍ଟିସ ଟି.ଏସ ସିଭଗାନନମ କହିଛନ୍ତି ଯେ, ସରକାର ତାଙ୍କୁ ଅନ୍ୟ କେଉଁ କଲେଜର ପ୍ରିନ୍ସିପାଲ ଭାବେ କିପରି ନିଯୁକ୍ତ କରିପାରିବେ, ଯେତେବେଳେ ସେ ପୂର୍ବରୁ ଏହି ମାମଲାରେ ନୈତିକ ଦାୟିତ୍ୱ ପଦବୀରୁ ଇସ୍ତଫା ଦେଇଛନ୍ତି।

ହାଇକୋର୍ଟ ସନ୍ଦୀପ ଘୋଷଙ୍କୁ ଲମ୍ବା ଛୁଟିରେ ଯିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ କୋର୍ଟ ସରକାରଙ୍କୁ କହିଛନ୍ତି ଯେ, ସେ ଡାକ୍ତର ସନ୍ଦିପ ଘୋଷଙ୍କ ଇସ୍ତଫା ମଧ୍ୟ ଦେଖିବାକୁ ଚାହୁଁଛନ୍ତି। କୋର୍ଟ କହିଛନ୍ତି ଯେ, ଡା.ସନ୍ଦୀପ ଘୋଷ ତାଙ୍କୁ ନିଜ ଇସ୍ତଫାର ଫଟୋ ପଠାନ୍ତୁ ଏବଂ ସେ ଏହାକୁ ପଢିବେ।

Get real time updates directly on you device, subscribe now.