fbpx

ବଡ଼ ରୋମାଞ୍ଚକର ମ୍ୟାଚ: ଶେଷକୁ ୧ ରନରେ ଜିତିଲା କୋଲକାତା, ଆରସିବି ପୁଣି ହାରିଲା

ନୂଆଦିଲ୍ଲୀ: ଆଜି ଆଇପିଏଲରେ କୋଲକାତା ଓ ବାଙ୍ଗାଲୋର ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ବଡ଼ ରୋମାଞ୍ଚକର ସ୍ଥିତି ଦେଖିବାକୁ ମିଳିଥିଲା । ଶେଷ ଓଭରର ଶେଷ ବଲରେ ମ୍ୟାଚର ବିଜେତା ନିର୍ଣ୍ଣୟ ହୋଇଥିଲେ । ମ୍ୟାଚର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ କିଏ ଜିତିବ ତାହା କହିବା ମୁସ୍କିଲ ହୋଇଯାଇଥିଲା । ଶେଷରେ କୋଲକତା ପ୍ରତିପକ୍ଷ ଆରସିବିକୁ ୧ ରନରେ ପରାସ୍ତ କରିଥିବା ବେଳେ ଆରସିବି କ୍ରମାଗତ ୬ଷ୍ଠ ପରାଜୟ ବରଣ କରିଥିଲା ।

କୋଲକାତା ପ୍ରଥମେ ବ୍ୟାଟିଂ କରି ୨୨୨ ରନ୍ ସଂଗ୍ରହ କରିଥିବା ବେଳେ ଆରସିବି କଡ଼ା ଟକ୍କର ଦେଇଥିଲେ ହେଁ ୧ ରନରେ ପଛରେ ରହିଯାଇଥିଲା । ଅନ୍ତିମ ଓଭରରେ ବିଜୟ ପାଇଁ ୨୧ ରନ୍ ଆବଶ୍ୟକ ହେଉଥିଲା । କୋଲକାତାର ମିଚେଲ ଷ୍ଟାର୍କଙ୍କ ଓଭରରେ କର୍ଣ୍ଣ ଶର୍ମା (୨୦) ୩ଟି ଛକା ମାରିଥିଲେ । ତେବେ ୫ମ ବଲରେ କର୍ଣ୍ଣ ଷ୍ଟାର୍କଙ୍କ ବଲରେ କଟ୍ ଆଣ୍ଡ ବୋଲ୍ଡ ହୋଇଯାଇଥିଲେ । ଏବେ ଆରସିବିକୁ ୧ଟି ବଲରେ ୩ ରନ୍ ଆବଶ୍ୟକ ପଡ଼ୁଥିଲା । ମାତ୍ର ଲକି ଫର୍ଗ୍ୟୁସନ ୨ୟ ରନ୍ ନେବା ସମୟରେ ଦୁର୍ଭାଗ୍ୟବଶତଃ ରନ୍ ଆଉଟ୍ ହୋଇଯାଇଥିଲେ । ଫର୍ଗୁସନ ଯଦି ଏଥିରେ ସଫଳ ହୋଇଥାନ୍ତେ ତେବେ ସୁପର ଓଭର ଖେଳାଯାଇଥାନ୍ତା ।

Get real time updates directly on you device, subscribe now.