fbpx
BJD
BJD SKY
BJD SKY

ODI WC ଦଳରେ ସ୍ଥାନ ପାଇଲେନି କୁଲଦୀପ-ଚହଲ ଯୋଡ଼ି: ଜାଣନ୍ତୁ କିଏ ଖେଳିବେ ବିଶ୍ୱକପ?

ନୂଆଦିଲ୍ଲୀ: ଆସନ୍ତା ଅକ୍ଟୋବରରେ ଆରମ୍ଭ ହେବାକୁ ଯାଉଛି କ୍ରିକେଟର ମହାକୁମ୍ଭ ଦିନିକିଆ ବିଶ୍ୱକପ-୨୦୨୩ । ଏଥିପାଇଁ କିଛି ଦେଶ ନିଜ ଦଳ ଘୋଷଣା କରି ସାରିଥିବା ବେଳେ ଭାରତର ସ୍କ୍ୱାଡ ଉପରେ ରହିଛି ସମସ୍ତଙ୍କ ନଜର । ଏହି ଟୁର୍ଣ୍ଣାମେଣ୍ଟ ପାଇଁ ବିସିସିଆଇ କେଉଁ ମାନଙ୍କୁ ଦେବ ସୁଯୋଗ, ସେ ନେଇ ଆଲୋଚନା ଜାରି ରହିଥିବା ବେଳେ ଗୋଟିଏ ଦଳ ଏବେ ପ୍ରକାଶ ପାଇଛି । ଏହି ବିଶ୍ୱକପ ଦଳରେ ଷ୍ଟାର ଚାଇନାମ୍ୟାନ ବୋଲର କୁଳଦୀପ ଯାଦବ ନିଜ ସ୍ଥାନ ହରାଇଛନ୍ତି । ଏହାବ୍ୟତୀତ ତାଙ୍କ ଯୋଡ଼ିଦାର ୟୁଜବେନ୍ଦ ଚହଲ ମଧ୍ୟ ବିଶ୍ୱକପ ପାଇଁ ଏହି ଦଳରେ ସୁଯୋଗ ପାଇନାହାନ୍ତି ।

ତେବେ ଆଇସିସିର ଡେଡଲାଇନ୍ ଅନୁସାରେ, ଆସନ୍ତା ସେପ୍ଟେମ୍ବର ୫ ତାରିଖ ସୁଦ୍ଧା ସମସ୍ତ ଟିମ୍ ନିଜ ଦଳ ଘୋଷଣା କରିବେ । ଦିନିକିଆ ବିଶ୍ୱକପ ପାଇଁ ଘୋଷଣା ହୋଇଥିବା ଏହି ଦଳ ବିସିସିଆଇ ଦ୍ୱାରା ଘୋଷଣା କରାଯାଇ ନାହିଁ । ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ମାଥ୍ୟୁ ହେଡେନ ଏହି ସ୍କ୍ୱାଡ ଘୋଷଣା କରିଛନ୍ତି । ଯେଉଁଥିରେ ଟିମ ଇଣ୍ଡିଆର କୁଳ-ଚା ଯୋଡ଼ି ବାଦ୍ ପଡ଼ିଛନ୍ତି । ତାଙ୍କ ସ୍ଥାନରେ ରବିନ୍ଦ୍ର ଜାଡେଜା ଏବଂ ଅକ୍ସର ପଟେଲଙ୍କ ସ୍ପିନ ବିଭାବର ଦାୟିତ୍ୱ ନେବେ । ମାଥ୍ୟୁ ହେଡେନଙ୍କ ଏହି ଦଳରେ କୁଲଦୀପ ଏବଂ ଚହଲଙ୍କ ବ୍ୟତୀତ ଷ୍ଟାର ଓପନର ଶିଖର ଧୱନଙ୍କୁ ମଧ୍ୟ ସ୍ଥାନ ଦେଇନାହାନ୍ତି ହେଡେନ୍ । ତେବେ ଏପର୍ଯ୍ୟନ୍ତ ଯାହା ଅନୁମାନ କରାଯାଉଛି, ଏସିଆ କପ୍ ଦଳରେ କୌଣସି ଖେଳାଳିଙ୍କ ଆତ ସମସ୍ୟା ନ ରହିଲେ ଏହି ଦଳ ହିଁ ବିଶ୍ୱକପ ଖେଳିପାରେ ।

ହେଡେନଙ୍କ ବିଶ୍ୱକପ୍ ଦଳରେ ଅଧିନାୟକ ରୋହିତ ଏବଂ ଶୁଭମନ ଗିଲଙ୍କୁ ପାଳି ଆରମ୍ଭ କରିବାର ସୁଯୋଗମିଳିଛି । ଏହାପରେ ବିରାଟ କୋହଲି, ଶ୍ରେୟସ ଅୟର, କେ.ଏଲ ରାହୁଲଙ୍କୁ ଯତାକ୍ରମେ ୩, ୪ ଓ ୫ ନମ୍ବରରେ ବ୍ୟାଟିଂ କରିବାର ସୁଯୋଗ ମିଳିବା ଉଚିତ୍ ବୋଲି ସେ ପ୍ରକାଶ କରିଛନ୍ତି । ଏମାନଙ୍କ ବିକଳ୍ପ ଭାବରେ ସଞ୍ଜୁ ସାମସନ ଏବଂ ସୂର୍ଯ୍ୟକୁମାର ଯାଦବ ମଧ୍ୟ ହେଡେନଙ୍କ ଦଳରେ ସ୍ଥାନ ପାଇଛନ୍ତି । ତେବେ ଇଶାନ କିଶାନ ଭାରତର ଦ୍ୱିତୀୟ ୱିକେଟ କିପର ଭାବରେ ଦଳରେ ସୁଯୋଗ ପାଇବା ଏକପ୍ରକାର ସୁନିଶ୍ଚିତ । ସହିପରି ଫିନିସର ସ୍ଥାନରେ ରବିନ୍ଦ୍ର ଜାଡେଜା ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ଦଳରେ ପ୍ରମୁଖ ସ୍ଥାନ ନେଇପାରନ୍ତି । ତାଙ୍କ ସହିତ ଶାର୍ଦ୍ଦୁଳ ଠାକୁର କିମ୍ବା ଅକ୍ସର ପଟେଲ ମଧ୍ୟ ଏହି କାର୍ଯ୍ୟରେ ଉଭୟଙ୍କୁ ସାହାଯ୍ୟ କରିବା ପାଇଁ ଦଳରେ ରଖିଛନ୍ତି ହେଡେନ୍ । ତେବେ ପ୍ରମୁଖ ଫାଷ୍ଟ ବୋଲର ଭାବରେ ଜଶପ୍ରୀତ ବୁମରାହ, ମହମ୍ମଦ ଶାମୀ ଏବଂ ମହମ୍ମଦ ସିରାଜ ବିଶ୍ୱକପ ଦଳର ଅଂଶ ପାଲଟିଛନ୍ତି ।

ऑस्ट्रेलियाई दिग्गज ने भारतीय वर्ल्ड कप स्क्वॉड से काटा कुलदीप यादव का पत्ता, जानें किन 15 खिलाड़ियों को दी जगह

ମାଥ୍ୟୁ ହେଡେନଙ୍କ ବିଶ୍ୱକପ ଦଳ: ରୋହିତ ଶର୍ମା(ଅଧିନାୟକ), ଶୁଭମନ ଗିଲ, ବିରାଟ କୋହଲି, ଶ୍ରେୟସ ଅୟର, ସଞ୍ଜୁ ସାମସନ, କେ.ଏଲ ରାହୁଲ, ସୂର୍ଯ୍ୟକୁମାର ଯାଦବ, ରବିନ୍ଦ୍ର ଜାଡେଜା, ହାର୍ଦ୍ଦିକ ପାଣ୍ଡ୍ୟା, ଇଶାନ କିଶାନ, ମହମ୍ମଦ ଶାମୀ, ଶାର୍ଦ୍ଦୁଳ ଠାକୁର, ଜଶପ୍ରୀତ ବୁମରାହ, ମହମ୍ମଦ ସିରାଜ, ଅକ୍ସର ପଟେଲ ।

Get real time updates directly on you device, subscribe now.