କୁମ୍ଭମେଳାରେ ४ ଲକ୍ଷ କୋଟି ବେପାର ଆଶା, ୪୦ କୋଟି ଲୋକ ବୁଲି ଆସିବେ
ବିଶ୍ବର ଅନ୍ୟତମ ବୃହତ ଧାର୍ମିକ ସମାବେଶ ମହାକୁମ୍ଭ ମେଳା। ଏ ଏହାକୁ ମାନବ ଜାତିର ସବୁଠୁ ବଡ଼ ସାଂସ୍କୃତିକ ସମାଗମ ବୋଲି ମଧ୍ଯ ବିଶ୍ଵାସ କରାଯାଏ ।
ନୂଆଦିଲ୍ଲୀ : ବିଶ୍ବର ଅନ୍ୟତମ ବୃହତ ଧାର୍ମିକ ସମାବେଶ ମହାକୁମ୍ଭ ମେଳା। ଏ ଏହାକୁ ମାନବ ଜାତିର ସବୁଠୁ ବଡ଼ ସାଂସ୍କୃତିକ ସମାଗମ ବୋଲି ମଧ୍ଯ ବିଶ୍ଵାସ କରାଯାଏ । କେବଳ ଯେ ଏହା ଆଧ୍ୟାତ୍ମିକ ମହତ୍ଵ ରଖିଥାଏ, ତାହା ନୁହେଁ ବରଂ ଏହାର ଆର୍ଥକ ପ୍ରଭାବ ମଧ୍ୟ ଅସାଧାରଣ। ତେଣୁ ୨୦୨୫ର ମହାକୁମ୍ଭରୁ ୪ ଲକ୍ଷ କୋଟି ଟଙ୍କାର ଅଧିକ ବ୍ୟବସାୟ ହେବାର ଅନୁମାନ ରହିଛି।
ଯାହା ଭାରତର ଅର୍ଥବ୍ୟବସ୍ଥାକୁ ବଡ଼ ଆକାରରେ ଯୋଗଦାନ ଦେବ। ଉତ୍ତର ପ୍ରଦେଶ ସରକାରଙ୍କ ଅନୁମାନ ଅନୁଯାୟୀ, ଏହି ଆୟୋଜନରେ ୪୦ କୋଟି ଟଙ୍କାରୁ ଅଧିକ ଶ୍ରଦ୍ଧାଳୁ ଅନ୍ତର୍ଜାତି ଆସିବେ। ଏମିତିରେ ଯଦି ପ୍ରତ୍ୟେକ ବ୍ୟକ୍ତି ହାରାହାରି ୫ ହଜାରରୁ ४.४ ଲକ୍ଷ କୋଟି ଟଙ୍କା ପହଞ୍ଚିପାରେ। ଏଥିରେ ଘର ଭଡ଼ା, ପରିବହନ, ଖାଦ୍ୟପେୟ, ହସ୍ତଶିଳ୍ପ ଏବଂ ପର୍ଯ୍ୟଟନ ଭଳି ବିଭିନ୍ନ କ୍ଷେତ୍ରକୁ ଫାଇଦା ହେବ।
ମହାକୁମ୍ଭରୁ ଜିଡିପି ତଥ୍ୟ ରେ ୧%ରୁ ଅଧିକାର ବୃଦ୍ଧି ହେବା ନେଇ ଅନୁମାନ ରହିଛି। ୨୦୨୩- ୨୪ରେ ଭାରତର ଜିଡିପି ୨୯୫.୩୬ ଲକ୍ଷ କୋଟି ଟଙ୍କା ରହିଥିଲା, ଯାହା ୨୦୨୪-୨୫ରେ ୩୨୪.୧୧ ଲକ୍ଷ କୋଟି ଟଙ୍କା ପର୍ଯ୍ୟନ୍ତ ବଢ଼ିବା ଆଶା ରହିଛି। ଏହି ବୃଦ୍ଧିରେ ମହାକୁମ୍ଭର ମହତ୍ୱପୂର୍ଣ୍ଣ ୧୦ ଯୋଗଦାନ ରହିବ।