fbpx

Relationship Tips: ପାର୍ଟନର କରୁଛନ୍ତି କି ଆପଣଙ୍କ ଜାସୁସୀ ? ଖରାପ ହେବାକୁ ଦିଅନ୍ତୁ ନାହିଁ ସମ୍ପର୍କ, ଆପଣାନ୍ତୁ ଏହି ଟିପ୍ସ

ଓଡ଼ିଶା ଭାସ୍କର: କୌଣସି ସମ୍ପର୍କର ମୂଳଦୁଆ ହେଉଛି ବିଶ୍ୱାସ । ଏହି ବିଶ୍ୱାସ ଆଧାରରେ ସମ୍ପର୍କ ସୁଦୃଢ଼ ଏବଂ ଦୀର୍ଘସ୍ଥାୟୀ ହୋଇଥାଏ । ଆଜିକାଲି ଅଧିକାଂଶ ପାର୍ଟନରଙ୍କ ମଧ୍ୟରେ ଟିକେ ଟିକେ କଥାରେ ରାଗ, ରୁଷା ଏବଂ ଝଗଡ଼ା ଦେଖିବାକୁ ମିଳୁଛି । ବେଳେ ବେଳେ ଏହି ଛୋଟ ଛୋଟ ଝଗଡ଼ା ଏତେ ବଡ଼ ହୋଇଯାଉଛି ଯେ ଏହା ଦୁହିଙ୍କ ମଧ୍ୟରେ ଭୁଲ ବୁଝାମଣାର କାରଣ ପାଲଟି ଥାଏ । ଫଳରେ ସମ୍ପର୍କ ଦୁର୍ବଳ ହୋଇଥାଏ । ଅନେକ ସମୟରେ ଅନ୍ୟ ପାର୍ଟନରଙ୍କୁ ବୁଝାଇବା ଫଳପ୍ରଦ ହୋଇନଥାଏ । ପାର୍ଟନର ଜଣଙ୍କ ଆପଣଙ୍କୁ ଅବିଶ୍ୱାସ କରିବା ସହ ସନ୍ଦେହ କରିଥାନ୍ତି । ଏଭଳି ସ୍ଥିତିରେ ପାର୍ଟନର ଆପଣଙ୍କ ଜାସୁସୀ କରିବାକୁ ମଧ୍ୟ ପଛାଇ ନଥାନ୍ତି । ଆପଣଙ୍କୁ ଯଦି ସନ୍ଦେହ ହେଉଛି ଯେ ପାର୍ଟନର ଆପଣଙ୍କ ଜାସୁସୀ କରୁଛନ୍ତି ତେବେ ତାଙ୍କ ମନରୁ ସନ୍ଦେହ ଦୂର କରିବା ପାଇଁ ଏହି ଟିପ୍ସ ଆପଣାଇ ପାରିବେ ।

୧. କାରଣ ଜାଣିବା ପାଇଁ ଚେଷ୍ଟା କରନ୍ତୁ: ପ୍ରଥମେ ପାର୍ଟନର ଆପଣଙ୍କ ସହ ଏପରି ବ୍ୟବହାର କରିବା ପଛର କାରଣ ଜାଣିବା ପାଇଁ ଚେଷ୍ଟା କରନ୍ତୁ । ପ୍ରଥମେ ଆପଣଙ୍କ ପାର୍ଟନର ଏମିତି ନଥିଲେ କିନ୍ତୁ ପରବର୍ତ୍ତୀ ସମୟରେ ଏମିତି କ’ଣ ହୋଇଗଲା ଯେ ତାଙ୍କ ବ୍ୟବହାରରେ ପରିବର୍ତ୍ତନ ଦେଖୁଛନ୍ତି । ଏହାର କାରଣ ନ ଜାଣି ପାର୍ଟନରଙ୍କୁ judge କରନ୍ତୁ ନାହିଁ । ସମ୍ପର୍କକୁ ସୁଧାରିବା ପାଇଁ ବୁଦ୍ଧିମତାର ସହ ନିଷ୍ପତ୍ତି ନିଅନ୍ତୁ । ଆପଣଙ୍କ ଗୋଟିଏ ଭୁଲ ସବୁ କିଛି ବିଗାଡ଼ି ପାରେ ।

୨. ପାର୍ଟନରଙ୍କ ସହ କଥାବାର୍ତ୍ତା ହୁଅନ୍ତୁ: ଆପଣଙ୍କୁ ଯଦି ସନ୍ଦେହ ହେଉଛି ଯେ ପାର୍ଟନର ଆପଣଙ୍କ ଉପରେ ନଜର ରଖୁଛନ୍ତି ତେବେ ମନେ ମନେ କିଛି ଭାବନ୍ତୁ ନାହିଁ । ଏପରି କଲେ ଆପଣ ମାନସିକ ସ୍ତରରେ ଅଧିକ ଚାପଗ୍ରସ୍ତ ରହିବେ । ତେଣୁ ପାର୍ଟନରଙ୍କ ସହ ଖୋଲା ଖୋଲି କଥାବାର୍ତ୍ତା ହୁଅନ୍ତୁ । ପରସ୍ପରର ମନ କଥା ଜାଣିବା ପାଇଁ ଚେଷ୍ଟା କରନ୍ତୁ । କିଛି ଭୁଲ ରହିଥିଲେ ତାକୁ ସୁଧାରିବା ପାଇଁ ଚେଷ୍ଟା କରନ୍ତୁ ।

୩. ପାର୍ଟନରଙ୍କ ବିଶ୍ୱାସ ଜିତନ୍ତୁ: ଏଭଳି ସ୍ଥିତିରେ ପାର୍ଟନରଙ୍କ ବିଶ୍ୱାସ ଜିତିବା ପାଇଁ ଚେଷ୍ଟା କରନ୍ତୁ । ପାର୍ଟନରଙ୍କୁ ପସନ୍ଦ ଆସୁ ନଥିବା କାର୍ଯ୍ୟ ଏବଂ ଅଭ୍ୟାସ ଠାରୁ ନିଜକୁ ଦୂରେଇ ରଖନ୍ତୁ । ପାର୍ଟନରଙ୍କ ସହ ତାଙ୍କ ମନ ପସନ୍ଦ ସ୍ଥାନକୁ ବୁଲିବା ପ୍ଲାନ୍ କରିପାରନ୍ତି । ସମୟ ସହ ଧିରେ ଧିରେ ପାର୍ଟନରଙ୍କୁ ନିଶ୍ଚିତ କରାନ୍ତୁ ଯେ ଆପଣ ତାଙ୍କ ସହ ବିଶ୍ୱାସଘାତକତା କରୁନାହାଁନ୍ତି ।

୪. ସୋସିଆଲ ମିଡିଆ ଠାରୁ ଦୂରେଇ ଯା’ନ୍ତୁ: ସୋସିଆଲ ମିଡ଼ିଆରେ ଅଧିକାଂଶ ଫେକ୍ ଲାଇଫଷ୍ଟାଇଲକୁ ଶେୟାର କରିଥାନ୍ତି । ଏହା ବ୍ୟତୀତ ରୀଲ୍ସ ନିଶାରେ ଲୋକମାନେ ଖାଇବା, ପିଇବା ଏବଂ ଶୋଇବା ଭୁଲି ଯାଆନ୍ତି । ଏଥିପ୍ରତି ଆପଣଙ୍କ ଆକର୍ଷଣ ରହୁଥିବା ପାର୍ଟନରଙ୍କୁ ପସନ୍ଦ ନ ଆସିଲେ ଧ୍ୟାନ ଦିଅନ୍ତୁ । ପରବର୍ତ୍ତୀ ସମୟରେ ଏହା ଅପଣଙ୍କ ପାଇଁ ସମସ୍ୟା ସୃଷ୍ଟି କରିପାରେ । ପାର୍ଟନର ଏବଂ ଆପଣଙ୍କ ମଧ୍ୟରେ ଥିବା ସମ୍ପର୍କକୁ ବଞ୍ଚାଇ ରଖିବା ପାଇଁ କିଛି ଦିନ ପାଇଁ ସୋସିଆଲ ମିଡ଼ିଆ ଠାରୁ ଦୂରେଇ ଯାଆନ୍ତୁ । ପାର୍ଟନରଙ୍କୁ ଅଧିକରୁ ଅଧିକ ସମୟ ଦିଅନ୍ତୁ । ଏହା ଦ୍ୱାରା ଆପଣଙ୍କ ସମ୍ପର୍କ ସୁଦୃଢ଼ ହୋଇଥାଏ ।

Get real time updates directly on you device, subscribe now.