fbpx

ହାଇକୋର୍ଟ ଗଲା ‘କୋଟିଆ’ ମାମଲା

ବ୍ରହ୍ମପୁର,୧୦ ।୨(ଓଡିଶା ଭାସ୍କର): କୋଟିଆରେ ଆନ୍ଧ୍ର ସରକାରଙ୍କ ନିର୍ବାଚନ ପ୍ରସ୍ତୁତି ପ୍ରସଙ୍ଗକୁ ନେଇ ହାଇକୋର୍ଟ ମାମଲା ଦାୟର ହୋଇଛି । ଜନସ୍ୱାର୍ଥ ମାମଲା ଦାୟର କରିଛି ଭାରତୀୟ ବିକାଶ ପରିଷଦ । ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବା ନେଇ ମାମଲାରେ ଅପିଲ ହୋଇଛି । ସୀମା ସୁରକ୍ଷା ନେଇ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ଅପିଲ ହୋଇଛି । ଆନ୍ଧ୍ର କରୁଥିବା ନିର୍ବାଚନ ବନ୍ଦ ଉପରେ ପଦକ୍ଷେପ ନେବାକୁ ଅପିଲ ହୋଇଛି । ଗୃହ ଓ ରାଜସ୍ୱ ସଚିବ ତଥା ତିନି ଜିଲ୍ଲାପାଳଙ୍କୁ ପକ୍ଷଭୁକ୍ତ କରି ମାମଲା ରୁଜୁ ହୋଇଛି ।

ଅନ୍ୟପଟେ କୋରାପୁଟ ଜିଲ୍ଲାର କୋଟିଆରେ ଆଜି ପହଞ୍ଚିଛନ୍ତି ଆନ୍ଧ୍ରର ପ୍ରଶାସନିକ ଅଧିକାରୀ । ପଞ୍ଚାୟତ ନିର୍ବାଚନ ସୁରୁଖୁରୁରେ କରିବା ପାଇଁ ଆନ୍ଧ୍ର ଅଧିକାରୀମାନେ ଆଲୋଚନା କରିଛନ୍ତି । ଭୋଟରଙ୍କ ସହ ପାର୍ବତୀପୁରମ ଉପଜିଲ୍ଲାପାଳ ଓ ତହସିଲଦାରଙ୍କ ମଧ୍ୟରେ ଆଲୋଚନା ହୋଇଛି ।

Get real time updates directly on you device, subscribe now.