Kumar Purnima: କୁଆଁର ପୁନେଇ ଜହ୍ନ ଗୋ…ଗୀତରେ କମ୍ପିବ ଗଗନ ପବନ, ଏଭଳି ପୂଜା କଲେ ମିଳିବ ସୁନ୍ଦର ବର

ଭୁବନେଶ୍ବର(ଓଡିଶା ଭାସ୍କର): ଆଜି କୁମାର ପୁର୍ଣ୍ଣିମା । ଓଡିଶାର ଘରେ ଘରେ ଏହି ପର୍ବ ପାଳନ କରାଯାଇଥାଏ । କୁମାରୀମାନଙ୍କର ବଡ ପର୍ବ ହେଉଛି କୁମାପ ପୁର୍ଣ୍ଣିମା । ଏହାକୁ କୁଆଁରିମାନଙ୍କର ପୁର୍ଣ୍ଣିମା ବୋଲି ବିବେଚନା କରାଯାଇଥାଏ । ସୁନ୍ଦର ବର ପାଇବା ଉଦ୍ଦେଶ୍ୟରେ କାର୍ତ୍ତିକେୟଙ୍କୁ ଆରଧନା କରିବା ସହିତ ଚନ୍ଦ୍ରପୂଜା କରିଥାନ୍ତି । କାହିଁ କେତେ କାଳକୁ ଏହି ପର୍ବ ପାଳନ କରାଯାଉଛି । ଖାସକରି ଓଡିଆ ଘରେ ଏହି ପର୍ବକୁ ବେଶ ଧୁମଧାମରେ ପାଳନ କରାଯାଇଥାଏ ।

କଣ ରହିଛି ପରମ୍ପରା- ଯଦି ପୌରାଣିକ ପରମ୍ପରା କଥା ଦେଖିବା ତାହେଲେ ଆଜି କୁଆଁରୀମାନେ ସୂର୍ଯ୍ୟଦୋୟ ପୂର୍ବରୁ ଉଠି ଗାଧୋଇ ନୂଆ ବସ୍ତ୍ର ପରିଧାନ କରିଥାନ୍ତି । ସୂର୍ଯ୍ୟଦୋୟ ପୂର୍ବରୁ ସୂର୍ଯ୍ୟ ଦେବତାଙ୍କୁ ଆଞ୍ଜୁଳି ଟେକିଥାନ୍ତି । ଅନ୍ୟ କିଛି ସ୍ଥାନରେ ରାତ୍ରୀରେ ମଧ୍ୟ ଚାନ୍ଦ ପୂଜା କରାଯାଇଛି । ଆଜି ଖଇ, ଗୁଆ, ନଡିଆ, କାକୁଡି, ଆଖୁ ଭଳି ଫଳ ଭୋଗ ଦିଆଯାଇଥାଏ । ସନ୍ଧ୍ୟାରେ କୁମାରୀମାନେ ଏକାଠି ହୋଇ ଚାନ୍ଦପୂଜା କରିଥାନ୍ତି । କୁଆରୀଙ୍କ ହୁଳହୁଳି ଶବ୍ଦରେ କମ୍ପିଉଠେ ପୁରା ପରିବେଶ । ଖଇ, ନଡିଆ, କଦଳୀ,
ଛେନା ଏବଂ ଗୁଡ ପକାଇ ଚାନ୍ଦ ପ୍ରସ୍ତୁତ କରାଯାଇଥାଏ । ଏହାକୁ ପୂଜା କରିବା ପରେ କୁଆଁରୀମାନେ ଏହାକୁ ଖାଇଥାନ୍ତି । ଚନ୍ଦ୍ର ଉଦୟ ହେଲେ କଇଁଫୁଲ ଫୁଟୁଥିବା କାରଣରୁ ଆଜି କଇଁଫୁଲ ପୂଜା କରାଯାଇଥାଏ ।

ବିବାହିତ ସ୍ତ୍ରୀ ପୂଜା କରିପାରିବେ କି- ଯେଉଁଘରେ କୌଣସି କୁମାରୀ କନ୍ୟା ନଥାନ୍ତି ସେହି ଘରେ ବିବାହିକ ସ୍ତ୍ରୀମାନେ ନିଜ ସ୍ବାମୀଙ୍କ ସୁଖ ସମୃଦ୍ଧି କାମନା କରି ଚାନ୍ଦପୂଜା କରିଥାନ୍ତି । ପୂଜା ସରିଲା ପରେ ଭୋଗ ଖାଇ ଉପବାସ ଭାଗିଥାନ୍ତି । କେତେକ ଘରେ ଜ୍ବାଇଁମାନଙ୍କୁ ମଧ୍ୟ ବିଭିନ୍ନ ପ୍ରକାରର ଉପହାର ଦିଆଯାଇଥାଏ । କୁଆଁର ପୁନେଇ ଜହ୍ନଗୋ ଫୁଲ ବଉଳ ବେଣୀ, କୁଆରୀମାନେ ଯେ ପୁଚି ଖେଳୁଛନ୍ତି ପାଉଁଜି ଶବଦ ଶୁଣିଗୋ ଫୁଲ ବଉଳ ବେଣୀ… ଏହି ଗୀତରେ କମ୍ପିବ ଗଗନ ପବନ ।

 

Get real time updates directly on you device, subscribe now.