fbpx

ସସପେଣ୍ଡ ହେଲେ କୁବେର ଅଧିକାରୀ: ଭିଜିଲାନ୍ସ ଠାବ କରିଥିଲା ଅମାପ ସମ୍ପତ୍ତି

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଭିଜିଲାନ୍ସ ଜାଲରେ ପଡିଥିବା କୋଟିପତି କୁବେର ସରକାରୀ ଅଧିକାରୀ ପ୍ରତାପ ସାମଲଙ୍କୁ ନିଲମ୍ବନ କରାଯାଇଛି । ଭିଜିଲାନ୍ସ ଦ୍ୱାରା ପ୍ରତାପ ବୁଧବାର ଗିରଫ ହୋଇଥିବା ବେଳେ ଗୁରୁବାର ତାଙ୍କୁ ସସପେଣ୍ଡ କରିଛନ୍ତି ରାଜ୍ୟ ସରକାର ।

ଓପିଏଚଡବ୍ଲୁସି ଡେପୁଟି ମ୍ୟାନେଜର ପ୍ରତାପ ସାମଲଙ୍କ ୧୦ଟି ଘରେ ଚଢ଼ାଉ ହୋଇଥିଲା । ପ୍ରତାପ ସାମଲଙ୍କ ପତ୍ନୀଙ୍କ ନାଁରେ ରହିଥିବା କୋଟିକୋଟି ଟଙ୍କାର ସମ୍ପତ୍ତି ଠାବ ହୋଇଛି । ଭୁବନେଶ୍ୱର ଗୋଠପାଟଣାରେ ପତ୍ନୀଙ୍କ ନାଁରେ ଫ୍ଲାଟ ରହିଛି । ୨୦,୩୫୦ ସ୍କୋୟାରଫୁଟ ଜାଗାରେ ୫ ମହଲା ବିଲ୍ଡିଂ ତିଆରି ହୋଇଛି । ସେହି ୫ ମହଲା ବିଲ୍ଡିଂର ମୂଲ୍ୟ ୩ କୋଟି ୨୫ ଲକ୍ଷ ୬୦ ହଜାର ଟଙ୍କା ରହିଛି । ବିଲ୍ଡିଂରେ ହୋଇଥିବା ଜାଗାର ମୂଲ୍ୟ ୩ କୋଟି ୮୯ ଲକ୍ଷ ୬୦ ହଜାର ଟଙ୍କା । ଏହା ସହ ଚଢ଼ାଉ ବେଳେ ଘରୁ ନଗଦ ୩୮ ଲକ୍ଷ ଟଙ୍କା ମିଳିଛି ।

Get real time updates directly on you device, subscribe now.