ବିଶ୍ୱ ରାପିଡ୍ ଚେସ୍ ଚାମ୍ପିୟନଶିପ୍ ଜିତିଲେ କୋନେରୁ ହମ୍ପି, ଦ୍ବିତୀୟ ଥର ପାଇଁ ଜିତିଲେ ଟାଇଟଲ

ନୂଆଦିଲ୍ଲୀ: ବିଶ୍ୱ ରାପିଡ୍ ଚେସ୍ ଚାମ୍ପିୟନଶିପ୍ ଟାଇଟଲ ଜିତିଛନ୍ତି ଭାରତର କୋନେରୁ ହମ୍ପି । ସେ ଦ୍ବିତୀୟ ଥର ପାଇଁ ଏହି ଟାଇଟଲ ଜିତିଛନ୍ତି ।

ରବିବାର ଇଣ୍ଡୋନେସିଆର ଆଇରିନ ସୁକାନ୍ଦରଙ୍କୁ ପରାସ୍ତ କରି କୋନେରୁ ହମ୍ପି ଟାଇଟଲ ଜିତିଛନ୍ତି ।

ଏହା ପୂର୍ବରୁ କୋନେରୁ ହମ୍ପି ୨୦୧୯ରେ ଜର୍ଜିଆରେ ଟାଇଟଲ ଜିତିଥିଲେ । ସେମାନଙ୍କ ବ୍ୟତୀତ ଚୀନର ଜୁ ୱେନଜୁନ ମଧ୍ୟ ଏକାଧିକ ଥର ଏହି ଟାଇଟଲ ଜିତିଛନ୍ତି ।

୩୭ ବର୍ଷୀୟ ଏହି ଭାରତୀୟ ଖେଳାଳି ୮.୫ ପଏଣ୍ଟ ସହ ଟାଇଟଲ ଜିତିଥିଲେ । ସେହିପରି ପୁରୁଷ ବର୍ଗରେ ରୁଷିଆର ୧୮ ବର୍ଷୀୟ ଭୋଲୋଦର ମୁର୍ଜିନ୍ ଟାଇଟଲ ଜିତିଛନ୍ତି ।

କୋନେରୁ ହମ୍ପି ୨୦୨୧ରେ ବିବିସି ଇଣ୍ଡିଆନ୍ ସ୍ପୋର୍ଟସ୍ ଓମେନ୍ ଅଫ୍ ଦି ଇୟର ଆୱାର୍ଡ (ବିବିସି ଆଇଏସଡବ୍ଲ୍ୟୁଡବ୍ଲ୍ୟୁଟି)ର ଦ୍ୱିତୀୟ ସଂସ୍କରଣର ବିଜେତା ମଧ୍ୟ ଥିଲେ ।