fbpx

କୋରାପୁଟର କଫିକୁ ମିଳିବ ଅନ୍ତର୍ଜାତୀୟ ମାନ୍ୟତା, ମୁଖ୍ୟମନ୍ତ୍ରୀ ଲଞ୍ଚକଲେ ଇ-କମର୍ସ ପ୍ଲାଟଫର୍ମ

Advertisement

ଭୁବନେଶ୍ୱର: ରାଜ୍ୟର କୋରାପୁଟ ଜିଲ୍ଲାର କଫିକୁ ଅନ୍ତର୍ଜାତୀୟ ମାନ୍ୟତା ମିଳିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ଜରିଆରେ କୋରାପୁଟ କଫିର ଇ-କମର୍ସ ପ୍ଲାଟଫର୍ମ ଲଞ୍ଚ କରିଛନ୍ତି । ଅନ୍ତର୍ଜାତୀୟ କଫି ଦିବସ ଅବସରରେ ନବୀନ କହିଛନ୍ତି ଯେ, କୋରାପୁଟ କଫିର ଗୁଣବତ୍ତା ବହୁତ ଅଧିକ । ଉତ୍ତମ ଗୁଣବତ୍ତା ଥିବା କଫି ଦେଶରେ ଓ ଦେଶ ବାହାରେ ଏକ ବ୍ରାଣ୍ଡ ଭାବେ ପରିଚିତ ହୋଇଛି । ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ଆଦିବାସୀ ବିକାଶ ନିଗମକୁ ଶୁଭେଚ୍ଛା ଜଣାଇଛନ୍ତି ।

ନବୀନ କହିଛନ୍ତି ଯେ, ମାତ୍ର ଦୁଇବର୍ଷ ମଧ୍ୟରେ କୋରାପୁଟ କଫି ନିଜର ଏକ ପରିଚୟ ସୃଷ୍ଟି କରିପାରିଛି । ଆଦିବାସୀଙ୍କ ବିକାଶ ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି । କୋରାପୁଟ କଫିର ମାର୍କେଟିଂ ସିଡିସିସିଓଏଲ କରୁଛି । ଏହାଛଡ଼ା କୋରାପୁଟରେ କଫି ଡେଭଲପମେଣ୍ଟ ଟ୍ରଷ୍ଟ ପକ୍ଷରୁ ୩୦୦ ହେକ୍ଟର ଜମି ଅଧିଗ୍ରହଣ କରାଯାଇଥିବା ସେ କହିଛନ୍ତି ।

Get real time updates directly on you device, subscribe now.